ଭାରତ ବିରୁଦ୍ଧ ୱଷ୍ଟଇଣ୍ଡିଜ ତୃତୀୟ ଟି-୨୦ ଲାଇଭ ସ୍କୋର, ତୃତୀୟ ଟି-୨୦ରେ ଭାରତୀୟ ଦଳର ଧମାକାଦାର ବିଜୟ, ସୂର୍ଯ୍ୟ କୁମାର ଯାଦବଙ୍କ ଧମାଲରେ ଇଣ୍ଡିଜକୁ ପିଟିଲେ

0

Get real time updates directly on you device, subscribe now.

ୱଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବିଜୟ ହୋଇଛି|ଭାରତକୁ ଇଣ୍ଡିଜ ୧୬୫ ରନର ବିଜୟ ଲକ୍ଷ୍ୟ ଦେଇଥିଲେ ଯାହାକୁ ଭାରତୀୟ ଦଳ ସହଜରେ ହାସଲ କରିଥିଲେ ଓ ୭ ୱିକେଟରେ ଜିତିଲା|ଏହି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି|

ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଭାରତୀୟ ଦଳ ପକ୍ଷରୁ ୭୬ ରନର ବିସ୍ଫୋରକ ପାଳି ଖେଳିଥିଲେ|ସୂର୍ଯ୍ୟକୁ ଓପନିଙ୍ଗରେ ପଠେଇବା ସଭିଙ୍କ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ସେ କିନ୍ତୁ ସଭିଙ୍କ ମୁହଁ ବନ୍ଦ କରି ଦେଇଥିଲେ|ଏହି ପାଳିରେ ସେ ୮ ଚୈକା ଓ ୪ ଛକା ମାରିଥିଲେ|

ଅଧିନାୟକ ରୋହିତ ରିଟାୟାର୍ଡ ହର୍ଟ ହୋଇ ଆରମ୍ଭରେ ପ୍ୟାଭିଲିଅନ‌ ଫେରି ଯାଇଥିଲେ ସେ ବିସିସିଆଇ ମେଡିକାଲ ଦଳ ଅନୁଧ୍ୟାନରେ ଅଛନ୍ତି|ଋଷଭ ପନ୍ଥ ୨୬ ବଲରେ ୩୩ ରନର ଅପରାଜିତ ଇନିଶ୍ ଖେଳିଥିଲେ|ଏହା ବ୍ୟତୀତ ଶ୍ରେୟସ ଆୟାର ୨୪, ହାର୍ଦ୍ଦିକ ପାଣ୍ଡ୍ୟା ୪ ରନ କରିଥିଲେ|

ରୋହିତ ଶର୍ମା(୧୧ ରନ୍),ରିଡାୟାର୍ଡ ହଟ:୧୯/୦

୧ମ ୱିକେଟ,ଶ୍ରେୟସ ଆୟର(୨୪ ରନ୍):୧୧.୩ ଓଭର,୧୦୫/୧

୨ୟ ୱିକେଟ, ସୂର୍ଯ୍ୟ କୁମାର ଯାଦବ(୭୬ ରନ୍):୧୪.୩ ଓଭର,୧୩୫/୨

୩ୟ ୱିକେଟ୍: ହାର୍ଦ୍ଦିକ ପାଣ୍ଡ୍ୟା(୪ରନ୍),୧୭.୨ ଓଭର,୧୪୯/୩

ୱଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲେ, କିନ୍ତୁ ମଝିରେ ମଝିରେ ୱିକେଟ୍ ହରାଇଥିଲା|ଶେଷରେ ରବମେନ ପାୱଲ୍(୨୩ ରନ୍),ସିମରନ୍ ହେଟ ମେୟର (୨୦ ରନ୍) ଧୂଆଁଧାର ଇନିଶ ଖେଳି ୧୬୪ ରନ ପର୍ଯ୍ୟନ୍ତ ନେଇଥିଲେ|ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଶେଷରେ ୧୯ ବଲରେ ୩୪ ରନର ପାର୍ଟନରସିପ କରିଥିଲେ|

ଇଣ୍ଡିଜ ପକ୍ଷରୁ କାଇଲ ମେୟର୍ସ ସର୍ବାଧିକ ୭୩ ରନର ଇନିଶ୍ ଖେଳିଥିଲେ ଏଥିରେ ୮ ଚୈକା ଓ ୪ ଛକା ସାମିଲ ହୋଇଥିଲା|ଭାରତୀୟ ଦଳ ପକ୍ଷରୁ ଭୁବନେଶ୍ୱର କୁମାର ୨ ୱିକେଟ୍ ନେଇଥିଲେ ଓ ହାର୍ଦ୍ଦିକ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱକେଟ୍ ନେଇଥିଲେ|

ୱଷ୍ଟଇଣ୍ଡିଜ:୧୬୪/୫(୨୦ ଓଭର)

୧ମ ୱିକେଟ୍,ବ୍ରେଣ୍ଡନ କିଙ୍ଗ(୨୦ ରନ୍),୭.୨ ଓଭର,୫୭/୧

୨ୟ ୱିକେଟ୍,ନିକୋଲସ ପୂରନ(୨୨ ରନ୍),୧୪.୪ ଓଭର,୧୦୭/୨

୩ୟ ୱିକେଟ୍,କାୟଲ ମେୟର୍ସ(୭୩ ରନ୍),୧୬.୨ ଓଭର,୧୨୮/୩

୪ ର୍ଥ ୱିକେଟ୍:ରବମେନ ପାୱଲ୍(୨୩ ରନ୍),୧୯.୩ ଓଭର,୧୬୨/୪

୫ମ ୱିକେଟ୍:ସିମରନ ହେଟମେୟର(୨୦ ରନ୍),୧୯.୫ ଓଭର,୧୬୩/୫

Leave A Reply

Your email address will not be published.