ଏହି ବ୍ୟକ୍ତିଙ୍କର ଇଂରାଜୀ ଶୁଣିଲେ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ, ମଜାଳିଆ କଥା ଜିତୁଛି ଲୋକଙ୍କ ହୃଦୟ

0

Get real time updates directly on you device, subscribe now.

Laugh Out Loud: ଇଣ୍ଟରନେଟରେ ଅନେକ ପ୍ରକାରର ଭିଡିଓକୁ ପସନ୍ଦ କରାଯାଇଥାଏ । କିନ୍ତୁ କିଛି ଭିଡିଓ ସତରେ ଖୁବ୍ ନିଆଁରା ହୋଇଥାଏ । ଏହି ଭିଡିଓ ଦେଖିଲେ ଆପଣଙ୍କୁ ମଧ୍ଯ ସେମିତି ଲାଗିବ । ଆପଣ ଅନେକଥର ବହୁତ୍ ରିପୋର୍ଟରମାନଙ୍କୁ ରିପୋରଟିଙ୍ଗ କରୁଥିବାର ଦେଖିଥିବେ । ସବୁ ରିପୋର୍ଟରମାନଙ୍କର ନିଜର ଗୋଟିଏ ଅଲଗା ଷ୍ଟାଇଲ ଥାଏ । କିନ୍ତୁ ବିଶ୍ବାସ କରନ୍ତୁ ଆପଣ କେବେ ବି କୌଣସି ରିପୋର୍ଟରଙ୍କ ଏମିତି ଷ୍ଟାଇଲ ଦେଖିନଥିବେ ।ଏହି ବ୍ୟକ୍ତିଙ୍କର ରିପୋରଟିଙ୍ଗ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ ।

ମଜାଳିଆ ଇଂରେଜୀ :-

ଭିଡ଼ିଓରେ ଦେଖାଯାଉଥିବା ରିପୋର୍ଟର ଏପରି ପୋଲ ବିଷୟରେ ସୂଚନା ଦେଉଛି, ଯାହାର ଅବସ୍ଥା ଅତ୍ୟନ୍ତ ଖରାପ । ଏହାର ଆରମ୍ଭ ହିଁ ଏମିତି ଭଙ୍ଗାରୂଜା ଇଂରାଜୀ ରେ ହୁଏ ଯେ ଯାହାକୁ ଶୁଣିଲେ ଯେ କେହି ହସିବେ । ଲୋକମାନେ ଏହି ବ୍ୟକ୍ତିଙ୍କ ଷ୍ଟାଇଲକୁ ବହୁତ୍ ମଜାଳିଆ କହୁଛନ୍ତି । ସର୍ବପ୍ରଥମେ ଆପଣ ମଧ୍ୟ ଏହି ଭାଇରାଲ ଭିଡିଓକୁ ନିଶ୍ଚିତ ଭାବେ ଦେଖନ୍ତୁ …

କନ୍ଫିଡେନ୍ସ ଦେଖି ପ୍ରଶଂସା କରୁଛନ୍ତି ଲୋକେ :-

ଏହି ବ୍ୟକ୍ତିଙ୍କର ସେନ୍ସ ଅଫ ହ୍ୟୁମର ମଧ୍ୟ ଚମତ୍କାର ଅଟେ । ବହୁତ୍ ଲୋକ ଏହି ବ୍ୟକ୍ତିଙ୍କ କନ୍ଫିଡେନ୍ସକୁ ପ୍ରଶଂସା କରୁଥିବାର ଦେଖାଯାଇଛନ୍ତି । ବ୍ୟକ୍ତି ଜଣକ ଇଂରାଜୀରେ ଗୋଟିଏ ସାୟରି ମଧ୍ୟ କୁହନ୍ତି । ଏହି ବ୍ୟକ୍ତି କହିଛନ୍ତି ଯେ କିପରି ଏହି ପୋଲ କାରଣରୁ ଗରିବ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । କେବଳ ଏତିକି ନୁହେଁ, ଏହି ବ୍ୟକ୍ତି ଏହା ମଧ୍ୟ କହୁଛନ୍ତି ଯେ ଜଣାନାହିଁ କେତେବେଳେ ଏହି ପୋଲ ତାଙ୍କ ଉପରେ ପଡ଼ିଯିବ ।

ଭିଡିଓ କଲା ମନୋରଞ୍ଜନ :-

ଏହି ଭିଡିଓକୁ ସୋସିଆଲ ମିଡିଆରେ ପ୍ଲାଟଫର୍ମ ଟୁଇଟରରେ ସେୟାର କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ସୁଦ୍ଧା ଏହାକୁ ହଜାର ହଜାର ଲୋକ ଦେଖି ସାରିଲେଣି । ଏହି ଭିଡିଓକୁ ହର୍ଷ ଗୋଏଙ୍କା ନିଜ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି । କମେଣ୍ଟ ସେକ୍ସନରେ ଲୋକମାନେ ଅଲଗା ଅଲଗା ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଛନ୍ତି । ଅନେକ ଲୋକ ହସୁଥିବା ଇମୋଜି ମଧ୍ୟ ପଠାଇଛନ୍ତି ।

Leave A Reply

Your email address will not be published.