ଭାରତ ବନାମ ୱେଷ୍ଟ ଇଣ୍ଡିଜ: ଅକ୍ଷର ପଟେଲଙ୍କ ତୁଫାନରେ ଉଡ଼ିଗଲା ଇଣ୍ଡିଜ ଦଳ, ଏକାକୀ ଜିତାଇଲେ ହାରିଯାଉଥିବା ମ୍ୟାଚ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଭାରତ ପୋର୍ଟସ ଏଫ ସ୍ପେନରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ୱେଷ୍ଟ ଇଣ୍ଡିଜକୁ ଦୁଇ ଉଇକେଟରେ ପରାସ୍ତ କରିଛି। ଏହି ବିଜୟର ନାୟକ ଅଲ ରାଉଣ୍ଡର ଅକ୍ଷର ପଟେଲ ରହିଥିଲେ ଯିଏକି 35 ବଲରେ 3 ଚୌକା ଓ 5 ଛକା ସହିତ 64 ରନ ବନାଇଥିଲେ।

ଖାଆସ କଥା ଏହାକି ଯେ, ଅକ୍ଷର ପଟେଲ ମ୍ୟାଚର ଶେଷ ଓଭରର ଚତୁର୍ଥ ବଲରେ ଏକ ଛକା ମାରି ଦଳକୁ ବିଜୟୀ କରାଇଲେ। ଏହି ବିଜୟ ସହିତ ଭାରତୀୟ ଟିମ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 2-0 ରେ ଜିତିନେଇଛି। ଭାରତୀୟ ଏଥିସହ ଲଗାତାର 12ଟି ମ୍ୟାଚ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଜିତିସାରିଛି।

ଟାର୍ଗେଟ ର ପିଛା କରି ଭାରତୀୟ ଟିମ ଓପନର ଅଧିନାୟକ ଶିଖର ଧାୱନ ଓ ଶୁଭମାନ ଗିଲଙ୍କ ସହିତ ପଡ଼ିଆକୁ ଓହ୍ଲାଇଲା। ଦଳ 11 ଓଭରରେ 43 ରନ କରି କୌଣସି ଉଇକେଟ ହରାଇ ନଥିଲା। ସେପଟେ ଶିଖର ଧାୱନ 31 ବଲରେ 13 ରନ କରି ଖେଳୁଥିଲେ ଓ ଏକ ଏକ ରନ ପାଇଁ ସଙ୍ଘର୍ଷ କରୁଥିଲେ। ଏହାପରେ ସେ ଶେଫର୍ଡ଼ଙ୍କ ହାତରେ ଆଉଟ ହୋଇଥିଲେ। ଧାୱନଙ୍କ ଆଉଟ ହେବାପରେ ଶୁଭମାନ ଗିଲ 43 ଓ ସୂର୍ଯ୍ୟକୁମାର ଯାଦବ 9 ଜଲଦି 2ଟି ଉଇକେଟ ହରାଇଥିଲେ।

ସଞ୍ଜୁ ଓ ଶ୍ରେୟାସଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ:-

79 ରନରେ ତିନି ଉଇକେଟ ହରାଇବା ପରେ ସଞ୍ଜୁ ସାମସନ ଓ ଶ୍ରେୟାସ ଆୟର ପାଳି ସମ୍ଭାଳିଥିଲେ। ଉଭୟ 99 ରନର ପାର୍ଟନରଶିପ କରି ଇଣ୍ଡିଜ ବୋଲରଙ୍କ ଉପରେ ଚାପ ପକାଇଥିଲେ। ଆୟର 74 ବଲରୁ 63 ଓ ସଞ୍ଜୁ 54 ରନର ପାଳି ଖେଳିଲେ।

ପରେ ମ୍ୟାଚରେ ଆସିଲା ବହୁତ ବଡ଼ ଟ୍ୱିଷ୍ଟ:-

ଏହାପରେ ମ୍ୟାଚରେ ମୋଡ଼ ଆସିଥିଲା ଯେତେବେଳେ ସଞ୍ଜୁ ସାମସନ ଓ ଶ୍ରେୟାସ ଆୟର କିଛି ଓଭର ଭିତରେ ଆଉଟ ହୋଇଯାଇଥିଲେ। ଏହାସହ ଭାରତର ସ୍କୋର 55 ଉଇକେଟରେ 205 ହୋଇଗଲା। ଏହାପରେ ଦୀପକ ହୁଡ଼ା ଓ ଅକ୍ଷର ପଟେଲ 51 ରନର ପାର୍ଟନରଶିପ କରି ଭାରତକୁ ପୁଣି ମୁକାବିଲା କରିବାକୁ ଆଣିଥିଲେ। ଦୀପକ ହୁଡ଼ା 36 ବଲରେ 33 ରନର ପାଳି ଖେଳିଥିଲେ।

ଦୀପକ ହୁଡ଼ା ଆଉଟ ହେବାପରେ ବର୍ତ୍ତମାନ ଭାରତକୁ ଜିତିବାପାଇଁ 35 ବଲରେ 56 ରନର ଆବଶ୍ୟକତା ଥିଲା। ଅକ୍ଷର ପଟେଲଙ୍କ ସହିତ ଶାର୍ଦୁଲ ଠାକୁର ଓ ଆଭେଶ ଖାନ ପାଳି ଖେଳିଲେ ଓ ଭାରତକୁ ଟାର୍ଗେଟର ବହୁତ ପାଖକୁ ନେଇଗଲେ।

ଶେଷ ଓଭରରେ ଦରକାର ଥିଲା 8 ରନ:-

ଶେଷ ଓଭରରେ ଭାରତକୁ 8 ରନର ଆବଶ୍ୟକତା ଥିଲା। ଶେଷ ତିନୋଟି ବଲରେ ଦଳକୁ ଜିତିବାପାଇଁ ମାତ୍ର 6 ରନର ଆବଶ୍ୟକତା ଥିଲା ଓ ମୁକାବିଲା ଯେକୌଣସି ଦଳ ଜିତି ପାରିଥାନ୍ତା। ଏହି ପରିସ୍ଥିତିରେ ଓଭରର ଚତୁର୍ଥ ବଲରେ ଛକା ମାରି ଅକ୍ଷର ପଟେଲ ଦଳକୁ ବିଜୟୀ କରାଇଥିଲେ ଓ ପ୍ଲେୟାର ଅଫ ଦ ମ୍ୟାଚ ମଧ୍ୟ ହୋଇଯାଇଥିଲେ।

ହୋପଙ୍କ ଶତକ ପାଇଁ ଇଣ୍ଡିଜ 311 ରନରେ ପହଞ୍ଚି ପାରିଲା:-

ଟସ ଜିତି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଣ୍ଡିଜ ଦଳ 50 ଓଭରରେ 6 ଉଇକେଟ ହରାଇ 311 ରନ କରିଥିଲା। ଦଳ ତରଫରୁ ସାଇ ହୋପ ନିଜର 100 ତମ ମ୍ୟାଚରେ ଶତକ ହାସଲ କରିଥିଲେ। ସେ 125 ବଳରେ 8 ଚୌକା ଓ 3 ଛକା ସହିତ 115 ରନ କରିଥିଲେ। ସେହିପରି ଅଧିନାୟକ ନିକୋଲାସ ପୂରଣ ଓ କାଇଲ ମେୟର୍ସ 74 ଓ 39 ରନ କରିଥିଲେ।

Leave A Reply

Your email address will not be published.