ଧ୍ଵଂସ ହେବାକୁ ଯାଉଛି ପୃଥିବୀ ; ଏହି ସବୁ ସମସ୍ୟା ଏଥି ପାଇଁ ଦାୟୀ

0

Get real time updates directly on you device, subscribe now.

ଚତୁଃପାର୍ଶ୍ଵରେ ପ୍ରକୃତିର ବିଭିନ୍ନ ଉପାଦାନଯଥା – ଜଳ, ସ୍ଥଳ,  ବାୟୁ, ସହିତ ଉଦ୍ଭିଦ ଓ ପ୍ରାଣୀଜଗତ ତାକୁ ଘେରି ରହିଛି । ଏଗୁଡିକ ସାମଗ୍ରିକ ଭାବରେ ଯେଉଁ ଅବସ୍ଥା ସୃଷ୍ଟି କରିଥାନ୍ତି ତାହାକୁ “ପରିବେଶ“ କୁହାଯାଏ । ପରିବେଶ ହିଁ ମନୁଷ୍ୟ ଜୀବନ ଓ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ । ମନୁଷ୍ୟ ସୁସ୍ଥ ନିରାମୟ ଜୀବନ ପାଇଁ ଏହି ପରିବେଶର ସମ୍ମୁଖୀନ  ହୋଇନପାରି ବହୁପ୍ରାଣୀ ଧରାବକ୍ଷର କ୍ରମେ ନିଃଶେଷ ହୋଇଛନ୍ତି ।  ମନୁଷ୍ୟ ନିଜର ବୁଦ୍ଧି ଓ ସୃଜନୀ ଶକ୍ତି ବଳରେ ବିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି କରି ଚାଲିଛି । ତେଣୁ ମନୁଷ୍ୟ ସଭ୍ୟତାର କ୍ରମୋନ୍ନଟିର ଇତିହାସ ହିଁ ବିଜ୍ଞାନର ଇତିହାସ, ଯେଉଁଥିରେ ପରିବେଶ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଜୀବନର ଅଭିବୃଦ୍ଧି , ବଂଶବୃଦ୍ଧି ଇତ୍ୟାଦି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହି ପରିବେଶ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ । ପରିବେଶ କହିଲେ କୌଣସି ସ୍ଥାନର ବେଷ୍ଟିତ ବା ପାରିପାର୍ଶ୍ଵିକ ଅବସ୍ଥା କୁ ବୁଝାଏ । ଏହା ସାଧାରଣତଃ ଆମ ଚତୁଃପାର୍ଶ୍ଵରେ ଥିବା ସମସ୍ତ ପ୍ରକାରର ପ୍ରକୃତିକ ଓ କୃତିମ ଉପାଦାନ ଗୁଡିକର ସମଷ୍ଟିଗତ ପ୍ରଭାବ ଯାହାକି ସଜୀବ ମାନଙ୍କର ଜୀବନଧାରଣ ପ୍ରଣାଳୀ ସାଙ୍ଗରେ ଓତଃପ୍ରୋତଃ ଭାବେ ଜଡିତ ।

ତେବେ ନିକଟରେ ‘ଦ ଗ୍ଲୋବାଲ ଚ୍ୟାଲେଞ୍ଜେସ୍ ଫାଉଣ୍ଡେସନ୍’ ପକ୍ଷରୁ ବୈଶ୍ୱିକ ବିପଦଗୁଡ଼ିକ ଉପରେ ଏକ ବାର୍ଷିକ ଗବେଷଣା କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି । ଯାହାଦ୍ବାରା ଜଣା ପଡିଛି ଯେ କିଛି କାରଣ ଅଛି ଯାହା ପୃଥିବୀକୁ ଧ୍ୱଂସ କରିବା ଅଭିମୁଖେ ଅଗ୍ରସର ହେଉଛି ।

୧. ମାନବ ନିର୍ମିତ ଅସ୍ତ୍ରଶସ୍ତ୍ର:- ବିଶ୍ଵର ଅନେକ ଦେଶରେ ଯୁଦ୍ଧ ପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ସବୁ ଅଛି ଯାହାକି ବିଶ୍ୱକୁ ଧ୍ଵଂସ କରିଦେବାର କ୍ଷମତା ରଖୁଛି । ଯେପରିକି ପରମାଣୁ ବୋମା । ଏହା ଏକ ପ୍ରମୁଖ କାରଣ ଅଟେ ।

୨. ଜଳବାୟୁରେ ପରିବର୍ତ୍ତନ:- ତିନି ଦଶନ୍ଧିରୁ ବେଶୀ ହେବ କେତେକ ବୈଜ୍ଞାନିକ ଓ ବିଶେଷଜ୍ଞ ପୃଥିବୀର ଉଷ୍ଣତା ଏବଂ ତାପମାତ୍ରା ବୃଦ୍ଧିର କୁପରିଣାମ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଚେତାବନୀ ଶୁଣାଇ ଆସୁଛନ୍ତି । ଅନ୍ୟ ଦିଗରେ କେତେକ ବିଶେଷଜ୍ଞ ଭିନ୍ନମତ ପୋଷଣ କରି ଏହା ସ୍ଵାଭାବିକ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଯାହା ବର୍ତମାନ ସମୟରେ ମୁଣ୍ଡବ୍ୟଥାର କାରଣ ହୋଇଛି ।

୩. ପରିବେଶରେ ସନ୍ତୁଳନ:- ଗାଁ ଠୁ ସହର ସବୁଠି ଏବେ ଜଙ୍ଗଲ,ଜୀବ ଜଗତର ସୁରକ୍ଷା ପାଈଁ ଅଧିକ ଯତ୍ନବାନ ହେବା ସବୁ ଲୋକଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ହେବା ଜରୁରୀ ହୋଇ ପଡିଛି l ତେବେ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଜରୁରୀ ଅଟେ ।

୪. ମହାମାରୀ:- କରୋନା ସମୟରେ ମହାମାରୀର କରାଳ ରୂପ ତୋ ସାରା ବିଶ୍ବ ଦେଖି ସାରିଛି । ଏହା କେତେ ଯେ ଭୟଙ୍କର ହୋଇପାରେ ଲୋକେ ଅଙ୍ଗେ ନିଭାଇ ସାରିଛନ୍ତି ଲକ୍ଷ ଲକ୍ଷ ଲୋକେ ମରିଗଲେ । ଏପରି ସ୍ଥଳେ କେବଳ ଟୀକାକରଣ ହିଁ ଏକମାତ୍ର ବିକଳ୍ପ ।

୫. ଏଷ୍ଟ୍ରଏଡ୍‌ ପ୍ରଭାବ:- ମହାକାଶରେ ଗ୍ରହାଣୁକୁ ଧକ୍କା ଦେଇ ତା’ର ଗତିପଥ ପରିବର୍ତ୍ତନ କରିବା ପାଇଁ ବୈଜ୍ଞାନିକ ମାନେ ଅଭିଯାନ ଆରମ୍ଭ କରି ‘ମହାକାଶଯାନ ଉତ୍‌କ୍ଷେପଣ କରିଲେ ମଧ୍ୟ ଭବିଷ୍ୟତରେ ଏହାଦ୍ୱାରା ମଧ୍ୟ ମାନବ ସମାଜ ଲୁପ୍ତ ହୋଇଯିବାର ଆଶଙ୍କା ରହିଛି । ଏହା ଏକ ବଡ଼ ବିପଦ ସୃଷ୍ଟି କରିପାରେ ।

Leave A Reply

Your email address will not be published.