ମୁଁ କେସ୍ ଉଠାଇବିନି….ମୋତେ ଯେମିତି ହେଲେ ନ୍ୟାୟ ଦରାକର : ପ୍ରକୃତି ମିଶ୍ର

0

Get real time updates directly on you device, subscribe now.

ପ୍ରକୃତି-ବାବୁସାନ-ତୃପ୍ତିଙ୍କ ମଧ୍ୟରେ ଚାଲିଥିବା ବିବାଦରେ ବର୍ତ୍ତମାନ ଅନେକ ଜିନିଷ ସାମ୍ନାକୁ ଆସିଛି। ବାବୁସାନ ମଧ୍ୟ ଈ ମଧ୍ୟରେ ଚେନ୍ନାଇରୁ ଫେରି ପୋଲିସକୁ ନିଜର ମନ୍ତବ୍ୟ ଦେଇସାରିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ଏହି ମାମଲାଟି ଶାନ୍ତ ପଡିଛି। କିନ୍ତୁ ପୁଣିଥରେ ପ୍ରକୃତି ମିଶ୍ର ନିଜର ମୁହଁ ଖୋଲିଛନ୍ତି। ସେ କହିଲେକି ମୁଁ ବର୍ତ୍ତମାନ ପର୍ଯ୍ଯନ୍ତ କେସ ଉଠାଇନାହିଁ। ଆଗକୁ ମଧ୍ୟ କେସ ଉଠାଇବି ନାହିଁ। ବର୍ତ୍ତମାନ ତଦନ୍ତ ଚାଲିଛି ଓ ଫାଳଫଳ ଆସିବ। ବର୍ତ୍ତମାନ ମଧ୍ୟ ପ୍ରକୃତି ମିଶ୍ର ନିଜର ନ୍ୟାୟ ପାଇଁ ଅଡି ଧରି ବସିଛନ୍ତି। ଇତି ମଧ୍ୟରେ ପ୍ରକୃତିଙ୍କର ଏକ ନୂଆ ଫିଲ୍ମ ‘ଦ୍ରୌପଦୀ’ ଆସୁଛି।

ଏହାବ୍ୟତୀତ ବାବୁସାନ ଏବଂ ତୃପ୍ତିଙ୍କ ସହ ହୋଇଥିବା ବିବାଦକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି । ଭାରତ ଏକ ପୁରୁଷପ୍ରାଧାନ୍ୟ ଦେଶ ବୋଲି କହିଛନ୍ତି ପ୍ରକୃତି । ସେ ଏ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇ ନଥିବା ବେଳେ ସେ ଭୁଲ କି ଠିକ ତାହା ଆଇନ କହିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତି କହିଛନ୍ତି ଯେ, ସବୁବେଳେ ଗୋଟିଏ ନାରୀକୁ ଦୋଷ ଦେବା ଠିକ୍ ନୁହେଁ, ତାଙ୍କ ପରିସ୍ଥିତିରେ ମଧ୍ୟ ସମସ୍ତେ କିଛି ଜାଣି ନଶୁଣି ମନ୍ତବ୍ୟ ଦେଇଥିଲେ । ତେବେ ସମୟ ଆସିଲେ ତାଙ୍କ କାହାଣୀ ମଧ୍ୟ ପଦାକୁ ଆସିବ ବୋଲି ପ୍ରକୃତି ଜୋର ଦେଇ କହିଛନ୍ତି ।

ପ୍ରକୃତି ଚେନ୍ନାଇରୁ ଫେରି ନିଜର ମନ୍ତବ୍ୟ କେବା ଲ୍ପୋଳିଶକୁ ଦେଇଥିଲେ। ସେତେବେଳେ ସେ ଥରେ କିମ୍ବା ଦୁଇଥର ନିଜର ଛାତ ଉପରକୁ ନିଜର ମନ୍ତବ୍ୟ ଦେଇଥିଲେ। ତାଛଡା ସେ ନିଜର ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ବର୍ତ୍ତମାନ ସେ ଏକ ମିଡିଆରେ ନିଜର ମନ୍ତବ୍ୟ ଦେଇଛନ୍ତି। ସେତେବେଳେ ପ୍ରକୃତିଙ୍କ ବାପା ମନ୍ତବ୍ୟ ରଖି କହିଥିଲେ ମୋ ଝିଅ ନିଜର କ୍ଯାରିୟର ଗଢିବା ପାଇଁ ମୁମ୍ବାଇ ପଳାଇଯିବ। ସେ ନିଜର କ୍ଯାରିୟର ଗଢିବ। ବର୍ତ୍ତମାନ ସମୟରେ ପ୍ରକୃତିଙ୍କ ଆସୁଥିବା ଚଳଚ୍ଚିତ୍ର ‘ଦ୍ରୌପଦୀ’, ସମାଜରେ ପ୍ରତ୍ୟେକ ନାରୀଙ୍କର କାହାଣୀ ବିଷୟରେ ଅଛି।ଗୋଟିଏ ନାରୀ କେବେ କେବେ ଆଉ ଏକ ନାରୀର ଶତ୍ରୁ ହୋଇଯାଏ ତାହାକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି ବୋଲି ପ୍ରକୃତି କହିଛନ୍ତି।

Leave A Reply

Your email address will not be published.