ନୂଆ ବାହାହୋଇଥିବା ଶାଳୀକୁ ନେଇ ଫେରାର ହୋଇଗଲା ଭିଣେଇ ଭାଇ, ପତ୍ନୀ ଏଫଆଇଆର ନେଇ ଥାନାକୁ ଗଲେ କିନ୍ତୁ ସେଠାରୁ ତାଙ୍କୁ ବିଦା କରିଦିଆଗଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପ୍ରତ୍ୟେକ ଆମକୁ କିଛି ନା କିଛି ଅଦ୍ଭୁତ ଖବର ଶୁଣିବାକୁ, ପଢ଼ିବାକୁ ମିଳିଥାଏ। କେତେକ ଖବର ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏହିପରି ଏକ ଖବର ଆସିଛି ଲୋକଙ୍କ ସାମ୍ନାକୁ, ଖବରଟି ହେଲା ଜଣେ ଭିଣେଇ ଭାଇଙ୍କୁ ତାଙ୍କ ଶାଳୀ ସହିତ ପ୍ରେମ ହୋଇଗଲା ଓ ସେ ତାଙ୍କୁ ଉଠାଇନେଲେ। ଏହାପରେ ତାଙ୍କ ପତ୍ନୀ ଥାନାରେ ପହଞ୍ଚିଥିଲେ।

ଏହି ମାମଲା ମଧ୍ୟପ୍ରଦେଶର ସାଗର ଜିଲ୍ଲାର ନରୟାବଳୀ ବିଧାନସଭାର ଗ୍ରାମ ବେରଖେଡ଼ିରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଭିଣୋଇ ଓ ଶାଳୀଙ୍କ ପ୍ରେମ ଚର୍ଚ୍ଚାକୁ ଆସିଛି। ଏଠାରେ ଜଣେ ଭିଣୋଇ ଭାଇ ନିଜ ଶାଳୀ ପ୍ରେମରେ ଏତେ ପାଗଳ ହୋଇଗଲା ଯେ, ସେ ଶେଷରେ ପତ୍ନୀଙ୍କୁ ଛାଡ଼ି ଶାଳୀକୁ ନେଇ ପଳାଇଲା। ଏହି କଥାରେ ଚିନ୍ତିତ ହୋଇ ପତ୍ନୀ ନ୍ୟାୟ ପାଇବାପାଇଁ ଆଇନ ପାଖକୁ ଗଲେ।

ବ୍ୟକ୍ତିଙ୍କ ନାମ ବିବେକ ଶୁକ୍ଳା ଓ ତାଙ୍କର ପତ୍ନୀଙ୍କ ନାମ ଶିବାନୀ ମିଶରା ଅଟେ। ଏହିବର୍ଷ ଦୁଇମାସ ପୂର୍ବରୁ ବିବେକ ଶୁକ୍ଳା ଓ ଶିବାନୀ ମିଶରାଙ୍କ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ବିବେକ ନିଜ ପତ୍ନୀ ଶିବାନୀଙ୍କ ପ୍ରେମରେ ପଡ଼ିଗଲେ ଓ ନିଜ ପତ୍ନୀ ଶିବାନୀଙ୍କୁ ଧୋଖା ଦେଇଥିଲେ।

କ୍ଷେତ୍ରରେ ଏହି ଖବର ଚର୍ଚ୍ଚାକୁ ଆସିବାପରେ ସବୁଠାରୁ ଦୁଃଖୀ ଶିବାନୀ ମିଶରା ହିଁ ହୋଇଥିଲେ। ତାଙ୍କୁ ତାଙ୍କ ପତି ଓ ଭଉଣୀଙ୍କ ଠାରୁ ଧୋଖା ଯେ ମିଳିଲା। ସୂଚନା ମୁତାବିକ, ବିବେକ ନିଜ ଶାଳୀ ନିକିତାଙ୍କୁ ନେଇ ବିବାହର ଦୁଇମାସ ପରେ ଫେରାର ହୋଇଥିଲେ।

ଶିବାନୀଙ୍କୁ ଏଥିରେ ବହୁତ ବଡ଼ ଝଟକା ଲାଗିଲା ଓ ସେ ଉଭୟଙ୍କ ବିପକ୍ଷରେ ପୋଲିସରେ ଅଭିଯୋଗ କରିବାକୁ ପହଞ୍ଚିଲେ। କିନ୍ତୁ ପୋଲିସ ସେଠାରେ ତାଙ୍କର କିଛି କଥା ଶୁଣିନଥିଲା ଓ ସେଠାରୁ ତାଙ୍କୁ ବିଦା କରିଦେଇଥିଲେ।

Leave A Reply

Your email address will not be published.