ବଡ ଖବର : ED ର ନାକ ତଳୁ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ 4ଟି ଦାମୀ ଗାଡ଼ି ଗାଏବ, ହେଲା ହଙ୍ଗାମା

0

Get real time updates directly on you device, subscribe now.

West Bengal SSC Scam: ପଶ୍ଚିମବଙ୍ଗରେ ସାଉଥ କୋଲକାତାର ଟଲିଗଞ୍ଜ ଅଞ୍ଚଳରେ ଅବସ୍ଥିତ ଅର୍ପିତା ମୁଖାର୍ଜୀଙ୍କ ଡାଇମଣ୍ଡ ସିଟି ସାଉଥର କମ୍ପ୍ଲେକ୍ସରୁ ତାଙ୍କର 4 ଟି ବଡ ବିଳାସପୂର୍ଣ୍ଣ କାର ଗାଏବ ହୋଇଯାଇଛି । ସୂଚନାନୁସାରେ, ଅର୍ପିତା ମୁଖାର୍ଜୀ ଗିରଫ ହେବା ପରେ ପରେ ତାଙ୍କର 4 ଟି ବିଳାସପୂର୍ଣ୍ଣ କାର ରାତାରାତି ତାଙ୍କ ଘରୁ ଗାଏବ ହୋଇଯାଇଥିଲା । ED ଆକଳନ କରିଛି ଯେ ଏହି ଯାନଗୁଡିକରେ ବିପୁଳ ପରିମାଣର କ୍ୟାସ ରଖାଯାଇଥିଲା, ଯାହାକୁ କିଛି ଲୋକ ସେଠାରୁ ନେଇ ଯାଇଥିଲେ ।

କୁହାଯାଉଛି ଯେ ଇଡି ବର୍ତ୍ତମାନ କମ୍ପ୍ଲେକ୍ସର ଅଧିକାରୀଙ୍କଠାରୁ ସିସିଟିଭି ଫୁଟେଜ ଦାବି କରୁଛି । ଏପର୍ଯ୍ୟନ୍ତ କେବଳ ଗୋଟିଏ ଧଳା ମର୍ସିଡିଜ ସେହି କମ୍ପ୍ଲେକ୍ସରୁ ଇଡି ନିଜ କବଜାକୁ ନେଇଛି ଏବଂ ଅବଶିଷ୍ଟ 4 ଟି ବିଳାସପୂର୍ଣ୍ଣ କାର ଖୋଜା ଚାଲିଛି । ଏହା ସହିତ ଇଡି ମଧ୍ୟ ଅର୍ପିତା ମୁଖାର୍ଜୀଙ୍କ ବେଲଘରିଆ ଅଞ୍ଚଳରେ ଅବସ୍ଥିତ କମ୍ପ୍ଲେକ୍ସରୁ ସିସିଟିଭି ଫୁଟେଜ ମାଗିଛି ।

ପାର୍ଥ ଚଟର୍ଜୀଙ୍କ ଅନ୍ୟ ଜଣେ ବନ୍ଧୁଙ୍କୁ କରାଯାଉଛି ପଚରାଉଚରା :-

ତେବେ ଇଡି ଆଖିରେ ପାର୍ଥ ଚଟର୍ଜୀଙ୍କ ଅନ୍ୟ ଜଣେ ବନ୍ଧୁଙ୍କ ପାସପୋର୍ଟରୁ ମାଲେସିଆ ଯିବା ବିଷୟରେ ସୂଚନା ମିଳିଛି । ସେ କାହିଁକି ମାଲେସିଆ ଯାଇଥିଲେ ସେନେଇ ପଚରାଉଚରା କରାଯାଉଛି । ଇଡି ତାଙ୍କ ବନ୍ଧୁଙ୍କ ପାସପୋର୍ଟ, ଫଟୋ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ କଲେକ୍ସନ କରୁଛି । ଇଡି ଜାଣିବାକୁ ଚାହୁଁଛି ଯେ ମାଲେସିଆ ଯାତ୍ରା କରିବା କେବଳ ଏକ ବାହାନା ଥିଲା କି ? ଯାହା ଦ୍ଵାରା ଟଙ୍କା ମାଲେସିଆକୁ ପଠାଯାଇପାରିବ ।

ମୁହାଁମୁହିଁ ବସି ଅର୍ପିତା-ପାର୍ଥଙ୍କୁ ପଚରାଉଚରା କରାଯାଇପାରେ :-

ଆପଣଙ୍କୁ କହିରଖୁଛୁ ଯେ ଅର୍ପିତା ମୁଖାର୍ଜୀଙ୍କ ଘରୁ ଉଦ୍ଧାର ହୋଇଥିବା ଡକ୍ୟୁମେଣ୍ଟ ଆଧାରରେ ଇଡି ଉଭୟଙ୍କ ଅଲଗା ଅଲଗା ବୟାନ ରେକର୍ଡ କରୁଛି । ଏହି ସମସ୍ତ ଦଲିଲ ଆଧାରରେ ଇଡି ପାର୍ଥ ଚଟର୍ଜୀଙ୍କ ସ୍ପଷ୍ଟୀକରଣ ଚାହୁଁଛନ୍ତି । ଟଙ୍କା ବ୍ୟତୀତ ଅନ୍ୟ ପ୍ରମାଣକୁ ଦେଖାଇ ପାର୍ଥ ଚାଟାର୍ଜୀଙ୍କ ପଚରାଉଚରା ଜାରି ରହିଛି । ପାର୍ଥ ଏବଂ ଅର୍ପିତାଙ୍କ ବୟାନ ଅଲଗା ଅଲଗା ରେକର୍ଡ କରାଯାଉଛି ଏବଂ ଉଭୟଙ୍କ ବୟାନ ମିଶାଯିବ । ଯଦି ଉଭୟଙ୍କ ବୟାନ ଅଲଗା ହୁଏ, ତେବେ ଆଗାମୀ ସମୟରେ ଉଭୟଙ୍କୁ ମୁହାଁମୁହିଁ ବସି ପଚରାଉଚରା କରାଯିବ ।

ଅର୍ପିତା ମୁଖାର୍ଜୀଙ୍କ ଆଉ ଗୋଟିଏ ଫ୍ଲାଟ ଉପରେ କରାଯାଇଥିଲା ଚଢ଼ାଉ :-

ସୂଚନାଯୋଗ୍ୟ ଯେ ଗୁରୁବାର ବିଳମ୍ବିତ ରାତିରେ ଚିନାର ପାର୍କ ଅଞ୍ଚଳରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚଟର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଅନ୍ୟ ଏକ ଆପାର୍ଟମେଣ୍ଟ ଉପରେ ଇଡି ଚଢ଼ାଉ କରିଥିଲା । ଇଡି ଅର୍ପିତା ମୁଖାର୍ଜୀଙ୍କ ଗୋଟିଏ ଫ୍ଲାଟରୁ ପ୍ରାୟ 28 କୋଟି ଟଙ୍କା କ୍ୟାସ ଉଦ୍ଧାର କରିବାର ଗୋଟିଏ ଦିନ ପରେ ଏହି ଫ୍ଲାଟରେ ଚଢ଼ାଉ କରିଥିଲା । ଇଡି ସ୍କୁଲ ନିଯୁକ୍ତି ଦୁର୍ନୀତିର ତଦନ୍ତ ସଂପର୍କରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି । ଗତ ସପ୍ତାହରେ ଇଡି କୋଲକାତାର ଅନ୍ୟ ଏକ ଫ୍ଲାଟରୁ 21 କୋଟିରୁ ଅଧିକ ମୂଲ୍ୟର ଅଗଣିତ କ୍ୟାସ ଜବତ କରିଥିଲା ।

Leave A Reply

Your email address will not be published.