ଶାଶୂ ବୋହୂଙ୍କ ଝଗଡାରେ ଗାଈର ଅବସ୍ଥା ହେଇଗଲା ଖରାପ, ଦୁହେଁ କଲେ ଏମିତି କାର୍ଯ୍ୟକଳାପ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଶାଶୂ ଓ ବୋହୂର ପ୍ରାୟ ପଡେନାହିଁ । ଏହି ଦୁଇଜଣଙ୍କ ଲଢେଇରେ ପ୍ରାୟତଃ ବିଚରା ସ୍ବାମୀ ସମସ୍ୟାରେ ପଡ଼ିଯାଏ । ସେ କାହାକୁ ସପୋର୍ଟ କରିବ ଏବଂ କାହାକୁ ନାହିଁ, ଏହି ଦ୍ବନ୍ଦରେ ରହିଥାଏ । କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କି ଶାଶୁ ବୋହୂଙ୍କ ଏହି ଲଢେଇରେ କୌଣସି ପଶୁ ପଶିଯାଏ ? ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ମଜାଳିଆ ଦୃଶ୍ୟ ଦେଖାଇବାକୁ ଯାଉଛୁ । ଏଠାରେ ଗୋଟିଏ ଗାଈର କ୍ଷୀର ବାହାର କରିବାପାଇଁ ଶାଶୁ ବୋହୂ ପରସ୍ପର ସହ ଲଢେ଼ଇ କରନ୍ତି । କିନ୍ତୁ ଏମାନଙ୍କ ଲଢେଇ ଏବଂ ଝଗଡ଼ା ରେ ବିଚରା ଗାଈର ବ୍ୟାଣ୍ଡ ବାଜିଯାଏ ।

ଗାଈର କ୍ଷୀରକୁ ନେଇ ଝଗଡ଼ା କଲେ ଶାଶୁ ବୋହୂ :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଗାଈର କ୍ଷୀର ବାହାର କରୁଥିବା ଶାଶୁ ବୋହୂ ଖୁବ୍ ଭାଇରାଲ୍ ହେଉଛନ୍ତି । ଦୁହେଁ ଘର ଅଗଣାରେ ବନ୍ଧା ଯାଇଥିବା ଗାଈର କ୍ଷୀର ବାହାର କରିବାକୁ ଲଢ଼ୁଛନ୍ତି । କୁହାଯାଉଛି ଯେ ଶାଶୁ ସବୁଦିନ ଗାଈର କ୍ଷୀର ବାହାର କରେ, କିନ୍ତୁ ବୋହୂକୁ ପାଇବାପାଇଁ ଦିଏନାହିଁ । ଏପରି ପରିସ୍ଥିତିରେ ଆଜି ବୋହୂ ନିଜେ ଗାଈର କ୍ଷୀର ବାହାର କରିବାକୁ ସ୍ଥିର କରେ । ତେବେ ଶାଶୁ ମଧ୍ୟ ବଡ ଚାଲାକ୍ ବାହାରିଲା । ସେ ବୋହୂକୁ କ୍ଷୀର ବାହାର କରିବାକୁ ହିଁ ଦେଉନାହିଁ ।

ଶାଶୂ ଓ ବୋହୂ ଦୁଇଜଣ ଗାଈର ପାହ୍ନା ଧରନ୍ତି । ତାପରେ ଦୁହେଁ କ୍ଷୀର ବାହାର କରିବାପାଇଁ ଝଗଡା କରନ୍ତି । ଏହି ଝଗଡାରେ ବିଚରା ଗାଈ ହଇରାଣ ହୋଇଯାଏ । ସେ ମଧ୍ୟ ଏମାନଙ୍କ ଲଢେଇ ଝଗଡାରେ ପହ୍ନା ଧରିବା ଦ୍ଵାରା ବିଚଳିତ ଦେଖାଯାଏ । ଭିଡ଼ିଓରେ ଶାଶୁ ନିଜ ବୋହୂକୁ କହୁଛି କି ସେ ଗାଈକୁ 10 ବର୍ଷ ପାଳିଛି । ସେ ମରିଗଲେ ବି ବୋହୂକୁ କ୍ଷୀର ଦେବନାହିଁ । ସେହିପରି ବୋହୂ ମଧ୍ୟ ଗାଈର କ୍ଷୀର ଦୁହିଁବା ପାଇଁ ଜିଦ ଧରି ବସେ ।

ସ୍ବାମୀ ଭିଡିଓ କରି ମଜା ନେଲା :-

ଏହି ପୁରା ଘଟଣାର ଭିଡିଓ ବୋହୂର ସ୍ବାମୀ ମୋବାଇଲରେ କ୍ୟାପଚର କରୁଥିଲା । ଦୁହେଁ ଭିଡ଼ିଓରେ ପରସ୍ପରକୁ ବହୁତ୍ ଖରାପ କଥା କୁହନ୍ତି । ଶେଷରେ ବୋହୂ ଗାଈର କିଛି କ୍ଷୀର ବାହାର କରିନିଏ, କିନ୍ତୁ ଶାଶୁ ଏବଂ ଆଖପାଖରେ ଠିଆ ହୋଇଥିବା କିଛି ଝିଅ ତାକୁ ମଧ୍ୟ ତଳେ ଢ଼ାଳି ଦିଅନ୍ତି । ଏପରି ପରିସ୍ଥିତିରେ କ୍ଷୀର କାହା କାମରେ ଆସେନାହିଁ ।

ଏହି ଭିଡିଓ ରାଜସ୍ଥାନର କରୌଲି ଜିଲ୍ଲାର ବୋଲି କୁହାଯାଉଛି । ଶାଶୂ ବୋହୂଙ୍କ କଥା ଏବଂ ବସ୍ତ୍ର ପିନ୍ଧିବା ଶୈଳୀରୁ ହିଁ ଏହା ସ୍ପଷ୍ଟ ହୋଇଯାଉଛି ଯେ ଭିଡିଓ ରାଜସ୍ଥାନର ଅଟେ । ତେବେ ଏହି ଭିଡିଓ ଟିକେ ପୁରୁଣା ଅଟେ । ଏହାକୁ ଜୁନ 2 ତାରିଖ 2021 ରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ।

Leave A Reply

Your email address will not be published.