ଟାଙ୍କି ଉପରକୁ ଚଢ଼ିଗଲା ବୀରୁ, ଗାର୍ଲଫ୍ରେଣ୍ଡର ପରିବାର ଲୋକଙ୍କୁ ମନାଇବା ପାଇଁ ପ୍ରେମିକର ହାଇ ଭୋଲ୍ଟେଜ ଡ୍ରାମା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ଲଖିମପୁରରେ ବଲିଉଡର ଫିଲ୍ମ “ଶୋଲେ” ରେ ଧର୍ମେନ୍ଦ୍ର ବାଲା ସିନ ରିଅଲ ଲାଇଫରେ ଦେଖିବାକୁ ମିଳିଲା । ଏଠାରେ ପ୍ରେମିକାର ପରିବାର ଲୋକଙ୍କୁ ମନାଇବା ପାଇଁ ପ୍ରେମିକ ଓଭର ହେଡ୍ ଟ୍ୟାଙ୍କର ଉପରକୁ ଚଢ଼ିଗଲା । ତାପରେ ପ୍ରେମିକାକୁ ତା ସହ ଯିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିବାକୁ ଲାଗିଲା । ପ୍ରେମିକର ଏପରି କାର୍ଯ୍ୟକଳାପକୁ ଦେଖି ଗାଁ ଲୋକେ ଏକାଠି ହୋଇଗଲେ । କିନ୍ତୁ ସେ ଯୁବକର ମୁଣ୍ଡରେ ପ୍ରେମର ଭୂତ ଏମିତି ଚଢିଥିଲା ଯେ ସେ କାହାର ବି କଥା ମାନିବାକୁ ପ୍ରସ୍ତୁତ ନଥିଲା ।

ପୋଲିସ ଏବଂ ପ୍ରଶାସନର ଅଧିକାରୀ ମଧ୍ୟ ମାମଲାର ସୂଚନା ମିଳିବା ମାତ୍ରେ ସେଠାରେ ପହଞ୍ଚିଲେ । କଠିନ ପରିଶ୍ରମ ପରେ ଯୁବକଙ୍କୁ ବୁଝାଇ ସୁଝାଇ ଶାନ୍ତ କରାଗଲା ଏବଂ ସୁରକ୍ଷିତ ଭାବେ ତଳକୁ ଅଣାଗଲା । ଏହି ମାମଲାଟି ପଳୀୟା ତହସିଲର ଅଟେ । କୁହାଯାଉଛି ଯେ ଅମନ ନାମକ ଯୁବକ ମୂଜ୍ଜଫରନଗରର ବାସିନ୍ଦା ଅଟେ । ତାଙ୍କ ପ୍ରେମିକ ପଳିୟାରେ ରୁହନ୍ତି । ପ୍ରେମିକା ଅନ୍ୟ ଜାତିର ଅଟେ, ଯେଉଁ କାରଣରୁ ତାଙ୍କ ପରିବାର ଲୋକେ ଏ ସମ୍ପର୍କକୁ ବିରୋଧ କରୁଥିଲେ ।

ବାସ୍ତବରେ ଅମନ ଏବଂ ଏହି ଯୁବତୀଙ୍କର ଦିଲ୍ଲୀରେ ଦେଖା ହୋଇଥିଲା । ଏଠାରେ ଦୁହେଁ ଚକଲେଟ ତିଆରି କରୁଥିବା କମ୍ପାନୀରେ ଏକାଠି କାମ କରୁଥିଲେ । କାମ କରିବା ସହିତ ଦୁହିଁଙ୍କ ମଧ୍ୟରେ ନିକଟତା ବଢ଼ିବାକୁ ଲାଗିଲା ଏବଂ ଅଫେୟର ଆରମ୍ଭ ହୋଇଗଲା । କିଛି ଦିନ ପୂର୍ବରୁ ଯୁବତୀ ଚାକିରି ଛାଡି ପରିବାର ସହିତ ଲଖିମପୂର୍ ଫେରିଆସିଲେ । ସେହିପରି ପ୍ରେମିକ ଅମନ ମଧ୍ୟ ଚାକିରି ଛାଡିଦେଲା ଏବଂ ମୂଜ୍ଜଫରନଗର୍ ଚାଲିଗଲା ।

ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଚାଲିଥିଲା । କିନ୍ତୁ ଅମନ୍ ମୁଣ୍ଡରେ ପ୍ରେମର ଭୂତ ଏତେ ଚଢ଼ିଯାଇଥିଲା ଯେ ସେ ପ୍ରେମିକା କୁ ପାଇବାପାଇଁ ଲଖମିପୁରରେ ପହଞ୍ଚିଗଲା । ପ୍ରାୟ 2 ଘଣ୍ଟା ପର୍ଯ୍ୟନ୍ତ ଅମନ ଟ୍ୟାଙ୍କର ଉପରେ ଚଢ଼ି ଡ୍ରାମା କରିବାକୁ ଲାଗିଲା । ଯେପରିକି ପ୍ରେମିକାର ଘରଲୋକେ ବାହାଘର ପାଇଁ ରାଜି ହୋଇଯିବେ । କୁହାଯାଉଛି ଯେ ଶେଷରେ ପ୍ରେମିକାର ମା ଏହି ବାହାଘର ପାଇଁ ହଁ କଲେ । ଝିଅର ପରିବାର ଲୋକେ ଯେତେବେଳେ ଲିଖିତ ଭାବେ ବିବାହ ପାଇଁ ଆଶ୍ଵାସନା ଦେଲେ, ସେତେବେଳେ ଯାଇ ଯୁବକ ଟାଙ୍କିରୁ ତଳକୁ ଓହ୍ଲାଇଲା । ଏହାପରେ ପୋଲିସ ତାକୁ ନିଜ ହେପାଜତକୁ ନେଇଗଲା ଏବଂ ସାଥିରେ ନେଇଯାଇ ମାମଲାର ଯାଞ୍ଚ୍ ଆରମ୍ଭ କରିଦେଲା ।

Leave A Reply

Your email address will not be published.