ଅଧିକ ସମୟ ନେଇ କି ଖେଳ ଖେଳିବାକୁ ଚାହୁଁଛନ୍ତି ବାବୁଶାନ୍ ?

0

Get real time updates directly on you device, subscribe now.

ବର୍ତ୍ତମାନ ବାବୁଶାନ ତ ଘରକୁ ଫେରି ଆସିଛନ୍ତି, କିନ୍ତୁ ଖୋଲାଖୋଲି ସବୁ କଥା କହିବାକୁ ସମୟ ମାଗୁଛନ୍ତି । ଲୋକମାନଙ୍କ ମନରେ ଅନେକଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବାବୁଶାନ କାହିଁକି ସମୟ ଗଡାଉଛନ୍ତି ? ତାଙ୍କ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତି ? ଗତ କାଲିଠାରୁ କହି ଚାଲିଛନ୍ତି ଯେ ଠିକ୍ ସମୟ ଆସିଲେ ସବୁ କଥା କହିବେ, ତେବେ ସେ ଠିକ୍ ସମୟଟା କ’ଣ ? କେବେ ଆସିବ ସେ ଠିକ୍ ସମୟ ? ନା ବାବୁଶାନ୍ ଏହି ବାହାନାରେ ଭୁଲରେ ହୋଇଯାଇଥିବା ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି ।

ଆଉ ଏମିତି ହୋଇନଥିବ ତ, ଗତକାଲି ଯେମିତି ହାଇକୋର୍ଟରେ ଆଗୁଆ ବେଲ ପାଇଁ ଆବେଦନ କରିଥିଲେ, ଠିକ୍ ସେମିତି ବାବୁଶାନ୍ ତାଙ୍କ ଆଇନଗତ ସୁରକ୍ଷା ତିଆରି କରୁଛନ୍ତି କି ? ଘର ଏବଂ ସ୍ତ୍ରୀ ତୃପ୍ତିଙ୍କ ସହ ହୋଇଥିବା କଳହକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି ? ଯେପରି ପ୍ରତିକ୍ରିୟା ଦେବାକୁ ଆସିବା ପୂର୍ବରୁ ସବୁ ଠିକ୍ ହୋଇଯିବ । ନା ବାବୁଶାନ୍ ପ୍ରକୃତିଙ୍କ ଦ୍ଵାରା ହୋଇଥିବା ବ୍ଲାକମେଲର ପ୍ରଶ୍ନର ଉତ୍ତର କିଛି ଖୋଜୁଛନ୍ତି କି ? ନା ବାବୁଶାନଙ୍କୁ ଏବେ ବି ପ୍ରକୃତି ବ୍ଲାକମେଲ କରୁଛନ୍ତି ଏବଂ ପ୍ରତିକ୍ରିୟା ଦେବାକୁ ମନା କରୁଛନ୍ତି । ଏମିତି ଅନେକ ପ୍ରଶ୍ନ ବାବୁଶାନଙ୍କ ଠିକ୍ ସମୟ ପଛରେ ଛିଡ଼ା ହୋଇଛି ।

ପୁରା ଓଡ଼ିଶା ଯେତେବେଳେ ବାବୁଶାନଙ୍କ ମୁହଁରୁ ତାଙ୍କ ପ୍ରତିକ୍ରିୟା ଶୁଣିବାକୁ ଚାହୁଁଛନ୍ତି, ଠିକ୍ ସେତିକିବେଳେ ନିଜର ପ୍ରତିକ୍ରିୟା ଦେବାପାଇଁ ବାବୁଶାନ୍ ସମୟ ଗଡ଼େଇ ଚାଲିଛନ୍ତି । ହାଇକୋର୍ଟରେ ବେଲ ଆବେଦନ ପାଇଁ ସମୟ ରହିଛି ଏବଂ ଓକିଲମାନଙ୍କ ସହିତ ଘଣ୍ଟା ଘଣ୍ଟା କଥା ହେବାକୁ ମଧ୍ୟ ସମୟ ରହିଛି, କିନ୍ତୁ ପ୍ରତିକ୍ରିୟା ରଖିବାକୁ ମନା କରିଦେଉଛନ୍ତି । ଗତକାଲିଠାରୁ କହି ଚାଲିଛନ୍ତି ଯେ ଠିକ୍ ସମୟ ଆସିଲେ ସେ ତାଙ୍କର ପ୍ରତିକ୍ରିୟା ରଖିବେ । ପୋଲିସ ଜେରା କରି ସରିଲା ପରେ ଜେରା ରଖିବେ ନା ତୃପ୍ତିଙ୍କୁ ଦେଖା କରିସାରିବା ପରେ ପ୍ରତିକ୍ରିୟା ରଖିବେ, ସେନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

ସେପଟେ ପୋଲିସ ତଦନ୍ତ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହେଲାଣି । କାରଣ ଯେତେବେଳେ ପ୍ରକୃତି ଘରେ ପହଞ୍ଚିଥିଲେ, ସେତେବେଳେ ସଙ୍ଗେ ସଙ୍ଗେ ଖାରବେଳ ନଗର ଥାନା ପୋଲିସ ଜେରା କରିବାପାଇଁ ପ୍ରକୃତିଙ୍କ ଘରେ ପହଞ୍ଚି ସାରିଥିଲା । କିନ୍ତୁ ବାବୁଶାନ୍ ତାଙ୍କ ଘରେ ପହଞ୍ଚିବାର ଗୋଟେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ବାବୁଶାନଙ୍କ ଘରେ ପହଞ୍ଚିନାହିଁ । ତେବେ କାହିଁକି ଏତେ ବିଳମ୍ବ, ତାହା ମଧ୍ୟ ବର୍ତ୍ତମାନ ଗୋଟିଏ ବଡ ପ୍ରଶ୍ନ ।

Leave A Reply

Your email address will not be published.