ଯୌତୁକ ଲୋଭି ସ୍ୱାମୀ ୪ ବର୍ଷ ପର୍ଯ୍ୟନ୍ତ ବାନ୍ଧି ରଖିଲା, ୨୭ ବର୍ଷରେ ୫୦ ବର୍ଷୀୟ ଦେଖାଯାଉଥିବା ସୋନିୟାଙ୍କ କାହାଣୀ ଶୁଣିଲେ ଆପଣଙ୍କୁ ମଧ୍ୟ ଚକିତ କରିବ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାରର ଖବର ଭାଇରାଲ ହୁଏ, ଯେଉଁଥିରୁ କିଛି ଖବର ଆମକୁ ଭାବପ୍ରବଣ କରିଥାଏ | ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ପ୍ରକୃତ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ | ବାସ୍ତବରେ, ଗ୍ୱାଲିଅରରେ ଜଣେ ସ୍ୱାମୀ କ୍ରୁରତାର ସବୁ ସୀମା ଅତିକ୍ରମ କରିଦେଇଛି | ବାସ୍ତବରେ, ଏହି ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ଶାଶୁଘର ଲୋକମାନେ 4 ବର୍ଷ ଧରି ଘରେ ବନ୍ଧକ କରି ରଖିଥିଲେ | କେବଳ ଏତିକି ନୁହେଁ, ମହିଳାଙ୍କୁ ଦୁଇଥର ପେଟପୁରା ଖାଇବାକୁ ମଧ୍ୟ ଦିଆଯାଉନଥିଲା | ଯେଉଁ କାରଣରୁ ମହିଳା ଜଣକ ଟିବିର ଶିକାର ହୋଇଥିଲେ ଏବଂ ସେ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲେ | ବହୋଡାପୁର ପୋଲିସ ଷ୍ଟେସନରେ ଏହି ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନାର ମାମଲା ଦାୟର କରିଛନ୍ତି |

ସୂଚନା ପାଇଁ ଆପଣମାନଙ୍କୁ କହିରଖୁଛି ଯେ ଗ୍ୱାଲିଅରର ରାମଜୀପୁରା ଅଂଚଳରେ ରହୁଥିବା ମହିଳା ସୋନିୟାଙ୍କ ଜୀବନ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ମିଶି ନର୍କ କରି ଦେଇଛନ୍ତି | ଏହି ମହିଳା ମାତ୍ର ୨୭ ବର୍ଷର ଅଟନ୍ତି, କିନ୍ତୁ ଦେଖିବାକୁ ସେ ୫୦ ବର୍ଷୀୟ ମହିଳା ପରି ଲାଗୁଛନ୍ତି | ଏହା ପଛର କାରଣ ହେଉଛି ଯୌତୁକ ଲୋଭି ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ଅତ୍ୟାଚାର | ସୋନିୟାଙ୍କ ମା ତାଙ୍କୁ ପୋଲିସ ବଳଙ୍କ ସାହାଯ୍ୟରେ ଶାଶୂଘର ଲୋକଙ୍କ ଠାରୁ ମୁକ୍ତ କରିଛନ୍ତି | ବର୍ତ୍ତମାନ ସୋନିୟାଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଟିକେ ଭଲ ଅଛି ଏବଂ ସରକାର ତାଙ୍କୁ କ୍ଷତିପୂରଣ ଦେବାପାଇଁ ଆଶ୍ୱାସନା ଦେଇଛନ୍ତି |

 ଖାଇବା ଜାଗାରେ ମିଳୁଥିଲା ମାରପିଟ :-

ଉଲ୍ଲେଖଯୋଗ୍ୟ ଯେ ସୋନିୟା ନାମକ ଯୁବତୀଙ୍କର ବିବାହ ୨୦୧୮ ମସିହାରେ ଗ୍ୱାଲିଅରର ବାସିନ୍ଦା ଗୁଲଫାମ ଖାଁଙ୍କ ସହିତ ହୋଇଥିଲା | ବିବାହ ସମୟରେ ସୋନିୟାଙ୍କ ମା ଯୌତୁକରେ ନିଜ ଜ୍ୱାଇଁକୁ ବାଇକ ଦେଇଥିଲେ, କିନ୍ତୁ ବିବାହର କିଛି ସମୟ ପରେ ହିଁ ଗୁଲଫାମ ବାଇକ ବିକିଦେଲା ଏବଂ ସୋନିୟାଙ୍କୁ ତାଙ୍କ ଘରୁ ଆଉ ଗୋଟିଏ ଗାଡି ନେଇ ଆସିବାକୁ ଡିମାଣ୍ଡ କରିବାକୁ ଲାଗିଲା | କିନ୍ତୁ ଯେତେବେଳେ ସୋନିୟା ଏହି କଥାର ବିରୋଧ କଲେ, ସେତେବେଳେ ତାଙ୍କ ଶାଶୂଘର ଲୋକେ ତାଙ୍କ ସହିତ ମାରପିଟ କରିବା ଆରମ୍ଭ କରିଦେଲେ | ଧୀରେ ଧୀରେ ସୋନିୟାଙ୍କ ସ୍ୱାମୀ କ୍ରୁରତାର ସବୁ ସୀମା ପାର କରିଦେଇ ତାଙ୍କୁ ଗୋଟିଏ ରୁମରେ ବନ୍ଦ କରିଦେଲେ ଏବଂ ଏହାସହିତ ଖାଇବା ଦେବା ମଧ୍ୟ ବନ୍ଦ କରିଦେଲା |

ସୋନିୟାଙ୍କୁ କେବଳ ସକାଳେ ଘରକାମ କରିବାପାଇଁ ବାହାର କରାଯାଉଥିଲା ଏବଂ ତାପରେ ରୁମରେ ବନ୍ଦ କରି ଦିଆଯାଉଥିଲା | ଯେତେବେଳେ ତାଙ୍କ ସ୍ୱାମୀ ସନ୍ଧ୍ୟାରେ ଘରକୁ ଫେରୁଥିଲେ, ସେତେବେଳେ ପୁଣି ଘରକାମ କରିବାକୁ ତାଙ୍କୁ ବାହାର କରାଯାଉଥିଲା | ପ୍ରାୟ ୪ ବର୍ଷ ଧରି ସୋନିୟାଙ୍କ ଉପରେ ଏହିପରି ଅତ୍ୟାଚାର କରାଯାଉଥିଲା | ଏହି ୪ ବର୍ଷରେ ଏହି ଅତ୍ୟାଚାର ମଧ୍ୟରେ ମଧ୍ୟ ସୋନିୟା ଗୋଟିଏ ଝିଅ ଏବଂ ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ଦିନେ ସୋନିୟାଙ୍କ ସ୍ୱାମୀ ଗୁଲଫାମ ଯିବାପରେ ନିଜ ମାଙ୍କୁ ନିଜ ଅବସ୍ଥା ବିଷୟରେ କହିଲେ | ମାକୁ ନିଜ ଝିଅର ଅବସ୍ଥା ବିଷୟରେ ଜଣାପଡିବା ମାତ୍ରେ ହିଁ ସେ ସ୍ୱାମୀ ନ ଥିବା ସମୟରେ ପୋଲିସକୁ ନେଇ ନିଜ ଝିଅକୁ ଶାଶୁଘରୁ ବାହାର କରିଆଣିଲେ | ଯାହା ପରେ ସୋନିୟା ନିଜ ସହ ଘଟିଥିବା ସବୁ ଘଟଣା ପୋଲିସ ଆଗରେ ଶୁଣାଇଲେ | ପୋଲିସ ସୋନିୟାଙ୍କ ସ୍ୱାମୀ ଗୁଲଫାମଙ୍କ ବିରୋଧରେ ଯୌତୁକ ଆକ୍ଟ ମାମଲା ଦାୟର କରିଛି | ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସୋନିୟାଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିବାକୁ ଅପେକ୍ଷା କରିଛି |

Leave A Reply

Your email address will not be published.