କୋର୍ଟ ରୁମରେ ଭୁଲିଗଲେ ହିତାହିତ ଜ୍ଞାନ : କୋର୍ଟ ରୁମରେ ୩ ଥର ଶାରୀରିକ ସମ୍ପର୍କ ରଖିଲେ ଦମ୍ପତି…..

0

Get real time updates directly on you device, subscribe now.

ନିଜ କାମନା ବାସନାକୁ ଚରିତାର୍ଥ କରିବା ପାଇଁ ସବୁ ସୀମା ଲଂଘିଗଲେ ଦମ୍ପତି । ଯେଉଁଠାରେ ଲୋକଙ୍କୁ ନ୍ୟାୟ ଦିଆଯାଏ କୋର୍ଟ ଭିତରେ ହିଁ ଜଜଙ୍କ ସମ୍ମାନରେ ଦମ୍ପତି କଲେ ସେକ୍ସ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଟୁବୁମ୍ଵା ମାଜିଷ୍ଟ୍ରେଟ କୋର୍ଟରେ । ତେବେ ସୂଚନା ମୁତାବକ ଜଣେ ୧୯ ବର୍ଷୀୟା ମହିଳା ସମେକା ଜୁଲି ଲିଡିଙ୍ଗ ନିଜର ୨୦ ବର୍ଷୀୟ ପୁରୁଷ ବନ୍ଧୁ ଜ୍ୟାକ୍ ଜେମ୍ସଙ୍କ ସହିତ ଏକ ଜରିମାନା ମାମଲାରେ କୋର୍ଟ ରେ ହାଜର ହୋଇଥିଲେ । କିନ୍ତୁ ସେଠାରେ ଦୁଇଜଣ ଅଶୋଭନୀୟ ଆଚରଣ ଦେଖାଇ ଥିଲେ । ସେଠାରେ ଉପସ୍ଥିତ ଜଜ୍ ଙ୍କ ସାମ୍ନାରେ ଦମ୍ପତି ସେକ୍ସ କରିଥିଲେ । ଯାହାକି ସେଠାରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଆଉ ଏଭଳି ଘଟଣା ଘଟିଥିଲା ଜୁନ ୨୮ରେ ଅଷ୍ଟ୍ରେଲିଆର ଟୁବୁମ୍ଵା ମାଜିଷ୍ଟ୍ରେଟ କୋର୍ଟରେ । ତେବେ ଜଜଙ୍କ ସାମ୍ନାରେ ହାଜର ହେବା ପୂର୍ବରୁ ମହିଳା ଜଣଙ୍କର ଏଭଳି ନିନ୍ଦନୀୟ କାର୍ଯ୍ୟକୁ ସେଠାରେ ଉପସ୍ଥିତ ସମସ୍ତେ ନିନ୍ଦା କରିଛନ୍ତି ।

ମିଳିଥିଲା ସୂଚନା ଅନୁସାରେ ଜ୍ୟାକ୍ ଜେମ୍ସ ନିଜର ଗାର୍ଲ୍ ଫ୍ରେଣ୍ଡ ସମେକା ଜୁଲି ଲିଡିଙ୍ଗଙ୍କୁ କୋର୍ଟରେ ହାଜର ହେବା ପୂର୍ବରୁ ନିଜର ମନର ରାଣୀକୁ ଦେଖି ଅତି ରୋମାଣ୍ଟିକ ହୋଇ ଯାଇଥିଲେ । ଏବଂ ସେଠାରେ ହିଁ କୋର୍ଟ ରୁମ୍ ଭିତରେ ଲିଣ୍ଡିଂଙ୍କୁ ଜାକ ଜେମ୍ସ ବହୁତ କିସ୍ କରିବାକୁ ଲାଗିଲେ । ସେହି ସମୟରେ ସୁରକ୍ଷା କର୍ମୀ ସେଠାକୁ ଆସିବା ସମୟରେ ସମେକା ଲିଡିଂ ନିଜକୁ ସଜାଡି ନେଇଥିଲେ । ପୁଣି ସେମାନେ ଚାଲିଯିବ ପରେ ଦୁହେଁ ପ୍ରେମ କରିବାରେ ମସଗୁଲ୍ ହୋଇ ଯାଇଥିଲେ । ଏପରିକି ସମେକା ଏବଂ ତାଙ୍କ ବୟଫ୍ରେଣ୍ଡ ସେଠାରେ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ପଛାଇ ନଥିଲେ । ପୁଣି ଥରେ ନୁହେଁ ତିନି ଥର କରିଥିଲେ । ଆଉ ଏସବୁ କୋର୍ଟରେ ଉପସ୍ଥିତ ଲୋକ ଏବଂ ଜଜ୍ ଙ୍କ ଠାରୁ ମାତ୍ର ୫ ମିଟର ବ୍ୟବଧାନରେ ଘଟୁଥିଲା । ସିସିଟିଭି ଫୁଟେଜରୁ ପୋଲିସ୍ ସନ୍ଧାନ କରି କୋର୍ଟକୁ ଅପମାନ କରିଥିବା ଅଭିଯୋଗରେ ଦୁହିଁଙ୍କୁ ନୋଟିସ୍ ଜାରି କରିଛି ।

Leave A Reply

Your email address will not be published.