ସମୁଦ୍ର ଉପରେ ଚୀନ ତିଆରି କଲା ଐତିହାସିକ ପୋଲ, ଦେଖନ୍ତୁ ଫଟୋ…..

0

Get real time updates directly on you device, subscribe now.

କ୍ରୋଏଶୀୟାରେ ବହୁତ୍ ଅପେକ୍ଷା କରିବାପରେ ପେଲଜେଶାକ ଶେଷରେ ଖୋଲିଗଲା । ଏହି ପୋଲର ନିର୍ମାଣ ଚୀନ କରିଛି । ପୋଲ ତିଆରି କରିବାର ଖର୍ଚ୍ଚ 4274 କୋଟି ଟଙ୍କାରୁ ଅଧିକ ହୋଇଛି । ପୋଲ ତିଆରି କରିବା ଦ୍ୱାରା କ୍ରୋଏଶୀୟାର ଡୁବ୍ରୋନ୍ଵିକ ସହର ଯିବା ସହଜ ହୋଇଯାଇଛି । ସ୍ଥାନୀୟ ମିଡ଼ିଆ ଏହି ପୋଲକୁ ଐତିହାସିକ ବୋଲି କହିଛି ।

ଏହି ପୋଲ ତିଆରି ହେବାଦ୍ବାରା ‘ମଧ୍ୟଯୁଗୀୟ କାନ୍ଥ ଥିବା ସହର’ ଡୁବ୍ରୋନ୍ଵିକ ପହଞ୍ଚିବା ସହଜ ହୋଇଯାଇଛି । ଏହି ପୋଲ 6 ଖମ୍ବ ଉପରେ ରହିଛି । ସେହିପରି ପୋଲ ତିଆରି ହେବାରୁ କ୍ରୋଏଶୀୟାର ଦକ୍ଷିଣ ଅଂଶ ପେଲଜେଶାକ ପ୍ରାୟଦ୍ଵୀପ ସହ ମଧ୍ୟ ଯୋଡି ହୋଇଯାଇଛି । ଏହି ପୋଲ ଖୋଲିବା ପରେ ଖୁବ୍ ହଙ୍ଗାମା ହେଲା ଏବଂ ଏୟାର ଶୋ ମଧ୍ୟ ହେଲା ।

କ୍ରୋଏଶୀୟାର ପ୍ରଧାନମନ୍ତ୍ରୀ Andrej Plenković ଏହାକୁ ଐତିହାସିକ ବୋଲି କହିଛନ୍ତି । ସେ ଟୁଇଟରରେ ଏହି ପୋଲର ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ଦେଖାଯାଉଛି ଯେ ପୋଲର ଓପନିଙ୍ଗ ହେବାପରେ ବହୁତ୍ ସୁନ୍ଦର ଦେଖାଗଲା ।

ପୋଲକୁ ତିଆରି କରିବାର ଟେଣ୍ଡର 2018 ରେ ଚାଇନା ରୋଡ ଆଣ୍ଡ ବ୍ରିଜ କର୍ପୋରେସନକୁ ମିଳିଥିଲା । ଏହାପରେ ଚାଇନା କମ୍ପାନୀ ଏଲିଗେଣ୍ଟ ଏହାକୁ ତିଆରି କଲା । ପୋଲକୁ ନିର୍ମାଣ କରିବାପାଇଁ ୟୁରୋପିଆନ୍ ୟୁନୀୟନ୍ ସାହାଯ୍ୟ କରିଥିଲା । ଖାସ କଥା ଏହା ଯେ ଏହି ପୋଲ କ୍ରୋଏଶୀୟାର ପଡୋଶୀ ଦେଶ ବୋଷ୍ଣୀୟାକୁ ବାଇ ପାସ କରି ବାହାରିଛି । ଉଭୟ ଦେଶରେ ହିଁ ପୂର୍ବରେ ଚାପର ପରିସ୍ଥିତି ରହିଛି ।

ମଙ୍ଗଳବାର ଦିନ ପେଲଜେସାକ ବ୍ରିଜ ଖୋଲିବା ପରେ କ୍ରୋଏଶୀୟାର ଲୋକମାନେ ପ୍ରବଳ ଉତ୍ତାପ ସତ୍ତ୍ୱେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।

ସେହିପରି ଚୀନର ପ୍ରିମିୟର Li keqiang ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏହି ପୋଲ ଚୀନ୍ ସହିତ ୟୁରୋପୀୟ ୟୁନିଅନ୍ ଏବଂ କ୍ରୋଏଶୀୟାର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି ।

Leave A Reply

Your email address will not be published.