ବଡ ଖବର : ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଉପହାର ? ଅଗଷ୍ଟ ମାସରେ ହେବ ବଡ଼ ଘୋଷଣା !

0

Get real time updates directly on you device, subscribe now.

କେନ୍ଦ୍ର ସରକାର ଅଗଷ୍ଟ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ଖୁସି ଖବର ଦେଇପାରନ୍ତି। ଆଗାମୀ ମାସରେ କେନ୍ଦ୍ରୀୟ ସରକାରଙ୍କ ଡ଼ିଏ ବଢାଇବା ଉପରେ ଫଇସଲା ହୋଇପାରେ। ଏହାସହ ତାଙ୍କର ବାକି ଡ଼ିଏ କୁ ମଧ୍ୟ ଦେବାକୁ କୁହାଯାଇଛି। ଏହିପରି ଭାବରେ ସରକାର କର୍ମଚାରୀଙ୍କୁ ଡ଼ବଲ ଉପହାର ଦେବେ। କେନ୍ଦ୍ରୀୟ କର୍ମଚାରୀଙ୍କ ଡ଼ିଏ କୁ ନେଇ ଲମ୍ବା ସମୟ ଧରି ଅଟକଳ ଲଗା ଯାଇଥିଲା। ଏମିତିରେ ସରକାର ଅକ୍ଟୋବର ମାସରେ ଡ଼ିଏ ଵୃଦ୍ଧିକୁ ନେଇ ଘୋଷଣା କରିପାରନ୍ତି। କିନ୍ତୁ ସରକାରଙ୍କ ତରଫରୁ ଏଯାବତ କୌଣସି ସୂଚନା ମିଳିନାହିଁ।

ମାର୍ଚ୍ଚ ମାସରେ ବଢ଼ିଥିଲା ଡ଼ିଏ:-

ସରକାର କର୍ମଚାରୀଙ୍କ ଡ଼ିଏକୁ ଏହି ବର୍ଷ ମାର୍ଚ୍ଚ ମାସରେ ବଢାଇଥିଲେ ଓ ଏହା ତିନି ପ୍ରତିଶତ ବୃଦ୍ଧି ପାଇଥିଲା। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ 34 ପ୍ରତିଶତ ଡ଼ିଏ ମିଳୁଛି। ଡ଼ିଏ କର୍ମଚାରୀଙ୍କ ସାଲାରୀ ଷ୍ଟ୍ରକଚରର ଅଂଶ ଅଟେ। ସରକାର ମହଙ୍ଗାଇ ଦର ହିସାବରେ ଡ଼ିଏ ତୟ କରିଥାଆନ୍ତି କାରଣ ଯେପରି କର୍ମଚାରୀଙ୍କ ଲାଇଫ ଷ୍ଟାଇଲରେ ଯେମିତି କୌଣସି ପ୍ରକାରର ସମସ୍ୟା ନହେବ।

ବାକି ରହିଥିବା ଡ଼ିଏ ର ଭରଣା:-

କେନ୍ଦ୍ରୀୟ କର୍ମଚାରୀ ଲମ୍ବା ସମୟ ହେବ ନିଜ 18 ମାସର ବାକି ରହିଥିବା ଡ଼ିଏ କୁ ଦାବି କରୁଛନ୍ତି। କୋଭିଡ଼ କାରଣରୁ ସରକାର କର୍ମଚାରୀଙ୍କର ଜାନୁଆରୀ 2020 ରୁ ଜୁନ 2021 ପର୍ଯ୍ୟନ୍ତ ଡ଼ିଏ ହୋଲଡ଼ କରି ରଖିଦେଇଥିଲେ। କର୍ମଚାରୀ ଲଗାତାର ନିଜର ବାକି ରହିଥିବା ଡ଼ିଏକୁ ଡିମାଣ୍ଡ କରୁଛନ୍ତି। ସରକାର ଯଦି ବାକି ରହିଥିବା ଡ଼ିଏ ଦେଉଛନ୍ତି ତାହେଲେ 11 ପ୍ରତିଶତ ବଢ଼ିଥିବା ଡ଼ିଏ ସହିତ ଏହା ଦିଆଯିବ।

ମହଙ୍ଗାଇ ଦର ବହୁତ ଅଧିକ:-

ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡ଼ିଏ କୁ ବୃଦ୍ଧି କରାଇବାକୁ ନେଇ ଫଇସଲା କରୁଛନ୍ତି। ମହଙ୍ଗାଇ ଦର ଲଗାତାର ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଅନୁମାନ ଠାରୁ ବହୁତ ଅଧିକ ରହିଛି। ଆର୍ବିଆଇ ମହଙ୍ଗାଇ ଅନୁମାନ 2 ରୁ 6 ପ୍ରତିଶତ ନିର୍ଦ୍ଧାରିତ କରିଛି। ଯେବେକି ରିଟେଲ ମହଙ୍ଗାଇ 7.01 ପ୍ରତିଶତ ଅଟେ।

କେନ୍ଦ୍ରୀୟ କର୍ମଚାରୀଙ୍କ ଡ଼ିଏ ଵୃଦ୍ଧି ଅନୁମାନ ଅଲ ଇଣ୍ଡିଆ କଞ୍ଜୁମର ପ୍ରାଇସ ଇଂଡ଼େକ୍ସ ଅନୁମାନ ଦ୍ୱାରା ଲଗାଯାଏ। ଏହି ଅନୁମାନ ଲେବର ମିନିଷ୍ଟ୍ରି ଜାରି କରିଥାଏ। ଜୁନ ମାସର AICPI ଅନୁମାରେ 0.2 ପ୍ରତିଶତ ଵୃଦ୍ଧି ହୋଇଛି। ଏହା ମେ ମାସର 129 ମୁକାବିଲାରେ ଜୁନ ମାସର 129.2 ହୋଇଯାଇଛି।

କେତେ ବଢ଼ିପାରେ:-

AICPI ର ବଢ଼ୁଥିବା ଆକଳନକୁ ଦେଖିଲେ କୁହାଯାଉଛି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ଡ଼ିଏ ରେ 4 ରୁ 5 ପ୍ରତିଶତ ବୃଦ୍ଧି କରାଯିବ। ଯଦି 4 ପ୍ରତିଶତ ବଢ଼ୁଛି ତହେଲେ ଡ଼ିଏ 38 ପ୍ରତିଶତ ହୋଇଯିବ। ଯଦି ସରକାର 4 ପ୍ରତିଶତ ବଢାଇବାକୁ ନିର୍ଣ୍ଣୟ ନେଉଛନ୍ତି ତାହେଲେ କେନ୍ଦ୍ରୀୟ କର୍ମଚାରୀଙ୍କ ସାଲାରୀ ବହୁତ ମାତ୍ରାରେ ବୃଦ୍ଧି ପାଇଯିବ।

କେତେ ବଢିବ ଦରମା:-

କାଲକୁଲେସନ ଦେଖିବାକୁ ଗଲେ ଅଧିକତମ ବେସିକ ସାଲାରୀ 56,900 ଟଙ୍କା ହିସାବରେ 34 ପ୍ରତିଶତ ଡ଼ିଏ 19,346 ଟଙ୍କା ହେଉଛି। ଯଦି ଏହା 4 ପ୍ରତିଶତ ବୃଦ୍ଧି ପାଉଛି ତାହେଲେ ଏହା ହିସାବରେ ଡ଼ିଏ 21,622 ଟଙ୍କା ହୋଇଯିବ। ମାନେ ସାଲାରୀରେ 2,276 ଟଙ୍କା ପ୍ରତିମାସର ବୃଦ୍ଧି ହେବ।

Leave A Reply

Your email address will not be published.