ଜେରା ପାଇଁ ଆଜି ଥାନାରେ ହାଜର ହେବେ ଅଭିନେତା ବାବୁଶାନ୍ । ଏହି ସବୁ ଦିଗକୁ ନେଇ ପଚରା ଉଚରା କରିବ ପୋଲିସ ।

0

Get real time updates directly on you device, subscribe now.

ତେବେ ଆଜି ଅପରାହ୍ନରେ ବାବୁସାନ ଥାନାରେ ହାଜର ନେଇ ସୂଚନା ରହିଛି । ଗତକାଲି ବାବୁସାନ ଚେନ୍ନାଇରୁ ଭୁବନେଶ୍ୱର ପହଞ୍ଚିଥିଲେ । ଘରକୁ ଆସିବା ପରେ ପୋଲିସଙ୍କ ନିକଟରେ ନିଜ ବୟାନ ରଖିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବାବୁସାନ ପୋଲିସ ଥାନା ଯାଇ ନଥିଲେ କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନଥିଲେ । ବର୍ତ୍ତମାନ ଘରେ ନୁହେଁ ଥାନାରେ ବାବୁସାନ ମହାନ୍ତିଙ୍କ ବୟାନ ରେକର୍ଡ଼ ହେବ । ଜେରା ସମୟରେ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ । ବାବୁସାନ ଓ ପ୍ରକୃତି ଭିତରେ ଏପରି କଣ ଘଟିଛି ଯାହାକୁ ନେଇ ତୃପ୍ତି ଏପରି ବ୍ୟବହାର କରିଥିଲେ ।

ତାକୁ ନେଇ ପଚରାଉଚରା କରିବ ପୋଲିସ । ଆହୁରି ମଧ୍ୟ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ବାବୁସାନଙ୍କୁ ଜେରା ହୋଇପାରେ ବୋଲି ଖବର ପ୍ରକାଶ ପାଇଛି । ଅନ୍ୟପଟେ ପ୍ରକୃତି ଓ ତୃପ୍ତିଙ୍କ ବୟାନକୁ ଭିତ୍ତି କରି ପୋଲିସ ବାବୁସାନଙ୍କୁ ପଚାର ଉଚରା କରିବ । ସୂଚନା ଅନୁସାରେ ପ୍ରକୃତି ମିଶ୍ର ଭୁବନେଶ୍ବର ଫେରିବା ଦିନ ହିଁ ପୋଲିସ ତାଙ୍କ ଘରକୁ ଯାଇ ଘଣ୍ଟାଏ କାଳ ଜେରା କରିଥିଲା ଓ ପରେ ସିଆର୍‌ପିସି ୪୧ରେ ନୋଟିସ ଦେଇ ଛାଡ଼ିଥିଲା ।

ପୂର୍ବରୁ ମଧ୍ୟ ଏହି ମାମଲାରେ ଆଠ ଜଣଙ୍କର ବୟାନ ରେକର୍ଡ଼ କରିସାରିଛି ପୋଲିସ । ତେବେ ସୂଚନାଯୋଗ୍ୟ ଯେ ନିଜ ଗିରଫଦାରୀକୁ ଏଡ଼ାଇବା ଲାଗି ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତା ବାବୁସାନ ମହାନ୍ତି । ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ବାବୁସାନ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲା ଗିରଫଦାରୀର ସମ୍ଭାବନା ରହିଛି । ତାଙ୍କ ସ୍ବାମୀଙ୍କ ଦ୍ବାରା ତୃପ୍ତି ନିର୍ଯ୍ୟାତିତ ହୋଇଥିବା ଅଭିଯୋଗ କରିଛନ୍ତି ।

ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଫଳସ୍ବରୂପ ପୋଲିସ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୯୮- ଏ ଘରୋଇ ହିଂସା ଓ ୫୦୬ ଧମକ ଦେବା ନେଇ ଏକ ମାମଲା ରୁଜୁ କରିଛି । ବର୍ତମାନ ସମୟରେ ପୁଣି ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ଏବେ ବାବୁଶାନ୍ ଏବଂ ପ୍ରକୃତିଙ୍କ ଅନ୍ତରଙ୍ଗ କଥାବାର୍ତା ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି । ଯେଉଁଥିରେ ବାବୁ ପ୍ରକୃତିଙ୍କୁ ଆଇ ଲଭ୍ ୟୁ ମଧ୍ୟ କହିବାର ଶୁଣିବାକୁ ମିଳୁଛି । ତେବେ ପୋଲିସ୍ ଏସବୁକୁ ନଜରରେ ରଖି ବାବୁଶାନଙ୍କୁ ଜେରା କରିପାରେ ।

Leave A Reply

Your email address will not be published.