9 ପିଲାଙ୍କର ବାପାକୁ ହେଲା 6 ପିଲାଙ୍କ ମା ସହିତ ପ୍ରେମ, ହରିଦ୍ଵାରରେ ସ୍ନାନ କରିବା ବାହାନାରେ ଘରୁ ପଳାଇଲେ

0

Get real time updates directly on you device, subscribe now.

” ପ୍ରେମ ” ଏହି ଶବ୍ଦ ସମସ୍ତଙ୍କ ପାଇଁ ଗୋଟିଏ ଅଲଗା ଅର୍ଥ ଏବଂ ଅନୁଭୂତି ରଖିଥାଏ । କୁହାଯାଏ ଯେ ପ୍ରେମ ଯେକୌଣସି ବ୍ୟକ୍ତି, ଯେକୌଣସି ସ୍ଥାନ ଏବଂ କେତେବେଳେ ବି ହୋଇଯାଇପାରେ । ଏଥିପାଇଁ ଲୋକମାନେ ବୟସ ଦେଖନ୍ତି ନାହିଁ । ନିଜ ପ୍ରେମକୁ ହାସଲ କରିବାପାଇଁ ଅନେକ ଲୋକ ଜୀବନ ଦେଇଦିଅନ୍ତି ତ ଆଉ କିଛି ଲୋକ ଜୀବନ ନେଇ ମଧ୍ୟ ପାରନ୍ତି । ସେହିପରି କିଛି ଲୋକ ଘରୁ ପଳାଇ ନିଜ ପ୍ରେମକୁ ଗୋଟିଏ ନୂଆଁ ଦିଗ ଦେଇଥାନ୍ତି ।

ଆପଣ ମଧ୍ୟ ପ୍ରେମିକ ପ୍ରେମିକାଙ୍କ ଅନେକ ଯୁବା ଯୋଡ଼ିଙ୍କୁ ଘରୁ ପଳାଇ ବିବାହ କରିଥିବାର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଯୋଡି ସହ ପରିଚିତ କରାଇବାକୁ ଯାଉଛୁ, ଯାହାଙ୍କ ପାଦ ମଶାଣୀ ଆଡ଼କୁ ଯିବାର ସମୟ ଆସିଲାଣି, କିନ୍ତୁ ତଥାପି ସେମାନେ ଘର ଛାଡ଼ି ପଳାଇ ଯାଇଛନ୍ତି । ତାହା ପୁଣି ହରିଦ୍ଵାରରୁ । ତେବେ ଚାଲନ୍ତୁ ଏହି ଅଜବ ପ୍ରେମର ଗଜବ କାହାଣୀକୁ ବିସ୍ତାର ଭାବରେ ଜାଣିବା ।

9 ପିଲାଙ୍କର ବାପାଙ୍କୁ ହେଲା 6 ପିଲାଙ୍କର ମା ସହିତ ପ୍ରେମ :-

ଏହି ଅଜବ ଲଭ୍ ଷ୍ଟୋରୀ ଉତ୍ତରପ୍ରଦେଶର ଅମରୋହାର ସଇଦନଗଲି ଥାନା ଅଂଚଳର ଗାଁରେ ରହୁଥିବା ଦୁଇଜଣ ବୃଦ୍ଧ ଦମ୍ପତିଙ୍କର ଅଟେ । ରାଧେଶ୍ୟାମ 9 ପିଲାଙ୍କର ବାପା ଅଟେ । 29 ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିଲା । ସେବେଠାରୁ ସେ ଏକୁଟିଆ ଜୀବନ ବିତାଉଛନ୍ତି । ସେହିପରି କଳାବତୀ 6 ପିଲାଙ୍କ ମା ଅଟନ୍ତି । ତାଙ୍କ ସ୍ଵାମୀଙ୍କର ମଧ୍ୟ 30 ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । ଏପରି ପରିସ୍ଥିତିରେ ସେ ମଧ୍ୟ ସେବେଠାରୁ ବିଧବା ହୋଇ ରହୁଛନ୍ତି ।

ରାଧେଶ୍ୟାମ ଏବଂ କଳାବତୀଙ୍କ ପ୍ରେମ କାହାଣୀ 21 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ସେବେଠାରୁ ଦୁହିଁଙ୍କର ପ୍ରେମ ସମ୍ପର୍କ ଚାଲିଥିଲା । ତେବେ ପିଲା, ପରିବାର ଏବଂ ସମାଜ ଲାଜରେ ଏବଂ ଚାପରେ ଉଭୟ ଏକ ହୋଇପାରୁ ନଥିଲେ । କିନ୍ତୁ ତାପରେ ଦୁହେଁ ପଳାଇଥିବା ପାଇଁ ଏମିତି ପ୍ଲାନ୍ ତିଆରି କଲେ ଯେ ଯେ କେହି ଆଶ୍ଚର୍ଯ୍ୟ ହୋଇଗଲା ।

ହରିଦ୍ଵାରରେ ସ୍ନାନ ବାହାନାରେ ଘରୁ ବାହାରିଲେ :-

ଏହି ପ୍ରେମୀ ଯୁଗଳଙ୍କ ପରିବାର ଲୋକେ କହିଛନ୍ତି ଯେ ଆମ ଗାଁରୁ ଜୁଲାଇ 29 ତାରିଖ ଅମାବାସ୍ୟା ଦିନ ପ୍ରାୟ 15 ଜଣ ଲୋକ ହରିଦ୍ଵାର ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ବୃଦ୍ଧା ଯୋଡ଼ି ମଧ୍ୟ ସାମିଲ ଥିଲେ । ହରିଦ୍ଵାରରେ ଗଙ୍ଗା ସ୍ନାନ କରିବାପରେ ବାକି ଲୋକ ଗାଁକୁ ଫେରିଲେ । କିନ୍ତୁ ଏହି ପ୍ରେମୀ ଯୁଗଳ ନିଜର ନୂତନ ରାସ୍ତା ବାଛିନେଲେ । ସେମାନେ ଲୋକଙ୍କ ଆଖିରେ ଧୂଳି ଦେଇ ପଳାଇ ଗଲେ ।

ବର୍ତ୍ତମାନ ପରିବାର ସଦସ୍ୟ ଏହି ବୃଦ୍ଧ ଦମ୍ପତିଙ୍କ କାମକୁ ବିଶ୍ଵାସ କରିପାରୁ ନାହାଁନ୍ତି । ସେମାନେ ବିଚଳିତ ଏବଂ ସେମାନଙ୍କର ଯବାନ ପୁଅ ଏବଂ ଝିଅମାନେ ସମାଜରେ ଲଜ୍ଜା ଅନୁଭବ କରୁଛନ୍ତି । ସେମାନଙ୍କର ଗାଁରେ ବଦନାମୀ ହେଉଛି । ଏହି ପରିପ୍ରେକ୍ଷୀରେ ଗାଁରେ ଏକ ପଞ୍ଚାୟତ ମଧ୍ୟ ବସିଥିଲା । ଘରୁ ପଳାଇ ଆସିଥିବା ଏହି ବୃଦ୍ଧ ଦମ୍ପତିଙ୍କୁ ସେମାନେ ଖୋଜିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.