କଳି ଯୁଗରେ ଶ୍ରବଣ କୁମାର ! ନିଜ ବୃଦ୍ଧ ବାପା ମାଆଙ୍କୁ ପାଲିଙ୍କିରେ ବସାଇ ଗଲେ ବୋଲବମ୍,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ପାଇଁ ସମର୍ପିତ|ଏହି ମାସ ଭୋଳାନାଥଙ୍କ ଅତିପ୍ରିୟ ଅଟେ|ଏହି ମାସରେ ଶିବଭକ୍ତ ପୂଜା କରି ଜଳାଭିଷେକ କରିଥାନ୍ତି|ଏପରି ମାନାଯାଏ ଶ୍ରାବଣ ମାସରେ ଶିବଙ୍କ ପୂଜା କଲେ ମନୋସ୍କାମନା ପୁରଣ ହେବା ସହ ଶଙ୍କଟ ଦୂର ହୁଏ|

ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ସମୟରେ ଓଜନିଆ କାଉଡି ଭାର ସହ ଖାଲି ପାଦରେ ଯାତ୍ରା କରିଥାନ୍ତି|ଏହି ଯାତ୍ରା ୧୪ ଜୁଲାଇରେ ଆରମ୍ଭ ହୋଇ ୨୬ ଜୁଲାଇରେ ଶେଷ ହୋଇଥାଏ|ଏହି ଯାତ୍ରାରେ ଲକ୍ଷାଧିକ କାଉଡ଼ିଆ ଭାଗ ନେଇଥାନ୍ତି|

ଭଗବାନ ଶିବଙ୍କ ଏହି ସବୁ ଭକ୍ତ ଗଙ୍ଗା ନଦୀର ପବିତ୍ର ଜଳକୁ ଆଣିବା ପାଇଁ ଉତ୍ତରାଖଣ୍ଡର ହରିଦ୍ଵାର,ଗୋମୁଖ,ଗଙ୍ଗୋତ୍ରୀ ଓ ବିହାର ସୁଲତାନଗଞ୍ଜ ଯାତ୍ରା କରିଥାନ୍ତି|କାଉଡ଼ିଆ ଏହି ପବିତ୍ର ଜଳ ସଂଗ୍ରହ କରି ହଜାର ହଜାର କିମି ଜଳ ନେଇଥାନ୍ତି|ଏଠାକାର ପବିତ୍ର ଜଳକୁ ସ୍ଥାନୀୟ ଶିବ ମନ୍ଦିରରେ ଅର୍ପଣ କରନ୍ତି|

କାଉଡ଼ିଆ ଯାତ୍ରା ସମୟରେ ଏମାନେ ଶହ ଶହ କିମି ଯାତ୍ରା କରିଥାନ୍ତି|ସୋସିଆଲ ମିଡିଆରେ ଏଭଳି ବହୁ ଭିଡିଓ କ୍ଲିପ ଭାଇରାଲ ହୋଇଥାଏ|ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ ପୁଅ ଭୀଷଣ ଗରମରେ ନିଜ ବାପା ମା’ଙ୍କୁ କାନ୍ଧରେ ଧରି କାଉଡ଼ିଆ ଯାତ୍ରା କରିଛନ୍ତି|

ଯେପରିକି ସମସ୍ତେ ଜାଣନ୍ତି ଆଜିର କଳିଯୁଗରେ ସମସ୍ତେ ବୃଦ୍ଧ ସମୟରେ ମାତା ପିତାଙ୍କୁ ଵେସହାରା ଛାଡି ଦେଇଥାନ୍ତି|ଯେଉଁ ମାତା ପିତା ଆମକୁ ସଂସ୍କାର ଦେଲେ ,ପାଳିପୋଷି ବଡ କଲେ,ଶେଷ ସମୟରେ ଆମେ ପଚାରୁ ନାହାଁନ୍ତି|

କିନ୍ତୁ ଏସମୟରେ ଗୋଟିଏ ପୁଅର ଭିଡିଓ ଭାଇରାଲ ହେଉଛି ଯିଏ ପାଲିଙ୍କିରେ ନିଜ ବୟସ୍କ ମାତା ପିତାଙ୍କୁ ଧରି କାଉଡ଼ିଆ ଯାତ୍ରା କରୁଛନ୍ତି|ଏହି ଭିଡିଓ ଟୁଇଟରରେ ଭାଇରାଲ ହେଉଛି|ଆଇପିଏସ୍ ଅଫିସର ଅଶୋକ କୁମାର ଏହି ଭିଡିଓକୁ ସେୟାର କରିଛନ୍ତି|

ଆଶୋକ କୁମାର କହିଛନ୍ତି ଆଜିକାଲି ବୁଢା ମା ବାପାଙ୍କ ତିରସ୍କାର କରୁଛନ୍ତି ବା ଘରୁ ବାହାର କରି ଦିଆଯାଉଛି କିନ୍ତୁ ଏଠାରେ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା|ଲକ୍ଷ ଲକ୍ଷ କାଉଡ଼ିଆ ମଧ୍ୟରେ ଜଣେ ଶ୍ରଵଣ କୁମାର ରହିଛି ଯିଏ ବାପା ମାଆଙ୍କୁ ନେଇ କାଉଡ଼ିଆ ଯାତ୍ରା କରୁଛନ୍ତି ତାଙ୍କୁ ମୋର ଶତ ପ୍ରଣାମ|

Leave A Reply

Your email address will not be published.