ନନ୍ଦୀଙ୍କୁ ରାସ୍ତା ଉପରେ ବହୁତ୍ ସ୍ପିଡରେ ଦଉଡାଉଛନ୍ତି ଶିବ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଆଜିକାଲି ଶ୍ରାବଣ ମାସର ପର୍ବ ଚାଲିଛି । ଜୁଲାଇ 14 ତାରିଖରେ ଆରମ୍ଭ ହୋଇଥିବା ଏହି ଶ୍ରାବଣ ପର୍ବ ଅଗଷ୍ଟ 12 ତାରିଖରେ ଶେଷ ହୋଇଯିବ । ଏହା ମଧ୍ୟରେ ସାରା ଦେଶରେ ଶିବ ଭକ୍ତିରେ ବୁଡ଼ିଥିବା ଭକ୍ତଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସମସ୍ତେ ନିଜ ନିଜ ଷ୍ଟାଇଲରେ ଶିବଙ୍କୁ ଖୁସି କରିବାରେ ଲାଗିଛନ୍ତି । ଆପଣ ଶ୍ରାବଣ ମାସରେ ଅନେକ ଲୋକଙ୍କୁ ଶିବଙ୍କ ଅବତାରରେ ରାସ୍ତାରେ ବୁଲିବା, ହାତରେ ଡମ୍ବରୁ ଧରି ନାଚୁଥିବା ଏବଂ ଗୀତ ଗାଉଥିବାର ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ଦେଖାଇବାକୁ ଯାଉଛୁ, ଯାହାକୁ ଆପଣ ବୋଧହୁଏ ପୂର୍ବରୁ କେବେ ଦେଖି ନ ଥିବେ ।

ଆଧୁନିକ ନନ୍ଦୀ ଉପରେ ବସି ଯାତ୍ରା କରୁଥିବାର ଦେଖାଗଲେ ଶିବ :-

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ନନ୍ଦୀ ଉପରେ ବସି ଯାତ୍ରା କରୁଥିବା ଶିବଙ୍କର ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡ଼ିଓର ବିଶେଷ କଥା ଏହା ଯେ ଯେଉଁ ବ୍ୟକ୍ତି ଶିବଙ୍କର ବେଶ ଧାରଣ କରିଛନ୍ତି, ସେ ବାଇକ୍ ଉପରେ ବସିଛି । ବର୍ତ୍ତମାନ୍ କାହାଣୀରେ ଟୁଇଷ୍ଟ ଏହା ଯେ ସେ ଏହି ବାଇକକୁ ଶିବଙ୍କ ପ୍ରିୟ ବାହନ ନନ୍ଦୀଙ୍କ ରୂପ ଦେଇଛନ୍ତି । ତେଣୁ ଦୂରରୁ ଦେଖିଲେ ଏପରି ଲାଗୁଛି ଯେପରି ଶିବ ଭଗବାନ ନନ୍ଦୀ ଉପରେ ବସି ଯାତ୍ରା କରୁଛନ୍ତି ।

ଏହି ଶିବଭକ୍ତ ନନ୍ଦୀ ରୂପୀ ବାଇକରେ ତ୍ରିଶୂଳ, ଡମ୍ବରୁ ଏବଂ ଭାରତର ପତାକା ମଧ୍ୟ ଲଗାଇଛନ୍ତି । ସେ ରାସ୍ତାରେ ଯେତେବେଳେ ଯାଉଥାନ୍ତି, ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରକୁ ଯାଏ । ଏହି ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ଲୋକମାନେ କେତେ କ୍ରିଏଟିଭ ହୁଅନ୍ତି । ଏଠାରେ ଆଉ ଗୋଟିଏ କଥା ନୋଟିସ କରିବାକୁ ମିଳେ ଯେ ଦୁନିଆରେ ଟେକ୍ନୋଲୋଜି ଯେତେ ଆଡଭାନ୍ସ ହୋଇଗଲେ ମଧ୍ୟ ଲୋକଙ୍କର ଧର୍ମ ପ୍ରତି ବିଶ୍ଵାସ ସବୁବେଳେ ରହିଛି ।

ଏହି ଅଦ୍ଭୁତ ଭିଡିଓ କେବେର ଏବଂ କେଉଁ ସ୍ଥାନରେ ଅଟେ, ବର୍ତ୍ତମାନ ଏହାର କୌଣସି ସୂଚନା ନାହିଁ । ଏହାକୁ ସନ୍ଦୀପ ସିଂହ ନାମକ ଜଣେ ୟୁଜର ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ” ନନ୍ଦୀ ଏବଂ ମୋଟର ବାଇକର ଫ୍ୟୁଜନ ଦ୍ଵାରା ପ୍ରସ୍ତୁତ ବାହନ ଉପରେ ବସିଥିବା ଯାତ୍ରୀ ମଣିଷର ମନରେ ନାରାୟଣଙ୍କ କଳ୍ପନା କିପରି ହେବ ? ଜନତା ଯେମିତି ବଞ୍ଚନ୍ତି, ତା ଆଖପାଖରେ ଈଶ୍ଵରଙ୍କ କଳ୍ପନା କରନ୍ତି । ସେ ସୁନ୍ଦର୍ ଭାବନାକୁ ଇଏ କେମିତି ବୁଝିପାରିବ ।”

ଏଠାରେ ଦେଖନ୍ତୁ ନନ୍ଦୀଙ୍କ ଉପରେ ବସି ଯାଉଥିବା ଶିବଙ୍କ ଭିଡିଓ :-

Leave A Reply

Your email address will not be published.