ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବାକୁ ଯୁଵକ କଲା ଏପରି କିଛି,ଆଉ ହୋଇଗଲା ଜେଲ୍; ଜାଣନ୍ତୁ ପୂରା ମାମଲା

0

Get real time updates directly on you device, subscribe now.

ନୂଆଦିଲ୍ଲୀର ଏୟାରଫୋର୍ସ ଷ୍ଟେସନରେ ହଇଚଇ ସୃଷ୍ଟି ହୋଇଗଲା ଯେତେବେଳେ ଏକ ବ୍ୟକ୍ତି ଏୟାରଫୋର୍ସ ୟୁନିଫର୍ମ ପିନ୍ଧି ଭିତରକୁ ଯିବା ପାଇଁ ପ୍ରୟାସ କଲା|କିନ୍ତୁ ଯେତେବେଳେ ମେନ ଗେଟରେ ନିୟୋଜିତ ସୁରକ୍ଷାକର୍ମୀ ତାର ବଡି ଲାଙ୍ଗୁଏଜ୍ ଦେଖି ତା ଆଇକାର୍ଡ ମାଗିଲା ତ ଧରାପଡିଲା|ଏଥିରେ ସେ ଗେଟରେ ଧରାପଡିଲା|ଯେତେବେଳେ ନକଲି ଏୟାରଫୋର୍ସ ବନିଥିବା ଆରୋପୀକୁ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ସେ ନିଜର ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବାକୁ ୟୁନିଫର୍ମରେ ସେଲ୍ଫି ନେଵାକୁ ସେଠାକୁ ଆସିଥିଲେ|କିନ୍ତୁ ସେ ଏୟାରଫୋର୍ସ ଷ୍ଟେସନରେ ଗୋଟିଏ ମଧ୍ୟ ଫଟୋ ନେବା ପୂର୍ବରୁ ସୁରକ୍ଷାକର୍ମୀ ଧରି ପକେଇଲେ|

ଏହି ମାମଲାରେ ଆଗକୁ ଯାଞ୍ଚ ଏବେ ତୁଗଲକ ରୋଡ ଥାନା ପୋଲିସ କରୁଛନ୍ତି|ଯେଉଁ ନକଲି ଏୟାରଫୋର୍ସ ଜବାନକୁ ଧରାଯାଇଛି ତା ବିରୁଦ୍ଧରେ କେଶ ଆଗକୁ ଜାରି ରହିଛି|ପୋଲିସ ଅନୁସାରେ ୨୨ ଜୁଲାଇ ଦିନ ଏୟାରଫୋର୍ସ ଷ୍ଟେସନରେ ପଶି ସେଲ୍ଫି ନେବାକୁ ଥିବା ବ୍ୟକ୍ତିଙ୍କ ପରିଚୟ ଗୈାରବ କୁମାର ଅଟେ|ସେ ୟୁପିର ଆଲିଗଡ ଜିଲ୍ଲାର ଅଟନ୍ତି|

ପୋଲିସ ଆଇପିସି ଧାରା ୧୪୦,୧୭୦,୧୭୧,୪୪୯ ଓ ୪୪୭ ଅନ୍ତର୍ଗତ ମାମଲା ଦାୟର କରି ଯାଞ୍ଚ କରୁଛି|ଯେତେବେଳେ ଆରୋପୀକୁ ସୁଯୋଗ କ୍ରମେ ଧରାଗଲା ସେ ସୁରକ୍ଷାକର୍ମୀଙ୍କ ଆଗରେ ଥତମତ ହେଲା|ପଚରାଉଚରା କରିବାରୁ ଜଣାଗଲା ସେ ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବାକୁ ଏଭଳି କରିଥିଲା|ସେ ଗାର୍ଲଫ୍ରେଣ୍ଡ କୁ ଏୟାର ଫୋର୍ସ ଅଫିସର କହିଥିଲେ ଯେତେବେଳେ ସେ ମାନି ନଥିଲା କହିଲା ଯେ ଏୟାର ଫୋର୍ସ ପୋଷାକ ପିନ୍ଧି ସେଲ୍ଫି ଉଠାଇ ଦେଖାଅ|ତେଣୁ ସେ ନିଜ ସାଇଜର ଏୟାର ଫୋର୍ସ ୟୁନିଫର୍ମ ପିନ୍ଧି ସେଲ୍ଫି ନେବାକୁ ଏୟାର ଫୋର୍ସ ଷ୍ଟେସନରେ ପହଞ୍ଚିଲା|

ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିବା ମାତ୍ରେ ସୁରକ୍ଷାକର୍ମୀକୁ ଧରି ପକାଇଲେ|ସମ୍ବେଦନଶୀଳ ଅଞ୍ଚଳରେ ଅନଧିକୃତ ପ୍ରବେଶ ସୁରକ୍ଷାକର୍ମୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି|ଏଵେ ଏହି ମାମଲାର ଯାଞ୍ଚ ଚାଲିଛି|

Leave A Reply

Your email address will not be published.