କିଏ ମାଗୁଛି ମଟନ୍‌ ତ ଆଉ କିଏ ମାଗୁଛି କାଜୁ କିସ୍‌ମିସ୍‌, ଇଡି ହେପାଜତରେ ଥାଇ ଏସବୁ ଜିନିଷ ମାଗୁଛନ୍ତି ପାର୍ଥ ଓ ଅଭିନେତ୍ରୀ ଅର୍ପିତା

0

Get real time updates directly on you device, subscribe now.

ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପଶ୍ଚିମବଙ୍ଗର ବରଖାସ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିଷୟରେ ଜଣାପଡୁଛି ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା । ତେବେ ଏପରି ସ୍ଥଳେ ଏତେ ସବୁ ସ୍ବାସ୍ଥ୍ୟଗତ ସମସ୍ୟା ଥାଇ ସୁଦ୍ଧା ଜେଲ୍ ଭିତରେ ପାର୍ଥଙ୍କ ନବାବୀ ଯାଇନି । ଜେଲ୍ ଖାଇବାରେ ମଧ୍ୟ ବିଭିନ୍ନ ପ୍ରକାରର ଡିମାଣ୍ଡ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀ ମଧ୍ୟ ସୋମବାର ଦିନ ପିଏମଏଲଏ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ସମସ୍ତ ଅଭିଯୋଗ ଶୁଣିବା ପରେ ଦୁହିଁଙ୍କୁ ଅଗଷ୍ଟ ୩ ତାରିଖ ଯାଏଁ ଇଡି ହେପାଜତରେ ରହିବେ ବୋଲି ନିର୍ଦେଶ ଦେଇଥିଲେ ।

ଆଉ ଏବେ ପାର୍ଥ ଚାଟାର୍ଜୀ ରିମାଣ୍ଡରେ ଜେଲରେ ଅଛନ୍ତି । କିନ୍ତୁ ଦେଖିବାକୁ ମିଳିଛି ଯେ ଭୁଲ୍ କରି ମଧ୍ୟ ତାଙ୍କର ଦାବି ପ୍ରବଳ । ବିଶେଷ କରି ଜେଲ୍ ରେ ଖାଇବା ପିଇବାକୁ ନେଇ । ଇଡି ହେପାଜତରେ ଥାଇ ଭାତ ଓ ମଟନ ଖାଇବା ନେଇ ପାର୍ଥ ବାରମ୍ବାର ଦାବି କରୁଥିବା ସହିତ ଅର୍ପିତା ତାଙ୍କ ଖାଦ୍ୟରେ ବ୍ଲାକ୍‌ କଫି ସହ ବାଦାମ, କାଜୁ ଓ କିସ୍‌ମିସ୍‌ ମାଗୁଛନ୍ତି ବୋଲି ଯାହା ଖବର ପ୍ରାପ୍ତ ହୋଇଛି । ଆଉ ଏସବୁ ନଦେଲେ ଅନ୍ୟ କିଛି ନଖାଇବାକୁ ମନା କରିଦେବା ସହିତ ଜିଦ୍ ମଧ୍ୟ କରୁଛନ୍ତି ।

ତେବେ କିନ୍ତୁ ଇଡି ଏନେଇ କହିଛି ଯେ ପକ୍ଷରୁ ଉଭୟଙ୍କ ଶରୀର ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଡାଏଟ୍‌ ଚାର୍ଟ ଆମେ ପ୍ରସ୍ତୁତ କରିଛୁ । ଆଉ ସେହି ହିସାବରେ ଉଭୟଙ୍କୁ ଖାଦ୍ୟ ମଧ୍ୟ ଦିଆଯାଉଛି । ସୂଚନା ମୁତାବକ ପାର୍ଥ ଚାଟାର୍ଜୀଙ୍କୁ ପ୍ରଥମେ ସକାଳୁ କପେ ବ୍ଲାକ୍‌ ଟି ସହିତ ୨ଟି କ୍ରିମ୍‌ କ୍ରାକର ବିସ୍କୁଟ ଦିଆଯାଉଛି । ତାପରେ ବ୍ରେକଫାଷ୍ଟ ରେ ଦଲିଆ ଆଉ ତାର ଏକ ଘଣ୍ଟା ପରେ ଦୁଇ ପ୍ରକାରର ଫଳ ଦିଆ ଯାଉଛି ।

ଦ୍ୱିପ୍ରହର ଭୋଜନରେ ଭାତ ସହ ମଟନ୍‌ ବଦଳରେ ଚିକେନ ଦିଆଯାଇଥିଲା । ଏହା ପରେ ପ୍ରେସ କମଳା ଜୁସ୍ ଦିଆ ଯାଇଥିଲା । ଆଉ ସନ୍ଧ୍ୟା ଖାଇବାରେ ପାର୍ଥ ପକୁଡ଼ି ଖାଇବାକୁ ମାଗିଥିଲେ କିନ୍ତୁ ତାହା ସ୍ବାସ୍ଥ୍ୟ ପାଇଁ ଠିକ୍ ନଥିବାରୁ କେବଳ ବିସ୍କୁଟ ଦିଆଯାଇଥିଲା ଏବଂ ରାତ୍ରି ଭୋଜନରେ ୨ଟି ରୁଟି ଓ ସନ୍ତୁଳା ଖାଇବାକୁ ଦିଆଯାଇଥିଲା । ଆଉ ତାଙ୍କ ମହିଳା ବନ୍ଧୁ ଅର୍ପିତାଙ୍କର ବ୍ରେକଫାଷ୍ଟ ବିନା ଚିନିରେ ବ୍ଳାକ୍‌ ଟି ସହ ହେଉଛି । ଜଳଖିଆରେ ସେ ବ୍ରାଉନ୍‌ ବ୍ରେଡ୍‌, ସିଝା ଅଣ୍ଡା ଓ କଦଳୀ ଖାଉଛନ୍ତି । ତାପରେ ତାଙ୍କୁ ଫଳ ରସ ଦିଆଯାଇଥିଲା । ଲଞ୍ଚରେ ସେ ଅଳ୍ପ ଭାତ, ରୁଟି, ଡାଲି, ତରକାରୀ ଓ ମାଛ ଖାଉଛନ୍ତି । ସନ୍ଧ୍ୟାରେ ତାଙ୍କୁ କପେ ଚା’ ଓ ବିସ୍କୁଟ୍‌ ଦିଆଯାଉଛି ଆଉ ଡିନରରେ ୨ଟି ରୁଟି ଓ ସନ୍ତୁଳା ଦିଆଯାଇଛି ।

Leave A Reply

Your email address will not be published.