Atal Pension Yojana: ମୋଦୀ ସରକାରଙ୍କ ଏହି ଯୋଜନାରେ ପ୍ରତିମାସରେ ମିଳିବ 5000, 4 କୋଟି ଲୋକ କରାଇଲେ ରେଜିଷ୍ଟ୍ରେସନ

0

Get real time updates directly on you device, subscribe now.

Atal Pension Yojana: ପ୍ରତ୍ୟେକ ମଣିଷର ସ୍ବପ୍ନ ଥାଏ ଯେ ବୃଦ୍ଧାବସ୍ଥାରେ ଶାନ୍ତିପୂର୍ଣ୍ଣ ଏବଂ ସୁଖଦାୟକ ଜୀବନ ବଞ୍ଚିବା । ଘର ଠାରୁ ନେଇ ବାହାର ପର୍ଯ୍ୟନ୍ତ ଯେପରି ସବୁ କାମ ସେଟଲ ହୋଇଯିବ ଏବଂ ଖର୍ଚ୍ଚ ପାଇଁ କୌଣସି ପ୍ରକାରର ଚିନ୍ତା ନଥିବ । ଯଦି ଆପଣ ମଧ୍ୟ ଏପରି ଜୀବନ ଚାହୁଁଛନ୍ତି, ତେବେ ଅଟଳ ପେନସନ ଯୋଜନା ଆପଣଙ୍କ କାମରେ ଆସିପାରେ । ରିଟାୟାରମେଣ୍ଟ ପରେ ସୁରକ୍ଷିତ ଜୀବନ ଚାହୁଁଥିବା ଲୋକମାନେ Atal Pension Yojna ରେ ନିବେଶ କରିପାରିବେ । ଏଠାରେ ବିନିଯୋଗ କରିବା ଦ୍ୱାରା ଆପଣଙ୍କୁ ପ୍ରତି ମାସରେ 5 ହଜାର ଟଙ୍କାର ପେନସନ ମିଳିପାରେ ।

ଏହି ବର୍ଷ ଏକ କୋଟି ଲୋକ ଖୋଲିଛନ୍ତି ଆକାଉଣ୍ଟ୍ :-

ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଦ୍ୱାରା 4 କୋଟିରୁ ଅଧିକ ଗ୍ରାହକ ଯୋଡି ହୋଇଛନ୍ତି । ଯୋଜନା ସହ ଜଡ଼ିତ ଲୋକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛନ୍ତି । PFRDA ଅନୁଯାୟୀ ଅର୍ଥିକବର୍ଷ 2021-22 ରେ 99 ଲକ୍ଷରୁ ଅଧିକ ଲୋକ APY ଆକାଉଣ୍ଟ ଖୋଲିଛନ୍ତି ।

4 କୋଟି ପରେ ପହଞ୍ଚିଲା ଗ୍ରାହକଙ୍କ ସଂଖ୍ୟା :-

ଏହାପରେ ମାର୍ଚ୍ଚ 31 ତାରିଖ 2022 ସୁଦ୍ଧା ଯୋଜନାର ଗ୍ରାହକଙ୍କ ସଂଖ୍ୟା ବଢିଯାଇ 4.01 କୋଟି ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଯୋଜନାକୁ ସରକାରଙ୍କ ତରଫରୁ 2015 ରେ ଲଞ୍ଚ କରାଯାଇଥିଲା । 2018-19 ରେ ଏହି ଯୋଜନା ସହିତ 70 ଲକ୍ଷ ଗ୍ରାହକ ଯୋଡି ହୋଇଥିଲେ । ଏହାପରେ 2020-21 ରେ ଯୋଜନା ସହିତ 79 ଲକ୍ଷ ଲୋକ ଯୋଡି ହେଲେ । ବର୍ତ୍ତମାନ 2021-22 ରେ ଯୋଜନା ସହିତ ଜଡ଼ିତ ଲୋକଙ୍କ ସଂଖ୍ୟା ଏକ କୋଟିରୁ ପାର ହୋଇଯାଇଛି ।

ଏହି ଯୋଜନା କାହା ପାଇଁ ଲାଭଦାୟକ ?

ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଧ୍ୟାନରେ ରଖି ମୋଦୀ ସରକାର ଅଟଳ ପେନ୍ସନ୍ ଯୋଜନା (APY) ଆରମ୍ଭ କରିଥିଲେ । କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ 18 ରୁ 40 ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏଥିରେ ରେଜିଷ୍ଟର କରିପାରିବେ । ଆପଣ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଆକାଉଣ୍ଟ ମାଧ୍ୟମରେ ଅଟଳ ପେନ୍ସନ୍ ଯୋଜନାରେ ଯୋଗଦାନ କରିପାରିବେ ।

ପ୍ରତି ମାସରେ 5000 ପେନ୍ସନ :-

ଏହି ଯୋଜନାରେ 60 ବର୍ଷ ବୟସ ପରେ ପେନ୍ସନ୍ ଆସିବା ଆରମ୍ଭ ହୋଇଥାଏ । ଏଥିରେ ଆପଣଙ୍କୁ କେତେ ବିନିଯୋଗ କରିବାକୁ ପଡିବ ତାହା ଆପଣଙ୍କ ବୟସ ଉପରେ ନିର୍ଭର କରେ । APY ରେ ଆପଣ ସର୍ବନିମ୍ନ ମାସିକ 1000 ପେନ୍ସନ ଏବଂ ମାସକୁ ସର୍ବାଧିକ 5000 ଟଙ୍କା ପାଇବେ ।

ଆପଣଙ୍କୁ ପ୍ରତିମାସରେ ଏତିକି ଟଙ୍କା ଜମା କରିବାକୁ ପଡିବ :-

ଆପଣ ଯେତେ ଶୀଘ୍ର ଏହି ଯୋଜନାରେ ବିନିଯୋଗ ଆରମ୍ଭ କରିବେ, ସେତେ ଅଧିକ ଲାଭ ପାଇବେ । 18 ବର୍ଷ ବୟସରେ ଏହି ଯୋଜନାରେ ଯୋଗଦେବା ପାଇଁ ଆପଣଙ୍କୁ 60 ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ 210 ଟଙ୍କା ଜମା କରିବାକୁ ପଡିବ । ଏହା ସହିତ ଆପଣ 60 ବର୍ଷ ବୟସ ପରେ ପ୍ରତି ମାସରେ 5000 ଟଙ୍କା ପାଇବେ । ସେହିଭଳି 1000 ଟଙ୍କା ପେନସନ ପାଇଁ 42 ଟଙ୍କା, ମାସିକ 2000 ପେନ୍ସନ୍ ପାଇଁ 84 ଟଙ୍କା, 3000 ଟଙ୍କା ପେନ୍ସନ୍ ପାଇଁ 126 ଟଙ୍କା ଏବଂ 4000 ଟଙ୍କା ପେନ୍ସନ୍ ପାଇଁ 168 ଟଙ୍କା ପ୍ରତି ମାସରେ ଜମା କରିବାକୁ ପଡିବ ।

Leave A Reply

Your email address will not be published.