ମସଲସ କରିବାପାଇଁ ନେଇ ଚାଲିଲେ ଖତରନାକ ଇଞ୍ଜେକ୍ସନ, ଜନ୍ମଦିନରେ ହେଲା ମୃତ୍ୟୁ

0

Get real time updates directly on you device, subscribe now.

ଜିମରେ ଝାଳ ବୁହାଇ ବଡ଼ି ତିଆରି କରିବା ଆଜିକାଲି ଫ୍ୟାସନ ପାଲଟିଗଲାଣି | ଆପଣ ମଧ୍ୟ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ମସଲସ ଏବଂ ବାଇସେପ୍ସ ବଢାଇବା ପାଇଁ ଜିମ ଜଏନ କରନ୍ତି | ସେହିପରି ଏପରି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଶୀଘ୍ର ରେଜଲ୍ଟ ପାଇବାପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରନ୍ତି, ଯେପରିକି ସ୍ଟେରଏଡ଼ ଏବଂ ଇଞ୍ଜେକ୍ସନ ଇତ୍ୟାଦି | ଏପରି ଗୋଟିଏ ମାମଲା ନିକଟରେ ସାମ୍ନାକୁ ଆସିଛି, ଯେଉଁଠାରେ ବ୍ରାଜିଲର ଜଣେ ବଡ଼ିବିଲଡର ଏବଂ ଟିକଟକ ଷ୍ଟାର ବାଲଦିର ସେଗାତୋ ମସଲସ ବଢାଇବା ପାଇଁ ଏମିତି କିଛି କଲେ, ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଗଲା |

‘ହଲକ’ ନାମରେ ଜଣାଶୁଣା ଏହି ବ୍ରାଜିଲିୟନ ବ୍ୟକ୍ତି ୨୩ ଇଞ୍ଚର ବାଇସେପ୍ସ ତିଆରି କରିବାପାଇଁ ନିଜକୁ ଗୋଟିଏ ଖତରନାକ ଅଏଲର ଇଞ୍ଜେକ୍ସନ ଲଗାଇଲେ, ଯେଉଁ କାରଣରୁ ରିବେରାଓ ପ୍ରିଟୋରେ ୫୫ ତମ ଜନ୍ମଦିନ ଅବସରରେ ତାଙ୍କର ମୃତ୍ୟୁ ହୋଇଗଲା | ଷ୍ଟ୍ରୋକ ଏବଂ ଇଞ୍ଜେକ୍ସନର ବିପଦ ଥିବା ସତ୍ତ୍ୱେ ମଧ୍ୟ ବାଇସେପ୍ସ ଏବଂ ବ୍ୟାକ ମସଲସକୁ ବଢାଇବା ପାଇଁ ବାଲଦିର ସେଗାତୋ ବହୁତ ସମୟ ଧରି ସିନ୍ଥଲ ଇଞ୍ଜେକ୍ସନର ବ୍ୟବହାର କରୁଥିଲେ |

ଡେଲିମେଲର ଖବର ଅନୁଯାୟୀ, ବାଲଦିର ୨୦୧୬ ମସିହାରେ କହିଥିଲେ ଲୋକମାନେ ମତେ ସବୁବେଳେ ଶ୍ୱାର୍ଜନେଗର, ହଲକ ଏବଂ ହି-ମ୍ୟାନ ନାମରେ ଡାକନ୍ତି ଏବଂ ମତେ ଏସବୁ ଶୁଣିବାକୁ ବହୁତ ଭଲ ଲାଗେ | ମୁଁ ନିଜର ବାଇସେପ୍ସକୁ ଡବଲ କରିଦେଇଛି, କିନ୍ତୁ ମୁଁ ବର୍ତ୍ତମାନ ମଧ୍ୟ ଆହୁରି ବଡ଼ ବାଇସେପ୍ସ ଚାହୁଁଛି |

୬ ବର୍ଷ ପୂର୍ବରୁ ବାଲଦିରଙ୍କୁ ଡାକ୍ତର ଚେତାବନୀ ଦେଇଥିଲେ ଯେ ଯଦି ସେ ଏହିପରି ବଡ଼ି ତିଆରି କରିବାପାଇଁ ଇଞ୍ଜେକ୍ସନ ବ୍ୟବହାର କରନ୍ତି, ତେବେ ତାଙ୍କୁ ନର୍ଭସ ଡ୍ୟାମେଜ ସହିତ ଅନେକ ସାଙ୍ଘାତିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବାଲଦିର ମସଲସ ବଢାଇବା ପାଇଁ ଲଗାତାର ଇଞ୍ଜେକ୍ସନ ବ୍ୟବହାର କରିଚାଲିଲେ |

ଲଗାତାର ଇଞ୍ଜେକ୍ସନ ଲଗାଇବା ପରେ ବାଲଦିରଙ୍କ ମସଲସ ୨୩ ଇଞ୍ଚ ହୋଇଗଲା, ଯେଉଁ କାରଣରୁ ଲୋକମାନେ ତାଙ୍କୁ ‘ଦ ମନଷ୍ଟାର’ ନାମରେ ଡାକିବାକୁ ଲାଗିଲେ, ଯେଉଁଥିପାଇଁ ତାଙ୍କୁ ବହୁତ ଗର୍ବ ଅନୁଭବ ହେଉଥିଲା | ବାଲଦିର ସୋସିଆଲ ମିଡିଆରେ ନିଜର ବଡ଼ି ଟ୍ରାନ୍ସଫରମେସନର ଅନେକ ଫୋଟୋ ଏବଂ ଭିଡିଓ ସେୟାର କରିଚାଲିଲେ, ଏହାସହିତ ସେ ନିଜକୁ ‘ବାଲଦିର ସିନ୍ଥଲ’ ନାମରେ ଡାକୁଥିଲେ |

ବାଲଦିରଙ୍କର ଟିକଟକରେ ୧.୭ ମିଲିୟନ ଫୋଲର୍ସ ଥିଲେ | ବାଲଦିରଙ୍କ ପଡୋଶୀମାନେ ଲୋକାଲ ମିଡ଼ିଆକୁ କହିଛନ୍ତି ଯେ ତାଙ୍କର ବହୁତ କମ ସମ୍ପର୍କୀୟ ଏବଂ ସାଙ୍ଗସାଥି ଥିଲେ | Moisés da Conceição da Silva ବ୍ରାଜିଲର ଗ୍ଲୋବୋ ନ୍ୟୁଜକୁ କହିଛନ୍ତି ଯେ ବାଲଦିର ନିଜ ପରିବାରର ଘର ପଛରେ ତିଆରି ଗୋଟିଏ ପ୍ରପର୍ଟି ଭଡାରେ ନେଇଥିଲେ | ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ ମୃତ୍ୟୁ ଦିନ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା, ଯେଉଁ କାରଣରୁ ସେ ସାହାଯ୍ୟ ପାଇଁ ନିଜ ମାଙ୍କୁ ଡକାଇଥିଲେ |

Leave A Reply

Your email address will not be published.