ମାଆ କି ସ୍ତ୍ରୀକୁ ମିଥ୍ୟା ବୋଲି ପ୍ରମାଣିତ କରି ବାନ୍ଧବୀ ପ୍ରକୃତିଙ୍କ ସପକ୍ଷରେ ବାହାରିଲେ ବାବୁସାନ

0

Get real time updates directly on you device, subscribe now.

ଓଲିଉଡ ଅଭିନେତା ବାବୁସାନ, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ମାରପିଟ କାହାଣୀ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସେମାନଙ୍କ ଭିତରୁ କିଏ କହୁଛି ବାଡେଇବା ଠିକ ହୋଇଛି ତ ଆଉ କିଏ ଚରିତ୍ରକୁ ନେଇ ଅନେକ କିଛି କହୁଥିବାର ଶୁଣିବାକୁ ମିଳୁଛି।
ଏଥିରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ମଧ୍ୟ ଭୁଲ ଓ ଠିକ ବିଷୟରେ କହି ବାବୁସାନଙ୍କୁ ଫେରି ଆସିବାକୁ କହିଛନ୍ତି। କିନ୍ତୁ ଅପରପକ୍ଷେ ପ୍ରକୃତି ମିଶ୍ର ମଧ୍ୟ ଅନେକ କିଛି କଥା ଭିଡିଓ ରେକର୍ଡିଂ କରି କହିଛନ୍ତି। ତେବେ ଆସନ୍ତୁ ଜାଣିବା ଘଟଣା ବିଷୟରେ।

ବାବୁସାନ-ତୃପ୍ତିର କଳିକୁ ନେଇ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତିକି, ‘ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ ମଧ୍ୟ। ଯିଏ ପ୍ରକୃତ ବନ୍ଧୁ ହୋଇଥିବ ସେ କେବେ କଣ କାହାର ଅନଷ୍ଟ କରିବ। ଯାହାର ସ୍ୱାର୍ଥ ଥିବ ସେ ଏଥିରେ ଅନଷ୍ଟ ଚିନ୍ତା କରିବ। କୋଭିଡ ସମୟରେ ବାବୁ ଘରଠୁ ଦୂରେଇ ରହିଥିଲା। କୋଭିଡ ବେଳେ ଖରାପ ସଙ୍ଗତରେ ପଡିଲା। ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତାର ଜୀବନ। ବାବୁସାନ ମତେ କହିଥିଲା ମାଆ ତା ପାଖରେ ବୋଧେ କିଛି ଭିଡିଓ ଅଛି ଯେଉଁଥିପାଇଁ ସେ ମୋତେ ବ୍ଲାକମେଲ କରାଯାଉଥିବା କହିଥିଲା। ତୁ କାହାରିକୁ ଡରେ ନା ମୁଁ ଅଛି ତୋ ସହିତ, ଇଣ୍ଡଷ୍ଟ୍ରି ଅଛି ତୋ ସହିତ। କାହିଁକି ଡରୁଛୁ। ଏହା ସହ ବାବୁସାନ ପୁଣିଥରେ ଫେରିଆସୁ ବୋଲି ସେ କହିଛନ୍ତି।

ତୃପ୍ତି କହିଛନ୍ତି, ମୁଁ ଅନେକ ଥର ଚେଷ୍ଟା କରିଛି ତାଙ୍କୁ ଭଲ ବାଟକୁ ଆଣିବା ପାଇଁ, ଏମିତି ୪ ଥର ମୁଁ ତାଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି। ତଥାପି ମୁଁ ତାଙ୍କୁ କହିଥିଲି, ଭୁଲ ମଣିଷ ଦେଇ ହୁଏ, ତଥାପି ମୁଁ ପୁଣି ଥରେ ଏହି ସମ୍ପର୍କକୁ ସୁଯୋଗ ଦେବାକୁ ପ୍ରସ୍ତୁତ ଅଛି। ମୋର ଗୋଟେ ଛୋଟ ଛୁଆ ଅଛି। ଅପରାଜିତା ଯେଉଁ କଥା କହିଛନ୍ତି ସେହି କଥା ମଧ୍ୟ ବୋହୂ ତୃପ୍ତି କହିଛନ୍ତି। କିନ୍ତୁ ବାବୁସାନ ଏକ ଭିଡିଓ ମାଧ୍ୟମରେ ଏସବୁକୁ ଭୁଲ କହିଛନ୍ତି।

ବାବୁସାନ ବର୍ତ୍ତମାନ ଚେନ୍ନାଇରେ ଅଛନ୍ତି। ସେଠାରୁ ସେ ତାଙ୍କର ନିର୍ଦ୍ଦେଶକଙ୍କ ନିୟମାବଳୀ ଅନୁସାରେ ଅଛନ୍ତି ଓ ସେଠାରୁ ସେ ଆସିପାରୁ ନାହାନ୍ତି। ଆଉ ସେ ମୋତେ କିଛି ବ୍ଲାକମେଲ କରିନାହାନ୍ତି। ସେ ମୋ ପାଖରୁ କିଛି ଟଙ୍କା ମଧ୍ୟ ନେଇନାହାନ୍ତି। ସେ ସବୁବେଳେ ମୋ ସହିତ ରହିଛନ୍ତି। ଓ ସେ ଜଣେ ମୋର ଭଲ ସାଙ୍ଗ। ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ବାବୁସାନ।

Leave A Reply

Your email address will not be published.