ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ କିଛିଦିନ ହେବ ଥମିଯାଇଛି। ଏ ବିଷୟରେ ବାବୁସାନଙ୍କର ଘନିଷ୍ଠ ବନ୍ଧୁ ରବି ମିଶ୍ର ସୂଚନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ ଜଣାପଡିଛିକି ଏହି ବିବାଦର ୧୦ ଦିନ ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓଡ଼ିଶା ଛାଡ଼ି ମୁମ୍ବାଇ ପଳାଇଛନ୍ତି। ଆଜି ସକାଳୁ ପ୍ରକୃତି ଭୁବନେଶ୍ବରରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏ ବିଷୟରେ ପ୍ରକୃତିଙ୍କର ବାପା ମନ୍ମଥ ମିଶ୍ର ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ଅନ୍ୟପଟେ ମୁମ୍ବାଇ ଯିବା ପୂର୍ବରୁ ପ୍ରକୃତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖା ହୋଇଥିଲାକି ‘ଆଗକୁ ସେକେଣ୍ଡ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ। ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ୟ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ। ଆଉ ସେତିକି ଦିନ ପର୍ଯ୍ୟନ୍ତ ଜଣେ ରକଷ୍ଟାର ଭାବରେ ରହିବାକୁ ହେବ।’ ତେବେ କ’ଣ ପ୍ରକୃତିଙ୍କର ଏହି ସେକେଣ୍ଡ ଇନିଂସ ହେବ ବୋଲି ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ବର୍ତ୍ତମାନ ପ୍ରକୃତିଙ୍କର ଆଗାମୀ ଇନିଙ୍ଗ୍ସ କଣ ରହିବ ତାହାକୁ ନେଇ ଦର୍ଶକମାନଙ୍କ ମନରେ ଗଭୀର ଭାବରେ ଉତ୍କଣ୍ଠା ଦେଖାଯାଇଛି। ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଓ ତାଙ୍କର ଏହି ଇନଷ୍ଟାଗ୍ରାମ ଷ୍ଟୋରି ଧୀରେ ଧୀରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। ତେବେ ବର୍ତ୍ତମାନ ତାଙ୍କର ଆଗାମୀ ଅଧ୍ୟାୟ କିମ୍ବା ଇନିଙ୍ଗ୍ସ କଣ ହେବାକୁ ଯାଉଛି ତାହା ଦେଖିବାକୁ ହେବ।