ବଡ ଠକେଇ : ମାତ୍ର ୩୦ ଟଙ୍କା ବଞ୍ଚାଇବା ଚକ୍କରରେ ହେଲା ଭାରୀ ନୁକସାନ୍,ଏକାଉଣ୍ଟରୁ ଉଡ଼ିଗଲା ୯୭୦୦୦ ଟଙ୍କା,ଜାଣନ୍ତୁ ପୁରା ଠକେଇ ବିଷୟରେ

0

Get real time updates directly on you device, subscribe now.

ଦେଶରେ ବର୍ଦ୍ଧିତ ସାଇବର କ୍ରାଇମ ମାମଲା ଚିନ୍ତାର କାରଣ ପାଲଟିଛି|ଠକ କେଜାଣି କେତେ ଲୋକଙ୍କ ପରିଶ୍ରମ ଅର୍ଜିତ ଆୟ ଝଟକାରେ ଉଡାଇ ନେଇ ଯାଆନ୍ତି ଓ ପିଡିତ ଚିନ୍ତିତ ରହିଥାନ୍ତି|ଯଦିଓ ଏହି ମାମଲାରେ ସାଇବର କ୍ରାଇମ ବ୍ରାଞ୍ଚ ଵହୁ ସାହାଯ୍ୟ କରିଥାଏ|କିନ୍ତୁ ମହଜୁଦ ନିୟମ ଓ କଡା ସଜା ହେବା ସତ୍ତ୍ୱେ ନାଗରିକଙ୍କୁ କଡା ସଚେତନତା ହେବା ଆବଶ୍ୟକ ଫଳରେ ସେ କୈାଣସି ଘଟଣାରେ ନ ଫସୁ ଓ ସୁରକ୍ଷିତ ରହୁ|ନିକଟରେ ଉତ୍ତରପ୍ରଦେଶର ଗାଜିଆ ବାଦରୁ ସାଇବର କ୍ରାଇମର ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି|

ପିଡିତାଙ୍କ ମୁତାବକ ତା ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ ଆସିଥିଲା|କଲ କରିଥିବା ବ୍ୟକ୍ତି ନିଜକୁ ବିଜୁଳି ବିଭାଗର‌ ବୋଲି କହିଥିଲେ|ସେ ବ୍ୟକ୍ତିକୁ ବିଜୁଳି ବିଲ ଅପଡେଟ କରିବା ପାଇଁ କହିଲେ ଓ କହିଲେ ଯେ ୩୦ ଟଙ୍କା କମ୍ ରହିଛି|

୩୦ ଟଙ୍କା ଚକ୍କରରେ ବ୍ୟକ୍ତି ହ୍ୟାକରର ଝାନ୍ସାରେ ଫସିଗଲା|ଆରୋପୀ ପିଡିତ ଅଞ୍ଜଳୀକୁ ପେଟିଏମ୍ ନମ୍ବର ରେ ୩୦ ଟଙ୍କା ପଠେଇବାକୁ କହିଲା ଓ ଟଙ୍କା ଆସିବା ମାତ୍ରେ ଫୋନ ହ୍ୟାକ କରିଥିଲେ|ଏହାପରେ ପିଡିତର ୯୭୦୦୦ ଟଙ୍କା କଟିବାର ମେସେଜ ଆସିଲା ଫଳରେ ଜଣାପଡିଲା ଯେ ଫ୍ରଡ ହୋଇଛି|

ଗାଜିଆବାଦରେ ରହୁଥିବା ଅଞ୍ଜଳୀ ରାଣା ପୋଲିସରେ ଏହି ଅଭିଯୋଗ ଦାଖଲ କରିଛନ୍ତି|ସାଇବର ସେଲ ଘଟଣାର ତଦନ୍ତ କରୁଛି|ଥାନା ପ୍ରଭାରୀ କହିଛନ୍ତି ଶିଘ୍ର ଆରୋପୀକୁ ଗିରଫ କରାଯିବ|

Leave A Reply

Your email address will not be published.