ପ୍ରକୃତି ମିଶ୍ର ଏବଂ ବାବୁଶାନଙ୍କୁ ଧରିବାକୁ ରାତି ସାଢ଼େ 3 ଟାରୁ ଜଗି ବସିଥିଲେ ତୃପ୍ତି…..

0

Get real time updates directly on you device, subscribe now.

ପ୍ରକୃତି ମିଶ୍ର ଏବଂ ବାବୁଶାନଙ୍କୁ ରେଡହ୍ୟାଣ୍ଡରେ ଧରିବାପାଇଁ ତୃପ୍ତି ରାତି ସାଢେ଼ 3ଟାରୁ ଛକି ବସିଥିଲେ । ଏଭଳି କିଛି କଥା ନିଜେ ତୃପ୍ତି ପ୍ରକାଶ କରିଛନ୍ତି । ତୃପ୍ତି କହିଛନ୍ତି ଯେ ବାବୁଶାନଙ୍କର ଜୁଲାଇ 30 ତାରିଖରେ ଜନ୍ମଦିନ ଅଛି । ଯେଉଁଥିପାଇଁ ବାବୁଶାନ୍, ପ୍ରକୃତି ମିଶ୍ର ଏବଂ ଅନ୍ୟ କିଛି ଲୋକ ପ୍ଲାନ୍ କରୁଛନ୍ତି । ସେଥିପାଇଁ ସେମାନେ ଚେନ୍ନାଇ ବାହାରିଥିଲେ । ଚେନ୍ନାଇରୁ ସେମାନେ ସିଧା ଆଣ୍ଡାମାନ ନିକୋବର ଦେଇ ଯିବାର କାର୍ଯ୍ୟକ୍ରମ ରହିଥିଲା ।

ତେବେ ଏହି ସମୟରେ ବାବୁଶାନଙ୍କୁ ରେଡହ୍ୟାଣ୍ଡରେ ଧରିବାପାଇଁ ସେ ତାଙ୍କ ଗେଷ୍ଟ ହାଉସ ପାଖରେ ପହଞ୍ଚିଥିଲେ । ଯେଉଁଥିପାଇଁ ସେ ରାତି ସାଢେ଼ 3ଟାରୁ ଗୋଟିଏ କାର ଭିତରେ ଲୁଚି ବସିଥିଲେ । ତେବେ ସକାଳୁ ଯେତେବେଳେ ବର୍ଷା ହୋଇଥିଲା ଏବଂ ବାବୁଶାନ୍ ଆସି ତାଙ୍କ ଗାଡ଼ି ଭିତରେ ବସିଥିଲେ, ସେତେବେଳେ କିଛି ସମୟପରେ ପ୍ରକୃତି ମିଶ୍ର ସେହି ଗାଡ଼ି ଭିତରକୁ ଆସି ବସିଲେ । ଆଉ ଯାହା ପରେ ତୃପ୍ତି ନିଜର ନିୟନ୍ତ୍ରଣ ହରାଇ ବସିଲେ ।

ତାପରେ ତୃପ୍ତି ସିଧା ଚାଲିଯାଇ କାରର ଡୋର ଖୋଲି ବାବୁଶାନଙ୍କୁ ଧରି ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ ଏବଂ ଯୋଉଥିରେ ପ୍ରକୃତି ମିଶ୍ର ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତୃପ୍ତି ଅଟକି ନଥିଲେ । ଏପଟେ ବାବୁଶାନ୍ ଗାଡ଼ି ଆଗକୁ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତୃପ୍ତିଙ୍କ ବାପା ଆସି ଗାଡ଼ିର ହ୍ୟାଣ୍ଡ ବ୍ରେକ ଲଗାଇଥିଲେ ।

ଏହାପରେ ଜଣଙ୍କ ପରେ ଜଣଙ୍କୁ ସେ ପ୍ରଶ୍ନ ପଚାରିଥିଲେ । ଆଉ ଯେତେବେଳେ ପ୍ରକୃତି ମିଶ୍ର ଆସି ମଝିରେ କଥା କହିଲେ, ସେତେବେଳେ ପ୍ରକୃତିକୁ ବାଡେଇବା ପାଇଁ ତୃପ୍ତି ବାଧ୍ୟ ହୋଇଥିଲେ । ଆଉ ତୃପ୍ତି କହିଥିଲେ ଯେ ଯଦି ପ୍ରକୃତି ମୋ ସମ୍ପର୍କ ଭିତରକୁ ଆସେ, ତେବେ ତାକୁ ମୁଁ ଆଗକୁ ଆହୁରି ବାଡେଇବି ।

Leave A Reply

Your email address will not be published.