ବାବୁଶାନ ପରେ ପ୍ରକୃତି ମିଶ୍ର ଆସିଲେ ଲାଇଭ ଆଉ କହିଲେ, ସ୍ୱାମୀର ବେକରେ ଶିକୁଳି ବାନ୍ଧି ରଖ …….

0

Get real time updates directly on you device, subscribe now.

ଓଲିଉଡ୍‌ ଷ୍ଟାର ବାବୁଶାନ୍‌ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ସାମ୍ନାକୁ ଆସିଲେ ପ୍ରକୃତି । ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । କାଲିର ଘଟଣାକୁ ନେଇ ସେ ଭାଙ୍ଗି ପଡ଼ିନଥିବା କହିଛନ୍ତି । ମୋ ଭାଇରାଲ୍‌ ଭିଡିଓ ଆପଣ ମାନେ ଦେଖିଥିବେ ଏବଂ ଏହାର ମଜା ମଧ୍ୟ କିଛି ଲୋକ ନେଉଥିବା ସେ କହିଛନ୍ତି । ଗୋଟିଏ ନାରୀ ଆଉ ଗୋଟିଏ ନାରୀ ଉପରେ ନିର୍ଯ୍ୟାତନା କରିଥିବା ସେ କହିଥିବା ବେଳେ ଗୁଣ୍ଡା ଆଣି ମତେ ହାରାସ କରିଥିବା କହିଛନ୍ତି ।

ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ପ୍ରକୃତି କହିଛନ୍ତି, ମୋ ପ୍ରତି ହୋଇଥିବା ସମସ୍ତ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରୁଛି । ମୋତେ ୮ ଜଣ ଗୁଣ୍ଡା ଆସି ଟଣା ଓଟରା କଲେ। ଜଣେ ନାରୀ ହୋଇ ବିନା କଥାବାର୍ତ୍ତାରେ ମୋର ସର୍ଟ ଭିଡ଼ାଭିଡି କଲେ ଓ ନିର୍ଯ୍ୟାତନା ଦେଲେ। ଘଟଣାସ୍ଥଳରେ ଲୋକେ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ଚୁଟି ଟାଣିବା ସମୟରେ ‌ସେଲ୍‌ଫି ନେଉଥିଲେ। ଆମେ ଏଭଳି ଏକ ସମାଜରେ ବାସ କରୁଛେ।ନିଜ ବିରୋଧରେ ଥିବା ଅଭିଯୋଗ ନେଇ ସେ କହିଛନ୍ତି, ଯେଉଁ ଘର ପୂର୍ବରୁ ଭାଙ୍ଗି ସାରିଛି ତାକୁ ମୁଁ କଣ ଭାଙ୍ଗିବି ।

ଯଦି ବାହରକୁ କାମ କରିବାକୁ ଛାଡ଼ିବାକୁ ଚାହୁଁନ ତେବେ ସ୍ୱାମୀର ବେକରେ ଶିକୁଳି ବାନ୍ଧି ରଖ ବୋଲି ସେ କହିଛନ୍ତି ।ଆକ୍ରମଣ କରିଥିବା ବ୍ୟକ୍ତି କେଉଁ ଘରୁ ଆସନ୍ତି ତାହା ଜଣାପଡିଗଲ। ଜଣେ ନାରୀ ଆଉ ଜଣଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ସେ ସମାଜର ଝିଅମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେତେବେଳ ବି ଆପଣଙ୍କ ସହ ଏଭଳି କିଛି ଘଟଣା ଘଟେ ତେବେ ଦୟାକରି ମୋତେ ଫୋନ କରିବେ । କେହି ଛିଡା ହୁଅନ୍ତୁ କି ନାହିଁ ମୁଁ ଆପଣଙ୍କ ସହ ଛିଡା ହେବି ଦୃଢତାର ସହ ।

Leave A Reply

Your email address will not be published.