ଯେଉଁ ମହିଳାଙ୍କୁ ଗାଏବ କରିବା ଆରୋପରେ ପତି,ଜେଠ୍ ଓ ଶାଶୁ ଜେଲରେ,ସେ ମିଳିଲା ପ୍ରେମିକ ପାଖରେ

0

Get real time updates directly on you device, subscribe now.

ବିହାରର ବେଗସୁରାୟରେ ଯେଉଁ ମହିଳାଙ୍କୁ ଗାଏବ କରିବା‌ ଆରୋପରେ ପତି,ଜେଠ ଓ ଶାଶୁ ଜେଲରେ ବନ୍ଦ ହୋଇଥିଲେ ସେହି ମହିଳାଙ୍କୁ ପୋଲିସ ଲକ୍ଷିସରାୟ ରେ ତା ପ୍ରେମିକ ପାଖରୁ ଗିରଫ କରିଛି|ବିବାହର ୭ ବର୍ଷ ପରେ ପ୍ରେମୀ ତା ପ୍ରେମିକା ସହ ଫେରାର ହୋଇଯାଇଥିଲେ|ଏଵେ ତାର ଗୋଟିଏ ପୁଅ ମଧ୍ୟ ରହିଛି|ଏହାମଧ୍ୟରେ ମହିଳାଙ୍କୁ ଗାଏବ କରିବା ଅଭିଯୋଗରେ ସମ୍ପର୍କୀୟମାନେ ପତି,ଶାଶୁ ଓ ଜେଠ ନାଁରେ ମାମଲା ରୁଜ୍ଜୁ କରିଥିଲେ|

ସୂଚନା ମୁତାବକ ମନସୁରଚକ ଥାନା କ୍ଷେତ୍ରର ମନସୁରଚକ ଗାଁ ନିବାସୀ ସନ୍ଦୀପ କୁମାର ଚନ୍ଦନର ବିବାହ ହବାସପୁର ଗାଁ ନିବାସୀ ରାମ ଲଖନ ମେହେତୋର ଝିଅ ରଞ୍ଜୁ ସହ ୨୦୧୫ ରେ ହୋଇଥିଲା|ଡିସେମ୍ବର ୨୦୨୦ ରେ ରଞ୍ଜୁ ଅଚାନକ ଶଶୁର ଘରୁ ଗାଏବ ହୋଇଗଲା|ତାଙ୍କ ମା ଝିଅକୁ ଯୈାତୁକ ଅଭିଯୋଗରେ ଝିଅର ପତି ସନ୍ଦୀପ,ଜେଠ୍ ଓ ଶାଶୁ ବିରୁଦ୍ଧରେ ମନସୁରଚକ ଥାନାରେ ଗାଏବ କରିବା ଅଭିଯୋଗରେ ମାମଲା ରୁଜୁ କରିଥିଲେ|ଏଥିରେ ପୋଲିସ ତିନିକୁ ଗିରଫ କରି ଜେଲ ପଠାଇଥିଲା|

ଏହି ଘଟଣା ପରେ ଗୁରୁବାର ଦିନ ମନସୁରଚକ ଥାନା ପୋଲିସ ଗୁପ୍ତ ସୂଚନା ଆଧାରରେ ଲଖିସରାୟ ଜିଲ୍ଲାରେ ଚଢାଉ କରି ରାମପୁଅ ଗାଁରେ ରଞ୍ଜୁକୁ ଧରିଲା|ସେ ଲଖିସରାୟର ମହେଶ କୁମାର ସହ ପଳେଇ ଯାଇ ତା ସହ ରହୁଥିଲା|ତାର ଏକ ପୁଅ ମଧ୍ୟ ରହିଛି|ପୋଲିସ ମେଡିକାଲ ଯାଞ୍ଚ ପରେ ରଞ୍ଜୁକୁ ଅଦାଳତରେ ପେଶ କରିଥିଲେ|

ଡିସିପି ନିତୀଶ ପ୍ରିୟା କହିଛନ୍ତି ଯେ ରଞ୍ଜୁର ଅପହରଣ ନେଇ ନିଜ ଘର ଲୋକେ ମାମଲା ଦାଏର କରିଥିଲେ|ସେ ଯୈାତୁକ ଜନିତ ଅଭିଯୋଗ ମଧ୍ୟ କରିଥିଲେ|ଏଥିରେ ରଞ୍ଜୁର ଶାଶୁ ,ପତି ଓ ଜେଠକୁ ଜେଲ ପଠାଇଥିଲା|ରଞ୍ଜୁକୁ ଲଖିସରାୟକୁ ଜବତ କରାଯାଇଛି|ସେ ଅନ୍ୟ ଏକ ବିବାହ କରିଥିଲେ|ଏବେ କାନୁନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|

Leave A Reply

Your email address will not be published.