ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେପି ଦଳକୁ ଏହାର କଣ ଫାଇଦା ସବୁ ମିଳିବ ଚାଲନ୍ତୁ ଜାଣିବା

0

Get real time updates directly on you device, subscribe now.

ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହା ଏକ ମର୍ଯ୍ୟାଦାପୂର୍ଣ୍ଣ ପଦ । ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ ଅଟନ୍ତି । ଗୋଟିଏ ଆଦିବାସୀ ପରିବାରରୁ ଆସି ଦେଶର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହିତ ସେ କିଛି ବିଶେଷ କ୍ଷମତାର ଅଧିକାରିଣୀ ହୋଇଛନ୍ତି । ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମଧ୍ୟ ଅଟନ୍ତି ।

ଏହି ଦୃଷ୍ଟିରୁ ଦେଶର ତିନୋଟି ଯାକ ସ୍ଥଳସେନା, ନୌସେନା ଓ ବାୟୁସେନାର କମାଣ୍ଡ ଧରିବେ ନବ ନିର୍ବାଚିତ ଦ୍ରୌପଦୀ ମୁର୍ମୁ । ତେବେ ସୂଚନା ମୁତାବକ ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖ ଦିନ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ମୁର୍ମୁଙ୍କ ଶପଥ ଗ୍ରହଣ ପାଇଁ ଶୁକ୍ରବାର ଦିନ ଏକ କାର୍ଯ୍ୟସୂଚୀ ଜାରି ହୋଇଛି । ଦ୍ରୌପଦୀ ମୁର୍ମୁ ସୋମବାର ସକାଳ ୧୦.୧୪‌ରେ ଶପଥ ନେବେ ।

୬୪ ବର୍ଷୀୟ ମୁର୍ମୁ ଜଣେ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ଭାରତୀୟ ରାଷ୍ଟ୍ରପତି । ଓଡିଶାର ପ୍ରଥମ ଏବଂ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ । ଏଥିସହ ସେ ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ଦ୍ୱିତୀୟ ମହିଳା ହୋଇପାରିଛନ୍ତି । ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଓଡିଶାର ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ । ମୁର୍ମୁ ଭୁବନେଶ୍ୱରର ରାମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଏବେ ଶ୍ରୀମତୀ ମୁର୍ମୁଙ୍କ ଜିତିବା ଖୁସିରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

ମୁର୍ମୁ ହେଉଛନ୍ତି ବିଜେପି ପୃଷ୍ଠଭୂମିରୁ ଆସିଥିବା ଦ୍ୱିତୀୟ ବ୍ୟକ୍ତି ଯିଏ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବାକୁ ଯାଉଛନ୍ତି । ଜାଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦରେ ପହଞ୍ଚାଇ ବିଜେପି ସବୁଠାରୁ ପଛୁଆ ବର୍ଗରେ ଆସୁଥିବା ଆଦିବାସୀ ସମ୍ପ୍ରଦାୟକୁ ନିଜ ଆଡ଼କୁ କରିନେଇଛି ବୋଲି ଚର୍ଚ୍ଚା ହେଉଛି ଯାହାକି ସାମାଜିକ ସମୀକରଣ ଉପରେ ବ୍ୟାପକ ପ୍ରଭାବ ପଡ଼ିବ । କାରଣ ଦେଶର ନିର୍ବାଚନୀ ପ୍ରକ୍ରିୟା ରାଜନୀତିରେ ଜାତି ଓ ସାମାଜିକ ସମୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

Leave A Reply

Your email address will not be published.