ପୋଲିସ ଚାକିରି କରିବା ପାଇଁ ଇଚ୍ଛୁକ କି ? ତା ହେଲେ ITBP ଫୋର୍ସରେ ଆସିଥିବା୧୦୦ରୁ ଅଧିକ ପଦବୀ ପାଇଁ ଆବେଦନ କରନ୍ତୁ,ଜାଣନ୍ତୁ ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ।ଭାରତ-ତିବ୍ଦତ ସୀମା ପୋଲିସ ଫୋର୍ସ, ଭାରତ ସରକାର କନଷ୍ଟେବଳ (Pioneer) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।

ଇଚ୍ଛୁକ ତଥା କେବଳ ପୁରୁଷ ପ୍ରାର୍ଥୀ (ନେପାଳ ଓ ଭୁଟାନ ମଧ୍ୟ) ଏହି ପଦଗୁଡ଼ିକ ପାଇଁ ଆବେଦନ କରି ପାରିବେ। ଏହି ନିଯୁକ୍ତି ଅସ୍ଥାୟୀ ରୂପେ ଗ୍ରୁପ୍‌-ସି ନନ୍‌ ଗେଜେଟେଡ୍‌ ପଦଗୁଡ଼ିକ ପାଇଁ କରାଯାଉଛି, ଯାହାକୁ ପରେ ସ୍ଥାୟୀ କରି ଦିଆଯିବ। କହି ରଖୁଛୁ, ଏହି କନଷ୍ଟେବଳ ପଦଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୩ ବର୍ଷ ରହିଛି।

*ଚୟନ ପରୀକ୍ଷା-

କନଷ୍ଟେବଳ ପଦରେ ଯୋଗ୍ୟ ପ୍ରାର୍ଥୀମାନଙ୍କ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯିବ। ପ୍ରାର୍ଥୀମାନଙ୍କୁ Physical Efficiency Test (PET), Physical Standard Test (PST), ଲିଖିତ ପରୀକ୍ଷା, Trade Test and Detail Medical Examination (DME)/ Review Medical Examination (RME) ଦେବାକୁ ହେବ।

*ଆବେଦନ ଶୁଳ୍କ:-

କନଷ୍ଟେବଳ ପଦରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ୪୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଏସ୍‌ସି ଏବଂ ଏସ୍‌ଟି ବର୍ଗର ପ୍ରାର୍ଥୀମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

*ଜରୁରୀ ତାରିଖ:-

ଭାରତ-ତିବ୍ଦତ ସୀମା ପୋଲିସ (ITBP) ର ୧୦୮ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ଅନ୍‌ଲାଇନ ଆବେଦନ କରିବାକୁ ହେବ। ଆବେଦନ ପ୍ରକ୍ରିୟା ୧୯ ଅଗଷ୍ଟ ୨୦୨୨ରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ୧୭ ସେପ୍ଟେମ୍ବର ୨୦୨୨ ରହିଛି।

ଯେଉଁ ପ୍ରାର୍ଥୀମାନଙ୍କ ପାଖରେ ଯୋଗ୍ୟତା ମାନଦଣ୍ଡ ରହିଛି, ସେମାନେ ଏହି କନଷ୍ଟେବଳ ପଦ ପାଇଁ ୧୯ ଅଗଷ୍ଟରୁ ୧୭ ସେପ୍ଟେମ୍ବର ଭିତରେ ଅନଲାଇନ ଆବେଦନ କରି ପାରିବେ। ଆବେଦନ ପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ITBP ର ଅଫିସିଆଲ ଓ୍ୱେବ୍‌ସାଇଟ https://recruitment.itbpolice.nic.in ଭିଜିଟ୍‌ କରନ୍ତୁ।

Leave A Reply

Your email address will not be published.