ବିବାଦକୁ ନେଇ ଶେଷରେ ମୁହଁ ଖୋଲିଲେ ବାବୁଶାନ୍ : କହିଲେ ଆଉ କରିବିନି ତାଙ୍କ ସହ ଫିଲ୍ମ…..

0

Get real time updates directly on you device, subscribe now.

ଆପଣ ତ ବାବୁସାନ ମହାନ୍ତି ଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି ଯିଏ କି ଓଲିଓଡ଼ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ଅଟନ୍ତି, ତାଙ୍କ ଅଭିନୟ ମାଧ୍ୟମ ରେ ସେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି | କେବଳ ଅଭିନୟ ନୁହେଁ ବରଂ ନିଜ ଡ୍ୟାନ୍ସ ଓ ସୁନ୍ଦର ଗୀତ ମାଧ୍ୟମ ରେ ବି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ଆପଣ ତ ଜାଣିଛନ୍ତି ସେ ତାଙ୍କ ଏକ ସାଙ୍ଗ ଙ୍କୁ ପ୍ରେମ ବିବାହ କରି ଥିଲେ ଏବଂ ତାଙ୍କର ଦାମ୍ପତ୍ୟ ଜୀବନ ବେସ ଖୁସି ବାସ ରେ ଚାଲି ଥାଏ ଏବଂ ତାଙ୍କର ବୈବାହିକ ଜୀବନ କୁ ନେଇ କୌଣସି ଟ୍ରୋଲ ସାମ୍ନା କୁ ଆସି ନଥାଏ |

ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଏଭଳି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଅବାକ ହୋଇ ଯିବେ |ତେବେ ପଦାରେ ପଡ଼ିଲା ଷ୍ଟାରଙ୍କ କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ ପତ୍ନୀ ଝଗଡ଼ା କରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଆଉ ଏହା ମଧ୍ୟରେ ଦେଖିବାକୁ ମିଳିଥିଲା କି ଗାଡିର ଫ୍ରଣ୍ଟ୍ ସିଟ୍ ରେ ଆଉ ଜଣେ ତୃତୀୟ ବ୍ୟକ୍ତି ବସିଥିଲେ ଆଉ ସେହି ବ୍ୟକ୍ତି ଜଣକ ଆଉ କେହି ନୁହେଁ ଓଲିଉଡ୍ ର ଜଣେ ଚର୍ଚ୍ଚିତ ଚେହେରା ତଥା ହିରୋଇନ୍ ଯିଏ କି ବଲିଉଡ୍ ରେ ନାମ କରିବା ପାଇଁ ମଧ୍ୟ ନିଜର ପ୍ରୟାସ ଜାରି ରଖିଛନ୍ତି ଅର୍ଥାତ୍ ପ୍ରକୃତି ମିଶ୍ର। ତାଙ୍କରି ପାଇଁ ହିଁ ହେଉଛି ଝଗଡା, ବାବୁସାନ ଙ୍କ ପତ୍ନୀ ତୃପ୍ତିଙ୍କର କହିବା ଅନୁଯାୟୀ ବାବୁସାନ ଏବଂ ପ୍ରକୃତିଙ୍କ ଭିତରେ କିଛି ଚାଲିଛି ଯାହା ପାଇଁ କି ବାବୁସାନ ଆଉ ତାଙ୍କ ସ୍ତ୍ରୀ ଓ ତାଙ୍କ ପୁଅଙ୍କୁ ସମୟ ଦେଉ ନାହାଁନ୍ତି ତାଙ୍କ ଖାଇବା ପିଇବା, ତାଙ୍କ ଭଲ ମନ୍ଦ, ତାଙ୍କ ରହିବା କଥା କିଛି ବି ବୁଝୁ ନାହାଁନ୍ତି।

ସେ କହୁଛନ୍ତି ଯେ ପ୍ରକୃତି ମୋ ପରିବାର କୁ ଖରାପ କରିଛନ୍ତି ମୋ ପରିବାରକୁ ଧ୍ୱଂସ କରିଛନ୍ତି। ଖାଲି ଏତିକି ନୁହେଁ ତୃପ୍ତି ବାବୁସାନ ଙ୍କୁ ପ୍ରଶ୍ନ ପଚାରୁଥିବା ସମୟରେ ପ୍ରକୃତି ଏଣ୍ଟରଫାୟାର କରିବାରୁ ପ୍ରକୃତିଙ୍କ ଚୁଟିକୁ ଭିଡି ଧରିଥିଲେ ତୃପ୍ତି ଆଉ ତାଙ୍କ ମାଡ ମାରିବା ସହ ଧକ୍କା ମଧ୍ୟ ଦେଇଥିଲେ। ବଡ ବଡ ଷ୍ଟାର କଳି ଗତକାଲି ରାଜଧାନୀର ଭିଜା ଭିଜା ରାଜରାସ୍ତାରେ ଏଭଳି ଭାବରେ ଗଡୁଥିଲା। ତେବେ ବାବୁଶାନ୍ କହିଛନ୍ତି ଯେ ମୋ ଭାଇରାଲ ଭିଡିଓ ଦେଖୁ ଆପଣମାନେ ବହୁତ ଏଞ୍ଜୟ କରୁଥିବେ । ମୋ ଘରେ ଏତେ ଅସୁବିଧା ଥିଲା ମୁଁ ଜାଣିନଥିଲି । ମୁଁ ପ୍ରକୃତି ସହ ଫିଲ୍ମ କରିବି ନାହଁ କିମ୍ବା ଦରକାର ପଡ଼ିଲେ ଆଗକୁ କୌଣସି ହିରୋଇନଙ୍କ ସହ ଫିଲ୍ମ କରିବି ନାହିଁ ।

Leave A Reply

Your email address will not be published.