ଗୋଟିଏ ବଲରେ ୱଷ୍ଟଇଣ୍ଡିଜ ଠାରୁ ବିଜୟ ଛଡାଇ ନେଲେ ଏହି ଘାତକ ଦ୍ରୁତ ବୋଲର ,ବନିଲେ ଧାୱନଙ୍କ ଵଡ ହତିଆର

0

Get real time updates directly on you device, subscribe now.

ଭାରତ ଓ ୱଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ତ୍ରିଦିନାଦର ପୋର୍ଟ ଅଫ ସ୍ପେନରେ ଖେଳାଯାଇଥିଲା|ଏହି ମ୍ୟାଚର‌ ଫଳାଫଳ ଶେଷ ବଲରେ ଜଣାପଡ଼ିଲା|ଭାରତୀୟ ଦଳ ୱଷ୍ଟଇଣ୍ଡିଜକୁ ୩ ରନରେ ହରାଇ ସିରିଜକୁ ୧-୦ ରେ ଆଗୁଆ ରହିଛି|ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଲା କିନ୍ତୁ ଭାରତୀୟ ଦଳର ଏକ ଦ୍ରୁତଗାମୀ ବୋଲର ଶେଷ ବଲରେ ୱଷ୍ଟଇଣ୍ଡିଜ ଠାରୁ ବିଜୟ ଛଡାଇ ଆଣିଲେ|ଏହି ଖେଳାଳୀ ଅଧିନାୟକ ଶିଖର ଧାୱନଙ୍କ ଭରଷାର ମର୍ଯ୍ୟାଦା ରଖିଥିଲେ|

ୱଷ୍ଟଇଣ୍ଡିଜ ଦଳ ସାମ୍ନାରେ ଭାରତୀୟ ଦଳ ମ୍ୟାଚ ବିଜୟ ପାଇଁ ୩୦୯ ରନର ଟାର୍ଗେଟ ରଖିଥିଲା|ୱଷ୍ଟଇଣ୍ଡିଜ ଦଳ ସମ୍ମୁଖରେ ଏହି ଟାର୍ଗେଟ ଛୋଟ ଲାଗୁଥିଲା|ୱଷ୍ଟଇଣ୍ଡିଜ ୪୯ ଓଭରରେ ୨୯୪ ରନ କରି ମୁକାବିଲା ପାଖାପାଖି ତା ଆଡକୁ ନେଇଥିଲେ କିନ୍ତୁ ଭାରତୀୟ ଦଳର ଶେଷ ଓଭର ବୋଲିଙ୍ଗ ମହମ୍ମଦ ସିରାଜ କରିଥିଲେ|ସେ ଶେଷ ଓଭରରେ ୧୫ ରନ ବଞ୍ଚାଇ ଦଳକୁ ବିଜୟୀ କରାଇଥିଲେ|

ମହମ୍ମଦ ସିରାଜଙ୍କ ପାଇଁ ଶେଷ ଓଭରରେ ୧୫ ରନ ବଞ୍ଚାଇବା ଚ୍ୟାଲେଞ୍ଜିଙ୍ଗ ଥିଲା|ସେ ଏହି ଓଭରର ପ୍ରଥମ ଵଲ ଡଟ ଓ ଦ୍ୱିତୀୟ ବଲରେ ୧ ରନ ଦେଇଥିଲେ, କିନ୍ତୁ ତୃତୀୟ ବଲରେ ୱଷ୍ଟଇଣ୍ଡିଜ ଚୈକା ମାରିଲେ|ଏବେ ଦଳକୁ ୩ ଵଲରୁ ବିଜୟ ପାଇଁ ୧୦ ରନ ଆବଶ୍ୟକ ଥିଲା|ଚତୁର୍ଥ ବଲରେ ୨ ରନ‌ କରିଥିଲେ|ପଞ୍ଚମ ଵଲ ୱଇଡ୍ ପକାଇଲେ|ୱଷ୍ଟଇଣ୍ଡିଜକୁ ଶେଷ ବଲରେ ଜିତିବା ପାଇଁ ୫ ରନ ଆବଶ୍ୟକ ଥିଲା କିନ୍ତୁ ସିରାଜ ଗୋଟିଏ ରନ ଦେଇ ମ୍ୟାଚ ଛଡ଼ାଇ ଆଣିଥିଲେ|ସେ ଏଥିରେ ୨ ୱିକେଟ୍ ନେଇଥିଲେ|

ଏହି ମ୍ୟାଚରେ ନିକୋଲାସ ପୂରନ ଟସ ଜିତି ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ|ଭାରତ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୦୮ ରନ କରିଥିଲେ|ଶିଖର ଧାୱନ ୯୭ ରନ୍,ଶୁଭମ ଗିଲ ୬୪,ଶ୍ରେୟସ ଆୟର ୫୪ ରନ କରିଥିଲେ|୩୦୯ ରନର ଟାର୍ଗେଟ କୁ ପିଛା କରି ୱଷ୍ଟଇଣ୍ଡିଜ ଦଳ ୬ ୱିକେଟ ହରାଇ ୩୦୫ ରନ କରିଥିଲେ|ଭାରତୀୟ ଦଳରୁ ମହମ୍ମଦ ସିରାଜ,ଶାର୍ଦୁଲ ଠାକୁର,ୟୁଜବେନ୍ଦ୍ର ଚହଲ ୨-୨ ୱିକେଟ ହାସଲ କରିଥିଲେ|

Leave A Reply

Your email address will not be published.