ଚୀନ ଟାର୍ଗେଟରେ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ଵୀପ !

0

Get real time updates directly on you device, subscribe now.

ଚାଇନାର ଟାର୍ଗେଟ ହୋଇପାରେ ଭାରତ। ଡ୍ରାଗନର ସ୍କାନରରେ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ଵୀପ! ତାଇୱାନକୁ ଚୀନ ଟାର୍ଗେଟ କରିଥିବା ବେଳେ ବାଲିଷ୍ଟିକ ମିଜାଇଲ ଓ ସାଟେଲାଇଟକୁ ଟ୍ରାକ କରିପାରୁଥିବା ଏକ ଯୁଦ୍ଧ ଜାହାଜକୁ ଶ୍ରୀଲଙ୍କା ଅଭିମୁଖେ ପଠାଇଛି ଚୀନ। ୟୁ୧ ୱାନ ଶ୍ରେଣୀର ଏହି ଜାହାଜକୁ ଚୀନ ଶ୍ରୀଲଙ୍କାର ହମ୍ବୋଥଟା ବିମାନ ବନ୍ଦରରେ ଆସନ୍ତା ୧୧ କିମ୍ବା ୧୨ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଯାହାକୁ ନେଇ ଭାରତ ସତର୍କ ହୋଇଯାଇଛି। ଯଦି ଭାରତ ମହାସାଗରରେ ଏହି ଜାହାଜ ମୁତୟନ ହୁଏ ତେବେ ଭାରତର କ୍ଷେପଣାସ୍ତ୍ର ଗତିବିଧି ବିଷୟରେ ଜାଣିବା ଚୀନ ପକ୍ଷେ ଅସମ୍ଭବ ହେବ ନାହିଁ।

ଏପରିକି ଓଡିଶାର ଗୁରୁତ୍ବପୂର୍ଣ ଏପିଜେ ଅବଦୁଲ କଲାମ ଦ୍ଵିପର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଚୀନ ଅବଗତ ହୋଇପାରେ। ଏହା ସହିତ ଚୀନ ଭାରତର ବାଲିଷ୍ଟିକ ମିଜାଇଲ ସମ୍ପର୍କରେ ମଧ୍ୟ ଜାଣିପାରିବ। ସେହି ଜାହାଜକୁ ଆଶ୍ରୟ ଦେବା ପାଇଁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗନାଲ ଦେଇଛି। ଚୀନ ନେସନାଲ ସ୍ପେସ ଆଡମିନିଷ୍ଟ୍ରେସନ ଦ୍ଵାରା ନିୟନ୍ତ୍ରିତ ହେଉଛି ଏହି ଜାହାଜ। ସବୁଠାରୁ ବଡ କଥା ହେଲା ହମ୍ବୋଥଟା ବନ୍ଦର ସହିତ ଅନେକ କିଛି ପ୍ରକଳ୍ପ ପାଇଁ ଚୀନ ସାହାଯ୍ୟ କରିଛି ୧.୪ ବିଲିୟନ ଡଲାର।

ଡ୍ରାଗନ ତାଇୱାନର ସୀମାକୁ କରିଛି ଘେରାବନ୍ଦୀ। ତାଇୱାନର ପ୍ରଣାଳୀକୁ ଡ୍ରାଗନ କରିଛି କବଜା। ଚୀନ ଦଶନ୍ଧିର ସବୁଠାରୁ ବଡ ଡ୍ରିଲ ଜାରି ରଖିଛି। ଜାପାନ ଅଭିଯୋଗ କରିଛିକି ଚୀନ ଜାପାନ ଉପରେ ମିସାଇଲ ମାଡ କରିଛି। ଏହା ଉପରେ ପ୍ରତିରକ୍ଷା ବିଶେଷଜ୍ଞ କର୍ନେଲ ଏସ. କେ ମିଶ୍ର କହିଲେକି ଚାଇନା ଯଦି ଏମିତି କିଛି କରିବାର ଆଶଙ୍କା କରୁଅଛି, ବୋଧ ହୁଏ ସେ ଭୁଲିଯାଉଛି ଏସିଆର ପ୍ରାୟତଃ ଦେଶ ଚାଇନାର ବିରୁଦ୍ଧରେ ଅଛନ୍ତି। ଚାଇନାର ଏହି ନୀତିକୁ ଆଦୌ ଚାଲିବାକୁ ଦେବେନାହିଁ।

Leave A Reply

Your email address will not be published.