WhatsApp ରେ ଆପଣଙ୍କ ପାଖକୁ ମଧ୍ୟ +92 code ନମ୍ବରରୁ କଲ ଆସୁଛି କି ? ତା ହେଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ !

0

Get real time updates directly on you device, subscribe now.

WhatsApp ମାଧ୍ୟମରେ ୟୁଜର୍ସଙ୍କୁ ଟାର୍ଗେଟ କରାଯାଉଛି | WhatsApp ର ଲୋକପ୍ରିୟତାର ସ୍କାମର୍ସମାନେ ମଧ୍ୟ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି | କିଛି ସମୟ ହେଲାଣି WhatsApp ରେ ଗୋଟିଏ ନୁଆଁ ସ୍କାମ ଚାଲିଛି | ଅନେକ ଲୋକଙ୍କୁ +92 କୋଡ଼ ଵାଲା ମୋବାଇଲ ନମ୍ବରରୁ ହ୍ଵାଟ୍ସଆପରେ କଲ ଆସୁଛି |

WhatsApp ରେ ଆସୁଥିବା ଏହି କଲ ମାଧ୍ୟମରେ ୟୁଜର୍ସଙ୍କୁ ଲଟେରୀ କିମ୍ବା ପୁରସ୍କାର ଜିତିବାର ପ୍ରତିଶୃତି ଦିଆଯାଇଥାଏ | ଏହି କାରଣରୁ ଅନେକ ୟୁଜର୍ସ ଏହି କଥାରେ ବିଶ୍ୱାସ କରି ନିଜ ବ୍ୟକ୍ତିଗତ ସୂଚନା ଏବଂ ଅନ୍ୟ ସୂଚନା ସେୟାର କରିଦିଅନ୍ତି, ଯେଉଁ କାରଣରୁ ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡେ |

ଆଗକୁ ବଢିବା ପୂର୍ବରୁ ଆପଣଙ୍କୁ କହିରଖୁଛୁ ଯେ +92 ପାକିସ୍ତାନର କଣ୍ଟ୍ରି କୋଡ଼ ଅଟେ | ଭାରତର କଣ୍ଟ୍ରି କୋଡ଼ ହେଉଛି +91 | ଏପରି ପରିସ୍ଥିତିରେ ଏହା ମଧ୍ୟ କୁହାଯାଉଛି ଯେ ଏହି କଲ ପାକିସ୍ତାନରୁ ଆସୁଛି | କିନ୍ତୁ ଅନେକଥର ଏହି କଲ ଭରଚୁଆଲି ମଧ୍ୟ ଏପରି ନମ୍ବର ଉପଲବ୍ଧ କରାଇ ଦିଆଯାଇଥାଏ, ଯାହାକୁ ଆପଣ ଦୁନିଆର ଯେକୌଣସି କୋଣରୁ ଆକ୍ସେସ କରିପାରିବେ | ଏହି କାରଣରୁ ଜରୁରୀ ନୁହେଁ ଯେ ସବୁ କଲ ପାକିସ୍ତାନରୁ ଆସୁଛି |

92 କଣ୍ଟ୍ରି କୋଡ଼ ନମ୍ବରରୁ କଲ ଆସିଲେ କରନ୍ତୁ ଏହି କାମ :-

ଯଦି ଆପଣଙ୍କୁ ମଧ୍ୟ WhatsApp ରେ +92 କଣ୍ଟ୍ରି କୋଡ଼ ନମ୍ବରରୁ କଲ ଆସୁଛି, ତେବେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ | ଯଦି ଆପଣଙ୍କ ପାଖକୁ +92 କୋଡ଼ ଵାଲା କୌଣସି ନମ୍ବରରୁ କଲ ଆସୁଛି ଏବଂ ଆପଣ ସେହି ନମ୍ବରକୁ ଜାଣିନାହାନ୍ତି, ତେବେ ସେହିପରି କଲକୁ ଅଣଦେଖା କରନ୍ତୁ |

ଏହାବ୍ୟତୀତ ସେହି ନମ୍ବରରେ ରିପ୍ଲାଇ କରି ଅଧିକ ସୂଚନା ହାସଲ କରିବାର ଚେଷ୍ଟା କରନ୍ତୁ ନାହିଁ | ଅନେକଥର ସ୍କାମର୍ସ ନିଜ ଡିପି ବହୁତ ଭଲ ଲଗାଇପାରନ୍ତି | ଏହି କାରଣରୁ ଅନେକ ୟୁଜର୍ସ ଏମାନଙ୍କ ଜାଲରେ ଫସିଯାନ୍ତି | ଏପରି ପରିସ୍ଥିତିରେ ଚେଷ୍ଟା କରନ୍ତୁ ଯେ 92 କଣ୍ଟ୍ରି କୋଡ଼ ନମ୍ବରରୁ ଆସୁଥିବା ଅଜଣା କଲ ଉପରେ ରେସପନ୍ସ କରନ୍ତୁ ନାହିଁ |

ଯଦି ଆପଣଙ୍କ ପାଖକୁ ବାରମ୍ବାର କଲ ଆସୁଛି, ତେବେ ଆପଣ ସିଧା ଏପରି ନମ୍ବରକୁ ବ୍ଲକ କରିପାରିବେ | ଏପରି ପରିସ୍ଥିତିରେ ସେହି ନମ୍ବରରୁ ଆପଣଙ୍କ ପାଖକୁ ଦ୍ୱିତୀୟଥର କଲ କିମ୍ବା ମେସେଜ ଆସିବ ନାହିଁ | ଆପଣ ଏହି ନମ୍ବରକୁ ରିପୋର୍ଟ ମଧ୍ୟ କରିପାରିବେ | ଏଥିପାଇଁ କମ୍ପାନୀ ଫିଚର୍ସ ଦେଇଥାଏ | ଯଦି ଆପଣ ସାଇବର ଠାକମିର ଶିକାର ହୋଇଯାଇଛନ୍ତି, ତେବେ ଆପଣ ବିଳମ୍ବ ନ କରି ସାଇବର ସେଲରେ ନିଜର ଅଭିଯୋଗ କରିପାରିବେ |

Leave A Reply

Your email address will not be published.