ଆଜିଠାରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ, ସମସ୍ୟାରୁ ବର୍ତ୍ତିବା ପାଇଁ ଜାଣି ରଖନ୍ତୁ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

ବର୍ଷ 2022 ଦେଖୁ ଦେଖୁ ଅଷ୍ଟମ ମାସରେ ପହଞ୍ଚିସାରିଛି। ନୂଆ ମାସ ସହିତ ସାରା ଦେଶରେ ନୂଆ ନିୟମ ଲାଗୁ ହୋଇଯିବ। ଏଥିରେ ଏମିତି କିଛି ପରିବର୍ତ୍ତନ ରହିଛି ଯାହାକି ଆପଣଙ୍କ ପକେଟ ଉପରେ ସିଧା ପ୍ରଭାବ ପକାଇବ। ଏହି କାରଣ ହେଉଛି ଯେ ଆପଣଙ୍କୁ ଏହା ନିହାତି ଜାଣିବା ଉଚିତ। ଏକ ସରକାରୀ ବ୍ୟାଙ୍କର ଚେକ କ୍ଲିୟରିଂ ନିୟମ ଆଜିଠାରୁ ବଦଳି ଯାଇଛି। ଯଦି ଆପଣ ଏହା ବିଷୟରେ ଜାଣିନାହାଁନ୍ତି ତାହେଲେ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା କେଉଁସବୁ ନିୟମରେ ପରିବର୍ତ୍ତନ ହୋଇଛି।

ଚେକ ସହ ଜଡ଼ିତ ନିୟମ:-

ବ୍ୟାଙ୍କ ଅଫ ବରୋଦା ଏକ ବଡ଼ ସରକାରୀ ବ୍ୟାଙ୍କ ସହିତ ଜଡ଼ିତ ଅଟେ। ଆଜିଠାରୁ ଏହି ବ୍ୟାଙ୍କର ଚେକ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆମେ ଆପଣଙ୍କୁ ଜଣାଇବୁ। ପାଞ୍ଚଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଚେକ ପେମେଣ୍ଟରେ ବ୍ୟାଙ୍କ ପଜିଟିଭ ପେ ସିଷ୍ଟମ ଲାଗୁ କରିସାରିଛି। ଏବେ ଚେକ କ୍ଲିୟର ହେବାପୂର୍ବରୁ ଆପଣଙ୍କୁ ଅଥେଣ୍ଟିକେସନ ପାଇଁ ବ୍ୟାଙ୍କକୁ ସୂଚନା ଦେବାକୁ ହେବ। ବ୍ୟାଙ୍କ ଧୋଖାଧାଡ଼ି ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଚେକ ରେ ଆପଣଙ୍କୁ ଏସଏମଏସ, ଏଟିଏମ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ଦ୍ୱାରା ବେନିଫିସିଆରୀଙ୍କ ନାମ, ଆକାଉଣ୍ଟ ନମ୍ବର, ଆମଉଣ୍ଟ, ଚେକ ନମ୍ବର ଆଦିକୁ ଦର୍ଜ କରିବାକୁ ହେବ। ଏହାସହ ଏହିସବୁ ସୂଚନାକୁ କ୍ରସ ଭେରିଫାଇ କରାଯିବ ଓ ଏହାପରେ ଚେକ କୁ କ୍ଲିୟର କରାଯିବ।

ପ୍ରତ୍ୟେକ ମାସରେ ଛୁଟି ହିଁ ଛୁଟି:-

ଅଗଷ୍ଟ ମାସରେ ବ୍ୟାଙ୍କ ଗୁଡ଼ିକରେ ଛୁଟି ଭରପୁର ରହିବାକୁ ଯାଉଛି। ରାକ୍ଷୀ ପୂର୍ଣ୍ଣିମା, ମୋହରମ, ଜନ୍ମାଷ୍ଟମୀ ଏହିସବୁ ପର୍ବ ପାଇଁ ବ୍ୟାଙ୍କ ଅଲଗା ଅଲଗା ରାଜ୍ୟ ଗୁଡ଼ିକରେ 18 ଦିନ ଛୁଟି ରହିବ। ଏଥିପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଗୁଡ଼ିକର ଲିଷ୍ଟ ଜରୁରୀ ଦେଖନ୍ତୁ। ଏମିତି ନକଲେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ଇଙ୍କମ ଟ୍ୟାକ୍ସ ରିଟର୍ନ ଭରିବା ପାଇଁ ଦେବାକୁ ହେବ ପେନାଲଟି:-

କାଲି ମାନେ ଜୁଲାଇ 31 ତାରିଖ ଦିନ ଇଙ୍କମ ଟ୍ୟାକ୍ସ ରିଟର୍ନ ଭରିବାର ଡେଡ଼ଲାଇନ ସମାପ୍ତ ହୋଇଯାଇଛି। ଯଦି ଆପଣ ଏବେଯାଏଁ ଆଇଟିଆର ଭରି ନାହାଁନ୍ତି ତାହେଲେ ଆପଣଙ୍କୁ ଜରିମାନା ଭରିବାକୁ ପଡ଼ିପାରେ। ଯଦି ଆପଣଙ୍କ ଇଙ୍କମ ବାର୍ଷିକ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ତାହେଲେ ଆପଣଙ୍କ ଉପରେ ପାଞ୍ଚ ହଜାର ଟଙ୍କା ଜରିମାନା ଲାଗିପାରେ। ଏହିପରି ଯଦି ଆପଣଙ୍କ ସାଲାରୀ ବାର୍ଷିକ ପାଞ୍ଚଲକ୍ଷ ଟଙ୍କାରୁ କମ ତାହେଲେ ଆପଣଙ୍କ ଉପରେ 1000 ଟଙ୍କାର ଜରିମାନା ଲାଗିବ।

ରୋଷେଇ ଗ୍ୟାସର ଦାମ ବଢ଼ିବ:-

ଆଜିଠାରୁ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ମଧ୍ୟ ବଢ଼ିପାରେ। ପ୍ରତ୍ୟେକ ମାସର 1 ତାରିଖ ଓ 16 ତାରିଖରେ କମ୍ପାନୀ ରୋଷେଇ ଗ୍ୟାସ ସିଲିଣ୍ଡର ଦର ପରିବର୍ତ୍ତନ କରୁଛି। ବିଗତ ବର୍ଷ ଘରୋଇ ଗ୍ୟାସ ସିଲିଣ୍ଡରରେ 50 ଟଙ୍କାର ବୃଦ୍ଧି କରାଯାଇଥିଲା ସେହିପରି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ହ୍ରାସ କରାଯାଇଥିଲା। ସିଲିଣ୍ଡର କମ ହେବ କି ଶସ୍ତା, କିମ୍ବା ଦାମ ପୂର୍ବଭଳି ରହିବ ଏହାଉପରେ ମଧ୍ୟ ଫଇସଲା ଆସିଯିବ।

Leave A Reply

Your email address will not be published.