ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରରୁ ଗାଏବ ହେଲା ସବୁଠାରୁ ପପୁଲାର ମୋବାଇଲ୍ ଗେମ୍ BGMI, କଣ PUBG ପରି ବ୍ୟାନ ହୋଇଯିବ ?

0

Get real time updates directly on you device, subscribe now.

BGMI Removed: ମୋବାଇଲ ଗେମରମାନେ ଏହି ଖବର ପାଇ ନିରାଶ ହୋଇପାରନ୍ତି । ବ୍ୟାଟଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ଅର୍ଥାତ୍ BGMI ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ ଷ୍ଟୋରରୁ ହଟାଇ ଦିଆଯାଇଛି । ଅର୍ଥାତ୍ ଏହାକୁ ବର୍ତ୍ତମାନ ଆଣ୍ଡ୍ରଏଡ ଏବଂ iOS ୟୁଜରମାନେ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଭାରତରେ PUBG Mobile ବ୍ୟାନ୍ ହେବା ପରଠାରୁ ଏହାକୁ ଲଞ୍ଚ କରାଯାଇଥିଲା ।

ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ ଷ୍ଟୋରରୁ ଏକାବେଳେ ଏହି ଆପ ଗାଏବ ହେବା, ଅନେକ ପ୍ରଶ୍ନ ଠିଆ କରୁଛି । କଣ କଂପାନୀ କୌଣସି ବଡ ଅପଡେଟ ନେଇ ଆସିବ କିମ୍ବା ଏହି ଗେମକୁ ମଧ୍ୟ PUBG Mobile ଭଳି ଭାରତରୁ ଵ୍ୟାନ କରିଦିଆଯିବ । ତେବେ ଥର୍ଡ ପାର୍ଟି ଏପିକେ ୱେବସାଇଟରୁ ଏହାକୁ ବର୍ତ୍ତମାନ ମଧ୍ୟ ଆଣ୍ଡ୍ରଏଡରେ ଡାଉନଲୋଡ କରାଯାଇପାରିବ । କିନ୍ତୁ iPhone ରେ ଏହାକୁ ଯେକୌଣସି ପ୍ରକାରେ ମଧ୍ୟ ଡାଉନଲୋଡ୍ କରାଯାଇପାରିବ ନାହିଁ ।

BGMI ମଧ୍ଯ ସେହି Krafton Inc ନାମକ କମ୍ପାନୀ ଅଧୀନରେ ଆସେ, ଯାହା ଅଧୀନରେ PUBG Mobile ଆସିଥାଏ । କୌତୁହଳର ବିଷୟ ଏହା ଯେ ନିକଟରେ ସାଉଥ୍ କୋରୀୟନ୍ କମ୍ପାନୀ Krafton କହିଛି ଯେ କମ୍ପାନୀ ଭାରତରେ ବର୍ତ୍ତମାନ ସୁଦ୍ଧା 100 ମିଲିୟନ ଡଲାରରୁ ମଧ୍ୟ ଅଧିକ ନିବେଶ କରିଛି । ଆଗାମୀ କିଛି ସମୟ ମଧ୍ୟରେ କମ୍ପାନୀର ଭାରତରେ ନିବେଶ 140 ମିଲିୟନ ଡଲାର ପର୍ଯ୍ୟନ୍ତ ହୋଇଯିବ ।

ଭାରତରେ ଏହି କମ୍ପାନୀ କେବଳ ଗେମିଂ ସେକ୍ଟରରେ କେବଳ ନୁହେଁ, ବରଂ ଅନ୍ୟ ସେକ୍ଟରରେ ମଧ୍ୟ ହାତ ବଢ଼ାଇବାକୁ ଚାହେଁ । BGMI ର ଅଧିକାଂଶ ଫିଚର୍ ମଧ୍ୟ PUBG Mobile ପରି ଅଟେ । କିଛି ମ୍ୟାପ ମଧ୍ୟ ପବଜି ମୋବାଇଲ ପରି ରହିଛି । PUBG Mobile ର ଗ୍ୟାପକୁ ଭାରତରେ ଏହି ଗେମ୍ ଭଲ ଭାବେ ଫିଲ କରିଛି ।

ବାସ୍ତବରେ ସାଉଥ୍ କୋରୀୟନ୍ କମ୍ପାନୀ Krafton Inc ର ହିଁ ଏହି ଦୁଇ ଗେମ୍ ଅଟେ । କାରଣ PUBG Mobile ର ପବ୍ଲିସର୍ ଚାଇନା କମ୍ପାନୀ ଟେନ୍ସେଣ୍ଟ ଥିଲେ, ତେଣୁ PUBG Mobile ଇଣ୍ଡିଆକୁ ଡାଟା ପ୍ରାଇଭେଶି ଦର୍ଶାଇ ସରକାର ଵ୍ୟାନ୍ କରିଦେଇଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ BGMI କୁ Google Play Store ଏବଂ Apple App Store ରୁ କାହିଁକି ହଟାଇ ଦିଆଯାଇଛି । କଣ ଗୁଗଲ ଏବଂ ଆପଲ ନିଜେ ଏହି ଆପକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି କିମ୍ବା Krafton Inc ତରଫରୁ ଏହାକୁ ହଟାଇବା ପାଇଁ କୁହାଯାଇଛି ?

ଆମେ Krafton Incକୁ ଏ ବିଷୟରେ ପଚାରିଲୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ବିଷୟରେ ଏଯାଏଁ କୌଣସି ଜବାବ ମିଳିଲା ନାହିଁ ଏବଂ କୌଣସି ଷ୍ଟେଟମେଣ୍ଟ ଆସିନାହିଁ । କମ୍ପାନୀର ରେସପନ୍ସ ଆସିବା ମାତ୍ରେ ହିଁ ଆମେ ଆପଣଙ୍କୁ ଅପଡେଟ କରିବୁ ।

Leave A Reply

Your email address will not be published.