ଫ୍ଲାଇଟର ଶେଷ ସିଟରେ ବସି ଚେନ୍ନାଇ ପଳାଇଥିଲେ ବାବୁସାନ ଓ ପ୍ରକୃତି ……….

0

Get real time updates directly on you device, subscribe now.

କିଛିଦିନ ହେବ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଓଡ଼ିଆ ଷ୍ଟାରଙ୍କ ଘରର କଳି। ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ହଙ୍ଗାମା କରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି। ବାବୁସାନ ଓ ପ୍ରକୃତିଙ୍କ ସହ ଝଗଡା କରିବା ସହିତ ମାଡ ମାରିବା ମଧ୍ୟ ଅଭିଯୋଗ ହେଇଛି। ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହାର ମଧ୍ୟରେ ଆଉ ଏକ ବଡ ଖବର ହସ୍ତଗତ ହୋଇଛି।

ଏହି ଘଟଣା ଯେଉଁଦିନ ଘଟିଥିଲା, ସେଦିନ ବାବୁସାନ ଚେନ୍ନାଇ ଯାଇଥାନ୍ତେ। କିନ୍ତୁ ଜଣେ ବ୍ୟକ୍ତିଙ୍କ ତଥ୍ୟ ଅନୁସାରେ ସେ ବାବୁସାନ ଓ ପ୍ରକୃତିଙ୍କୁ ଗୋଟିଏ ଫ୍ଲାଇଟରେ ଦେଖିଥିଲେ। ଅର୍ଥାତ ଝଗଡା ହେବା ପରେ ଉଭୟ ସମାନ ଫ୍ଲାଇଟର ଶେଷ ସିଟରେ ବସି ଯାତ୍ରା କରୁଥିଲେ। ସେଠାରେ ଚେନ୍ନାଇରେ ପହଞ୍ଚିବା ପରେ ସେଠାକାର ଓଡ଼ିଆ ଲୋକମାନେ ମଧ୍ୟ ତାଙ୍କୁ ଦେଖିଥିଲେ।

ସେଠାରେ କିଛି ଲୋକ ତାଙ୍କ ସହିତ ଫୋଟ ଉଠାଇବାକୁ ଚାହୁଁଥିଲେ, କିନ୍ତୁ ସେମାନେ ମନା କରିଥିଲେ ଓ ବାବୁସାନ ଆହୁରି ରାଗି ଯାଇଥିଲେ। ଆଉ କିଛି ସେଠାକାର ଲୋକ କହିଥିଲେକି ବାବୁସାନ ଛୋଟେଇ ଛୋଟେଇ ଚାଲୁଥିଲେ ଓ ପ୍ରକୃତି ତାଙ୍କୁ ଧରି ଧରି ଆଣୁଥିଲେ। ବାବୁସାନ ଯେଉଁ ପୋଷାକରେ ଶେଷଥର ପାଇଁ ଓଡ଼ିଶାରେ ଦେଖାଯାଇଥିଲେ ଠିକ ସେମିତି ତାଙ୍କୁ ଚେନ୍ନାଇରେ ମଧ୍ୟ ଦେଖା ଯାଇଥିଲା। ତେବେ ଆଗକୁ କେତେ କଣ ଗୁମର ଖୋଲିବାର ଅଛି ଦେଖିବାକୁ ପଡ଼ିବ।

Leave A Reply

Your email address will not be published.