ନୂଆ ଟ୍ରାଫିକ୍ ନିୟମ : ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେଲେ ମିଳିବ ଦଣ୍ଡ,ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା ….

0

Get real time updates directly on you device, subscribe now.

ସଡକ ଦୁର୍ଘଟଣାର ହାର ପୂର୍ବ ଅପେକ୍ଷା କମି ଯାଉ ସେ ନେଇ ସରକାର ଟ୍ରାଫିକ ନିୟମକୁ ବେଶ୍ କଡା କଡ଼ି କରି ଦେଇଛନ୍ତି । ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଉଛି । ଟ୍ରାଫିକ ନିୟମ ନ ପାଳନ କଲେ ଜୋରିମାନା ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି । ସମଗ୍ର ଦେଶରେ ମୋଟର ଯାନ ନିୟମ ବଦଳିବା ପରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ତ ଲାଗୁ ହେଉଛି ତା ସହିତ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ।

ଇତି ମଧ୍ୟରେ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ଏହି ପ୍ରଶ୍ନ ଯେ କଣ ଜଣଙ୍କୁ ଲିଫ୍ଟ ଦେଲେ ଆପଣଙ୍କୁ ଜେଲ୍ ହୋଇଯିବ । ତେବେ ଆଜ୍ଞା ହଁ ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଲିଫ୍ଟ ଦେଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କର ଏହି ଗୋଟିଏ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆପଣ ଜରିମାନା ଦେବା ସହ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ । ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୬୬ ଅନୁସାରେ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ଆଇନ ବିରୁଦ୍ଧ । କଣ ଦର୍ଶକ ବନ୍ଧୁ ଶୀର୍ଷକ ପଢ଼ି ବିଶ୍ୱାସ ହେଉ ନଥିଲେ ମଧ୍ୟ କଥାଟି ସମ୍ପୂର୍ଣ ସତ୍ୟ ।

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦିଅନ୍ତି ତେବେ ଆପଣ ବ୍ୟକ୍ତିଗତ ଗାଡିକୁ କମର୍ସିୟାଲ ବ୍ୟବହାର କରୁଥିବାର ଧରାଯିବ । ଏହା ଦ୍ୱାରା ଆପଣ କେବଳ ଜରିମାନା ଦେବେ ନାହିଁ ତା ସାଙ୍ଗକୁ ଜେଲ ଦଣ୍ଡ ମଧ୍ୟ ଭୋଗିପାରନ୍ତି । ଆପଣଙ୍କୁ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କା ଯାଏଁ ଜରିମାନା ମଧ୍ୟ ଦେବାକୁ ପଡିବ । ଆଉ ଯଦି ପ୍ରଥମ ଥରର ଏହି ଭୁଲକୁ ଆପଣ ନ ସୁଧାରନ୍ତି ଓ ଦ୍ଵିତୀୟ ଥର ଧରାପଡନ୍ତି ତେବେ ୧୦ ହଜାର ଟଙ୍କାର ଜରିମାନା ସହ ୩ ମାସ ରୁ ବର୍ଷେ ଯାଏଁ ଆପଣଙ୍କୁ ଜେଲ ଯିବାକୁ ପଡିପାରେ ।

କିନ୍ତୁ ଦୁର୍ଘଟଣାରେ କୌଣସି ଆହତ ବ୍ୟକ୍ତିଙ୍କୁ ଯଦି ଆପଣ ମେଡିକାଲ ନେଉଥାନ୍ତି ତେବେ ଏହି ଆଇନ ଅଧୀନରେ ତାହା ଆସିବା ନାହିଁ । ନିକଟରେ ମୁମ୍ବାଇର ଜଣେ ଯୁବକଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି । କାରଣ ଉକ୍ତ ବ୍ୟକ୍ତି ଜଣକ ନୈତିକତା ଦୃଷ୍ଟିରୁ ଜଣଙ୍କୁ ଲିଫ୍ଟ ଦେଇ ଦେଇଥିଲେ । ଆଉ ଟ୍ରାଫିକ ରେ ଚେକିଂ ପରେ ଧରା ପଡ଼ିବା ପରେ ପୋଲିସ୍ ବ୍ୟକ୍ତି ଜଣଙ୍କ ପାଖରୁ ୬୬/୧୯୨ ଧାରା ଆଧାରରେ ୨ ହଜାର ଟଙ୍କା ଚାଲାଣ କାଟିଥିଲା ।

Leave A Reply

Your email address will not be published.