5G ସେବା Launch: 5G ସର୍ଭିସ କେବେଠାରୁ ଆପଣଙ୍କୁ ମିଳିବ ? କେତେ ବଢ଼ିବ ମାସିକ ଖର୍ଚ୍ଚ ? ପଢନ୍ତୁ ସବୁ ପ୍ରଶ୍ନର ଉତ୍ତର

0

Get real time updates directly on you device, subscribe now.

5G Plan Price In India: ଜିଓ, ଭୋଡାଫୋନ୍ ଆଇଡିଆ ଏବଂ ଏୟାରଟେଲ 5G ସ୍ପେକ୍ଟ୍ରମ୍ ନିଲାମରେ ଅଂଶଗ୍ରହଣ ନେଉଛନ୍ତି । ସ୍ପେକ୍ଟ୍ରମ ନିଲାମର ପ୍ରକ୍ରିୟା ପୁରା ହେବା ପରେ କମ୍ପାନୀମାନେ 5G ସର୍ଭିସ ରୋଲଆଉଟ୍ କରିବେ । ରୋଲଆଉଟ୍ ସହିତ ପ୍ଲାନଗୁଡ଼ିକର ପ୍ରାଇସିଂର ମଧ୍ୟ ଖୁଲାସା ହେବ । ତେବେ କମ୍ପାନୀମାନେ ପ୍ଲାନର ଡିଟେଲ ସେୟାର କରିନାହିଁ, କିନ୍ତୁ ଏହାର ଟିକେ ଅଧିକ ସୂଚନା ମିଳିଛି । ଏୟାରଟେଲ ବହୁତ୍ ପୂର୍ବରୁ 5G ପ୍ଲାନର ମୂଲ୍ୟ ଉପରେ ଗୋଟିଏ ବୟାନ ଦେଇଥିଲା ।

5G ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ ହୋଇଯାଇଛି । Jio, Vi ଏବଂ ଏୟାରଟେଲ ଏଥିରେ ଭାଗ ନେଇଛନ୍ତି । ତିନି ଟେଲିକମ କମ୍ପାନୀ ବ୍ୟତୀତ ଅଡାନିଙ୍କ Adani Data Networks ମଧ୍ୟ ନିଲାମରେ ସାମିଲ ହୋଇଛି । ତେବେ ଏହାର ସିଧା ମୁକାବିଲା ତ ନାହିଁ, କିନ୍ତୁ ସ୍ପେକ୍ଟ୍ରମର ମୂଲ୍ୟ ଉପରେ ଏହାର ପ୍ରଭାବ ପଡିପାରେ । ସେହିପରି ଜଣେ ସାଧାରଣ ୟୁଜରଙ୍କ ପାଇଁ 5G ର କଣ ଫାଇଦା ରହିଛି, ଏହା ଉପରେ ବହୁତ୍ କଥା କୁହାଯାଇଛି ।

ବର୍ତ୍ତମାନ ୟୁଜର 5G ସର୍ଭିସ ବ୍ୟବହାର କରିବାପାଇଁ ଆପଣଙ୍କୁ କେତେ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ? ଏହା ଗୋଟିଏ ବଡ ପ୍ରଶ୍ନ ଅଟେ । ବର୍ତ୍ତମାନ ସୁଦ୍ଧା 5G ସର୍ଭିସର ପ୍ଲାନ ଏବଂ ପ୍ରାଇସିଂର ଘୋଷଣା କରାଯାଇ ନାହିଁ । ନିଲାମ ଶେଷ ହେବାପରେ ଏବଂ ରୋଲଆଉଟ୍ ପରେ କମ୍ପାନୀମାନେ ଏହାକୁ ନେଇ ଡିଟେଲ ଦେବେ ।

ତେବେ କୌଣସି ସ୍ଥିର ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ କଳ୍ପନା ଜଳ୍ପନା କରାଯାଉଛି ଯେ ଅକ୍ଟୋବର ସୁଦ୍ଧା ସର୍ଭିସ ଲାଇଭ ହୋଇଯିବ । ଟେଲିକମ କମ୍ପାନିଗୁଡ଼ିକ ପୂର୍ବରୁ ହିଁ 5G ର ଟେଷ୍ଟ ବ୍ୟାଣ୍ଡ ଉପରେ ସ୍ପିଡ ଟେଷ୍ଟ କରି ସାରିଛନ୍ତି ।

ନିଲାମ ପୁରା ହେବା ଏବଂ ସ୍ପେକ୍ଟ୍ରମ୍ ଆଲଟ ହେବା ପରେ ୟୁଜରମାନଙ୍କୁ ଏହି ସର୍ଭିସ ମିଳିବ । ଅନୁମାନ କରାଯାଇଛି ଯେ ଅକ୍ଟୋବର ସୁଦ୍ଧା ସାଧାରଣ ୟୁଜରମାନଙ୍କ ପାଇଁ ସର୍ଭିସ ଲଞ୍ଚ ହୋଇଯିବ ।

5G ସର୍ଭିସ ପାଇଁ କେତେ ପଇସା ଖର୍ଚ୍ଚ କରିବାକୁ ପଡିବ ଏହାର ସଠିକ୍ ସୂଚନା ମିଳିନାହିଁ । କିନ୍ତୁ ଟେଲିକମ କମ୍ପାନୀମାନେ କହିବା ଅନୁଯାୟୀ, ଏହି ସର୍ଭିସ ପାଇଁ 4G ତୁଳନାରେ ବହୁତ୍ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

Leave A Reply

Your email address will not be published.