ଜିମ ଯିବା ପୂର୍ବରୁ ପ୍ରବଳ ଗଞ୍ଜେଇ ପିଅନ୍ତି ବାବୁଶାନ୍……

0

Get real time updates directly on you device, subscribe now.

ବର୍ତ୍ତମାନ ସାରା ଓଡ଼ିଶାରେ ବାବୁଶାନ୍ ଏବଂ ପ୍ରକୃତି ମିଶ୍ରକୁ ନେଇ ସମାଲୋଚନା ଚାଲିଛି । ସେମାନଙ୍କ ଅବୈଧ ସମ୍ପର୍କ ବ୍ୟତୀତ ବାବୁଶାନଙ୍କ ନିଶାଦ୍ରବ୍ୟ ସେବନକୁ ନେଇ ବଡ ଖୁଲାସା ହୋଇଛି । ଏହି ବିଷୟରେ ନିଜେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ବାବୁଶାନଙ୍କ ଏଭଳି ଲାଇଫ ପାଇଁ କେବଳ ପ୍ରକୃତି ମିଶ୍ର ଦାୟୀ ଅଟନ୍ତି ।

ତେବେ ବର୍ତ୍ତମାନ ଏହା ଜଣାପଡ଼ିଛି ଯେ ଜିମ କରିବାପରେ ବାବୁଶାନ୍ ଗଞ୍ଜେଇ ଖାଉଥିଲେ । ବାବୁଶାନ୍ ଖାଲି ଗଞ୍ଜେଇ ନୁହେଁ, ବରଂ ଡ୍ରଗସ ସହିତ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ମଧ୍ୟ ଖାଉଥିଲେ । ଯେବେଠୁ ପ୍ରକୃତି ମିଶ୍ର ତାଙ୍କ ଜୀବନକୁ ଆସିଲେ, ସେବେଠାରୁ ବାବୁଶାନ୍ ନିଶାରେ 24 ଘଣ୍ଟା ବୁଡି ରହୁଥିଲେ । କେବଳ ସେତିକି ନୁହେଁ, ସକାଳ ହେବା ମାତ୍ରେ ତାଙ୍କର ମଦ ପିଇବା ଆରମ୍ଭ ହେଇଯାଉଥିଲା । ରାତି 2 ରୁ 3 ଟା ପର୍ଯ୍ୟନ୍ତ ବାହାରେ ବାହାରେ ବୁଲୁଥିଲେ ଏବଂ ସକାଳ 11 ଟାରେ ଯାଇ ବାବୁଶାନଙ୍କର ନିଦ ଭାଙ୍ଗୁଥିଲା ।

ଖାଲି ସେତିକି ନୁହେଁ, ତୃପ୍ତି ଯାହା ସବୁ କହିଛନ୍ତି ସେସବୁ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଯେବେଠୁ ଜିମ୍ ଯିବାକୁ ଆରମ୍ଭ କଲେ, ସେବେଠୁ ଗଞ୍ଜେଇ ପିଇବା ମଧ୍ୟ ଆରମ୍ଭ କରିଦେଇଥିଲେ ଏବଂ ଏସବୁ ପାଇଁ ପ୍ରକୃତି ମିଶ୍ର ଦାୟୀ ବୋଲି ତୃପ୍ତି କହିଛନ୍ତି । ତୃପ୍ତି କହିଛନ୍ତି ଯେ ବାବୁଶାନ୍ ଲକଡାଉନ୍ ସମୟରେ ଏଭଳି ନିଶାରେ ବୁଡି ରହିଲେ ଯେ ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ନିଜ ସ୍ତ୍ରୀ ପିଲାକୁ ପଛରେ ଛାଡି ସେ ସବୁବେଳେ କିଛି ନା କିଛି ବାହାନା ଦେଖାଇ ଚାଲି ଯାଉଥିଲେ । ଆଉ ଯେତେବେଳେ ତୃପ୍ତି ତାଙ୍କୁ ଟ୍ରାକ କଲେ, ସେତେବେଳେ କେଉଁଠି ନା କେଉଁଠି ଏହା ପଛରେ ପ୍ରକୃତି ମିଶ୍ର ଥିଲେ ।

ତେବେ ପ୍ରକୃତି ମିଶ୍ର ଜାଣିଶୁଣି ତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଥିଲେ ଏବଂ ଯୋଉଥିପାଇଁ ସେ ଡିପ୍ରେସନକୁ ଚାଲି ଯାଇଥିଲେ । କେବେଠାରୁ ତୃପ୍ତି ଗର୍ଭବତୀ ହୋଇଥିଲେ, ସେବେଠାରୁ ବାବୁଶାନଙ୍କ ଜୀବନକୁ ପ୍ରକୃତି ମିଶ୍ର ଚାଲି ଆସିଥିଲେ । ଏସବୁ ତାଙ୍କ ସ୍ତ୍ରୀ ଖୁଲାସା କରିଛନ୍ତି । ଦେଖିବାକୁ ବାକି ରହିଲା ଯେ ବାବୁଶାନ୍ ଏହା ଉପରେ କଣ ପ୍ରତିକ୍ରିୟା ରଖୁଛନ୍ତି । କାଲି ସକାଳର ଘଟଣା ଯେତେବେଳେ ଦେଖିବାକୁ ମିଳିଥିଲା, ସେତେବେଳେ ଲାଗୁଥିଲା ବାବୁଶାନ୍ ମଦ ନିଶାରେ ଟଳମଳ ହୋଇ ଠିଆ ହୋଇଥିଲେ ।

Leave A Reply

Your email address will not be published.