Business Idea: କେବଳ 2 ଲକ୍ଷ ଟଙ୍କା ଲଗାଇ ଆରମ୍ଭ କରନ୍ତୁ ଏହି ବିଜନେସ, ଘରେ ବସି ରୋଜଗାର କରିପାରିବେ ବହୁତ୍ ସାରା ଟଙ୍କା,ଜାଣନ୍ତୁ ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

Business Idea: ଆଜିକାଲି ଘରେ ବସି ଅନେକ ଛୋଟ ବଡ଼ ବିଜନେସ ଆରମ୍ଭ କରାଯାଇପାରେ । ଆମେ ଆଜି ପାପଡ ତିଆରି କରିବାର ବିଜନେସ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ନିଜ ଘରୁ ହିଁ ଆରମ୍ଭ କରିପାରିବେ । ଏହାକୁ ଆପଣ ବହୁତ୍ କମ୍ ପଇସାରୁ ଆରମ୍ଭ କରିପାରିବେ ଏବଂ ଯଦି ଆପଣଙ୍କ ପାପଡ଼ର ସ୍ଵାଦ ୟୁନିକ ଓ ଖାସ ରହେ, ତେବେ ଆପଣ ମୋଟା ରକମର ପଇସା ମଧ୍ୟ ରୋଜଗାର କରିପାରିବେ । ଭାରତ ସରକାରଙ୍କ ନେସନାଲ ସ୍ମଲ୍ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଏଥିପାଇଁ ଗୋଟିଏ ପ୍ରୋଜେକ୍ଟ ରିପୋର୍ଟ୍ ପ୍ରସ୍ତୁତ କରିଛି ।

ଏଥିରେ ମୁଦ୍ରା ସ୍କିମ ଅଧୀନରେ 4 ଲକ୍ଷ ଟଙ୍କାର ଲୋନ ଶସ୍ତା ରେଟରେ ମିଳିଯିବ । ରିପୋର୍ଟ୍ ଅନୁଯାୟୀ, 6 ଲକ୍ଷ ଟଙ୍କାର ମୋଟ୍ ନିବେଶ ଦ୍ଵାରା ପ୍ରାୟ 30,000 କିଲୋର ପ୍ରଡକ୍ସନ କ୍ୟାପିଶିଟି ପ୍ରସ୍ତୁତ ହୋଇଯିବ । ଏହି କ୍ୟାପିଶିଟି ପାଇଁ 250 ବର୍ଗମିଟର ଜମି ଆବଶ୍ୟକ ହେବ ।

ଏହି ଖର୍ଚ୍ଚରେ ଫିକ୍ସଡ କ୍ୟାପିଟାଲରେ 2 ଟି ମେସିନ, ପ୍ୟାକେଜିଂ ମେସିନ ଉପକରଣ ଭଳି ଖର୍ଚ୍ଚ ସାମିଲ ଅଛି ଏବଂ ୱାକିଙ୍ଗ କ୍ୟାପିଟାଲରେ ଷ୍ଟାଫଙ୍କ ତିନି ମାସର ସ୍ୟାଲେରି, ତିନି ମାସରେ ଲାଗୁଥିବା ର ମେଟେରିଆଲ ଏବଂ ୟୁଟିଲିଟି ଖର୍ଚ୍ଚ ସାମିଲ ଅଛି । ଏହାବ୍ୟତୀତ ଏଥିରେ ଭଡ଼ା, ବିଦ୍ୟୁତ, ପାଣି, ଟେଲିଫୋନ ବିଲ ଭଳି ଖର୍ଚ୍ଚ ମଧ୍ଯ ସାମିଲ ଅଛି ।

ଏହି ବିଜନେସ ଆରମ୍ଭ କରିବାପାଇଁ ଅତି କମରେ 250 ବର୍ଗ ଫୁଟର ଜାଗା ଦରକାର୍ ହେବ । ଏହାବ୍ୟତୀତ 3 ଅନସ୍କିଲ୍ଡ ଲେବର, 2ଜଣ ସ୍କିଲ୍ଡ ଲେବର ଏବଂ ଜଣେ ସୁପର ଭାଇଜର ଦରକାର୍ ହେବେ । ଏହାକୁ ଆରମ୍ଭ କରିବାପାଇଁ ଆପଣଙ୍କୁ 4 ଲକ୍ଷ ଟଙ୍କାର ଲୋନ ମିଳିଯିବ । ଏହାପରେ ଆପଣଙ୍କ ପାଇଁ କେବଳ 2 ଲକ୍ଷ ଟଙ୍କା ନିବେଶ କରିବାକୁ ପଡ଼ିବ ।

ଲୋନ କେଉଁଠାରୁ ମିଳିବ :-

ଲୋନ ନେବାପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଲୋନ ଯୋଜନା ଅଧୀନରେ ଯେକୌଣସି ବ୍ୟାଙ୍କରେ ଅପ୍ଲାଇ କରିପାରିବେ । ଲୋନ ରାଶିକୁ ଆପଣ 5 ବର୍ଷ ଯାଏଁ ଫେରାଇ ପାରିବେ ।

କେତେ ରୋଜଗାର ହେବ :-

ପାପଡ ତିଆରି କରିବାପରେ ଆପଣଙ୍କୁ ଏହାକୁ ମାର୍କେଟରେ ବିକ୍ରି କରିବାକୁ ପଡ଼ିବ । ଏହାବ୍ୟତୀତ ରିଟେଲ ଦୋକାନୀ, ଷ୍ଟୋର, ସୁପର ମାର୍କେଟ ସହ ଯୋଗାଯୋଗ କରି ମଧ୍ୟ ଏହାର ସେଲ ବଢାଇ ହେବ । ଅନୁମାନ ଅନୁଯାୟୀ ଯଦି ମୋଟ 6 ଲକ୍ଷ ଟଙ୍କା ଲଗାଯାଏ, ତେବେ ମାସକୁ 1 ଲକ୍ଷ ଟଙ୍କା ଲେଖାଏଁ ଆରାମରେ ରୋଜଗାର କରାଯାଇପାରିବ । ଏଥିରେ ଆପଣଙ୍କ ପ୍ରଫିଟ 35000-40000 ଟଙ୍କା ପର୍ଯ୍ୟନ୍ତ ହୋଇପାରିବ ।

Leave A Reply

Your email address will not be published.