ମୁସ୍କିଲରେ ଏବେ ବର୍ଷା ପ୍ରିୟଦର୍ଶିନୀ..ଗିରଫ କରିପାରେ ଦିଲ୍ଲୀ ପୋଲିସ !

0

Get real time updates directly on you device, subscribe now.

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଡୁଆ ବଢିଲା। ଦିଲ୍ଲୀ ପୋଲିସ ଗିରଫ କରିପାରେ। ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାମ ନେଉ ନାହିଁ। ବର୍ଷା ରାଗିଯାଇ ଏମିତି କିଛି କଥା କହିଥିଲେ, ଯେଉଁ କାରଣରୁ ବର୍ତ୍ତମାନ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡିପାରେ। ବର୍ତ୍ତମାନ ବର୍ଷାଙ୍କୁ ଦିଲ୍ଲୀ ପୋଲିସ ଖୋଜିବାରେ ଲାଗିଛି। ହୁଏତ ବର୍ଷା ଯାଇ ଦିଲ୍ଲୀ ଜେଲରେ ରହିପାରନ୍ତି। ସୂଚନା ଅନୁସାରେ ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ସମନ କରିଛି।

ଏଥିରେ କେବଳ ବର୍ଷା ନୁହନ୍ତି, ଏହା ସହିତ ବର୍ଷାଙ୍କ ମାଆ ଓ ତାଙ୍କ ଝିଆରୀଙ୍କୁ ମଧ୍ୟ ସମନ ହୋଇଥିବ ବୋଲି ଚର୍ଚ୍ଚା ହେଉଅଛି। ୨୦୧୯ ଜୁଲାଇ ୯ ତାରିଖରେ ଏ ବିଷୟରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ତାପରେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ବଢିବାରୁ ଦିଲ୍ଲୀ ପୋଲିସ ୨୦୨୨ ଜୁଲାଇରେ ମାମଲାକୁ ପଞ୍ଜୀକୃତ କରିଥିଲା। ଏହି ମାମଲା ପଞ୍ଜୀକୃତ ହେବା ପରେ ବର୍ତ୍ତମାନ ବର୍ଷାଙ୍କର ଅଡୁଆ ବଢିଛି।

ତେବେ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି ଖୋଜି ଆସି କଟକରେ ପହଞ୍ଚିଥିଲା। କିନ୍ତୁ ପୁରୀଘାଟ ଥାନା ପୋଲିସ ଦିଲ୍ଲୀ ପୋଲିସଙ୍କୁ ଏଥିରେ ଆଦୌ ସହଯୋଗ କରିନଥିଲା। କିନ୍ତୁ ପରେ ବର୍ଷା ଓ ତାଙ୍କ ବଡ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିଲେ ବୋଲି ଜଣାପଡିଛି। ତେବେ ବର୍ତ୍ତମାନ ଏକ ପ୍ରଶ୍ନ ହେଉଛିକି, ୨୦୧୯ ମସିହାରେ ରୁଜ୍ଜୁ ହୋଇଥିବା ମାମଲା ବର୍ତ୍ତମାନ କାହିଁକି ପଞ୍ଜୀକୃତ ହେଲା, କେନ୍ଦ୍ର ସହିତ ଅନୁଭବଙ୍କର କିଛି ସମ୍ପର୍କ ବଢିବାକୁ ଯାଉଛିକି? ଯାହାର ପାୱାରରେ ଅନୁଭବ ବର୍ଷାଙ୍କୁ ଫସାଇବାକୁ ଚାହୁଁଛନ୍ତି।

Leave A Reply

Your email address will not be published.