ସେକେଣ୍ଡ ଇନିଂସ ଆରମ୍ଭ କଲେ ପ୍ରକୃତି ! ସୋସିଆଲ ମିଡିଆରେ ଏମିତି କିଛି ସେୟାର କଲେ ପ୍ରକୃତି

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଷ୍ଟାରକଳି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ତଳେ ବାବୁସାନ ଓ ପ୍ରକୃତି ମିଶ୍ର ଓ ବାବୁସାନଙ୍କର ସ୍ତ୍ରୀ ତୃପ୍ତିଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଯେଉଁଥିରେ ତୃପ୍ତି ନିଜର ସ୍ଵାମୀ ବାବୁସାନଙ୍କୁ ପ୍ରକୃତି ମିଶ୍ରଙ୍କ ସହିତ ଧରିଥିଲେ। ତାପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଯାହାପରେ ବାବୁସାନ ଓ ପ୍ରକୃତିଙ୍କ ନାମରେ ଥାନାରେ ଏକ ଅଭିଯୋଗ ମଧ୍ୟ ହୋଇଥିଲା। ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କୁ ଆସି ଥାନାରେ ହାଜିର ହେବାକୁ କୁହାଯାଇଥିଲା।

ତେବେ ଆଜକୁ ଏହି ମାମଲା ୧୦ ଦିନ ହୋଇଗଲାଣି। ଆଜି ପ୍ରକୃତି ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ସେ ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ କିଛି କଥା ଲେଖି ପୋଷ୍ଟ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି। ସେଥିରେ ସେ ଲେଖିଥିଲେକି,‘ଆଗକୁ ସେକେଣ୍ଡ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ। ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ୟ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ଆଉ ସେତିକି ଦିନ ପର୍ଯ୍ୟନ୍ତ ଜଣେ ରକଷ୍ଟାର ଭାବରେ ରହିବାକୁ ହେବ।’ ତେବେ ବର୍ତ୍ତମାନ ଏକ ପ୍ରଶ୍ନ ହେଉଛିକି ପ୍ରକୃତିଙ୍କର ଏହି ଦ୍ଵିତୀୟ ଇନିଙ୍ଗ୍ସର ଅର୍ଥ କଣ। ସେ ବିବାହ କରିବାକୁ ଯାଉଛନ୍ତିକି? ନା ସେ ନିଜର ଦ୍ଵିତୀୟ ଇନିଙ୍ଗ୍ସ ନିଜ କ୍ଯାରିୟରରେ ଆରମ୍ଭ କରିବାକୁ ଯାଉଛନ୍ତି। ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।

ଆହୁରି ମଧ୍ୟ ଲେଖିଥିଲେକି,’ପ୍ରତିକୂଳ ପରିସ୍ଥିତିରେ ତୁମେ କିପରି ପ୍ରତିକ୍ରିୟା କରୁଛ ତାହା ହିଁ ତୁମ ନିଜର ଆତ୍ମା ର ପ୍ରତିଫଳନ। ସବୁ ପରିସ୍ଥିତିରେ ଶାନ୍ତି ଚୟନ କରନ୍ତୁ। ଯେତେବେଳେକି ତୁମେ ଜାଣିଛ ତୁମର ଉଦ୍ଦେଶ୍ୟ ଠିକ ଅଛି ତେବେ ସେତେବେଳେ କାହାରିକୁ କିଛି କହିବା ଠିକ ନୁହେଁ। ପ୍ରକୃତି ସଦା ସର୍ବଦା ନିଜ ଭାବରେ ସବୁକିଛି ସତ ସାମ୍ନାକୁ ଆଣିବ। ମୁଁ ଜାଣିଛି ମୁଁ ଠିକ ସମୟରେ ନ୍ୟାୟ ପାଇବି।’ ଏହିସବୁ କଥାରୁ ଜଣାପଡୁଛିକି ପ୍ରକୃତି ବହୁତ ସାହସରେ ଏହିସବୁ ଘଟଣାର ସାମ୍ନା କରୁଛନ୍ତି। ଦ୍ଵିତୀୟ ଇନିଙ୍ଗ୍ସରେ ପ୍ରକୃତି କଣ କରିବେ ତାହା ବର୍ତ୍ତମାନ ଦେଖିବାକୁ ହେବ।

Leave A Reply

Your email address will not be published.