ଧରା ପଡ଼ିଲା ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ପ୍ରେମ। ରାସ୍ତା ମଝିରେ ପିଟିଲେ ବାବୁଶାନ୍ ଙ୍କ ସ୍ତ୍ରୀ

0

Get real time updates directly on you device, subscribe now.

ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଅଭିନେତା ତଥା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ବାବୁଶାନ ମହାନ୍ତି । ତେବେ ବାବୁଶାନ କିଛି ବର୍ଷ ପୂର୍ବରୁ ତୃପ୍ତିଙ୍କୁ ବିବାହ କରିଥିଲେ । ଏବଂ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । କିନ୍ତୁ ଗତ ୩ବର୍ଷ ହେବ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ଏହାର କାରଣ ହେଉଛି ପ୍ରକୃତି ମିଶ୍ର ।ବାବୁଶାନଙ୍କ ଧର୍ମପତ୍ନୀ ତୃପ୍ତି ଙ୍କ କହିବା ଅନୁସାରେ ୩ ବର୍ଷ ହେବ ତାଙ୍କ ସହିତ ବାବୁଶାନ ଭଲ ସମ୍ପର୍କ ରଖି ନାହାଁନ୍ତି କି ତାଙ୍କର କୌଣସି କଥା ବୁଝୁନାହାଁନ୍ତି । ଏବଂ ଏହାକୁ ନେଇ ତୃପି ସନ୍ଦେହ କରିଥିଲେ ।

ତେବେ ଏହି ନିକଟରେ ରିଲିଜ ହେବାକୁ ଜାଉଛି ବାବୁସାନଙ୍କ ଅଭିନିତ ଫିଲ୍ମ ଦମନ । ତେବେ ଏହା ପୁର୍ବରୁ ବାବୁସାନ ଓ ପକୃତି ମିଶ୍ରଙ୍କ ଅଭିନିତ ଫିଲ୍ମ ପ୍ରେମମ କୁ ମଧ୍ୟ ଆପଣ ଦେଖି ସାରିଥିବେ । ତେବେ ସେହି ଫିଲ୍ମଟି ଏବେ ହଟଷ୍ଟାରରେ ମଧ୍ୟ ଉପଲବ୍ଧ ।ତେବେ ଆଜି ସକାଳୁ ସକାଳୁ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଓ ପକୃତି ମିଶ୍ରଙ୍କ ଭିତରେ ଟଣା ଓଟରା ଓ ସାଙ୍ଘାତିକ ଝଗଡା ହେଉଥିବାର ଦେଖିବାକୁ ମିଳିଛି ।

ସେହି ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି କି ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ଧକା ମାରିବା ସହିତ , ତାଙ୍କ ଘର ଭାଙ୍ଗିଥିବାର ଅଭିଯୋଗ କରିଛନ୍ତି । ପ୍ରକୃତି ତାଙ୍କ ସ୍ୱାମୀଙ୍କୁ ଭଲପାଇ ତାଙ୍କ ଘର ଭାଙ୍ଗୁଥିବା କଥା ମଧ୍ୟ ସେ ଭିଡିଓରେ କହିଛନ୍ତି ।ପ୍ରକୃତି ମିଶ୍ର ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ କହୁଥାନ୍ତି ଯେ ଭାଇ ଟିକେ ରକ୍ଷା କର ମତେ । ଏହାପରେ ତାଙ୍କ ପାଖରେ ଜଣେ ବ୍ୟକ୍ତି ସେଲଫି ନେଉଥିଲେ ସେ କହିଲେ ଭାଇ ନା ଗାଈ ? କିଛି ଭାଇ ନୁହେଁ ।ତେବେ ପ୍ରକୃତିଙ୍କ ଚୁଟି ଝିଙ୍କିବାରୁ ଏଭଳି କଷ୍ଟ ଅନୁଭବ ହେଲା ଯେ ସେ କହିଲେ ମତେ ବଞ୍ଚାଅ !

ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଯେଉଁ ମାନଙ୍କ ଅଭିନୟ ସେମାନେ ଟିଭି ପରଦାରେ ଦେଖିବାକୁ ପାଉଥିଲେ ମାତ୍ର ଆଜି ରାଜରାସ୍ତାରେ ସତରେ ଦେଖିବାକୁ ପାଇଲେ ।ତାହା ପୁଣି ଏଭଳି ଭାବରେ ଯେମିତି ସିରିୟଲ ତଥା ଫିଲ୍ମ ରେ ଏକ୍ସଟ୍ରା ଆଫାୟାରକୁ ନେଇ କୁହାଯାଇଥାଏ “ସ୍ଵାମୀ ସ୍ତ୍ରୀ ଏବଂ ସିଏ” ! ତେବେ ଏହିଭଳି ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାକୁ ଲାଗିଛି ଯେଉଁଥିରେ ପ୍ରକୃତିଙ୍କୁ ଧୂମ ପିଟୁଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି ।

Leave A Reply

Your email address will not be published.