କେମିତି ହୋଇଥିଲା ରାଜେଶ୍ୱରୀଙ୍କୁ କ୍ୟାନସର ? ଦୁଇବର୍ଷ ତଳେ ନିଜେ କହିଥିଲେ ରାଜେଶ୍ୱରୀ

0

Get real time updates directly on you device, subscribe now.

ରାଜେଶ୍ୱରୀଙ୍କର କ୍ୟାନସରରେ ଜୀବନ ଚାଲିଯାଇଛି । ତାଙ୍କ ମୃତ୍ୟୁଖବର ପାଇବାପରେ ପରିବାର ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନମାନେ ମଧ୍ୟ କାନ୍ଦୁଛନ୍ତି । ରାଜେଶ୍ୱରୀ ନିଜ ଜୀବନରେ କେବେ ହେଲେ ଭାବିନଥିଲେ ଯେ ସେ ଏମିତି ଦିନେ କ୍ୟାନସରରେ ପଡିଯିବେ । ସିରିଏଲ୍ ସୁଟିଙ୍ଗ ଚାଲିଥିଲା ଏବଂ ଦର୍ଶକମାନଙ୍କ ଭଲପାଇବା ମଧ୍ୟ ମିଳୁଥିଲା । ତାସହିତ ତାଙ୍କ ଆଖପାଖ ଲୋକ କୁହନ୍ତି ଯେ ବୋହୂ ଭଗବାନଙ୍କୁ ବିଶ୍ୱାସ କରୁଥିଲେ । ଜଗନ୍ନାଥଙ୍କ ପ୍ରତି ତାଙ୍କର ଅଗାଢ ଭକ୍ତି ରହିଥିଲା ।

ହେଲେ ଶାନ୍ତ ଶୃଙ୍ଖଳା ଜୀବନରେ ହଠାତ୍ 2019ରେ ତାଙ୍କୁ କ୍ୟାନସର ଯେପରି ମାଡ଼ି ବସିଲା । ରାଜେଶ୍ୱରୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରନ୍ତି ଏବଂ ତାଙ୍କୁ କ୍ୟାନସର ହେଇଛି ବୋଲି କୁହନ୍ତି । ତାପରେ ହୁଏତ ଦର୍ଶକ ଏବଂ ପରିବାର ଆଖିରେ ଲୁହ ଆସି ଯାଇଥିଲା । କିନ୍ତୁ ରାଜେଶ୍ୱରୀ ସେମିତି ହସି ଦେଇଥିଲେ । କ୍ୟାନସର ହୋଇଛି ବୋଲି ଜାଣିବାପରେ ହସି ଦେଇ କହିଥିଲେ, “ମୁଁ ଏଇ କ୍ୟାନସର ବିରୁଦ୍ଧରେ ଲଢ଼ିବି ।”

ତେବେ ଗୋଟିଏ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଥିଲେ, ସେ କେବେ ଭାବି ମଧ୍ୟ ନଥିଲେ ଯେ ତାଙ୍କୁ କ୍ୟାନସର ହୋଇଯିବ । ତାଙ୍କୁ ପଚରାଯାଇଥିଲା କି ଦୁନିଆରେ ଏତେ ଲୋକଙ୍କ ଭିତରେ ଆପଣଙ୍କୁ କ୍ୟାନସର ହୋଇଛି । ତେବେ ବଡ ବଡ ଲୋକଙ୍କୁ କ୍ୟାନସର ହୋଇଥିବା କହି ହସିଦେଇ କହିଥିଲେ ଯେ “ମତେ ଫୁସଫୁସ ଏବଂ ବ୍ରେନ କ୍ୟାନସର ହୋଇଛି, କିନ୍ତୁ ମୁଁ ହାରିବିନି, ଲଢ଼ିକି ଦେଖାଇବି ।”

ରାଜେଶ୍ୱରୀଙ୍କୁ କେମିତି ହୋଇଥିଲା କ୍ୟାନସର ?

ରାଜେଶ୍ୱରୀ କହିବା ଅନୁସାରେ, ତାଙ୍କ ମାକୁ କୁଆଡେ କ୍ୟାନସର ହୋଇଥିଲା ଏବଂ ତାଙ୍କୁ ମଧ୍ୟ ଏବେ କ୍ୟାନସର ହୋଇଛି । କିନ୍ତୁ ତାଙ୍କ ମାଙ୍କୁ ଫୁସଫୁସରେ କ୍ୟାନସର ହୋଇଥିଲା । ତେବେ ଡାକ୍ତର ମଧ୍ୟ କୁହନ୍ତି, କ୍ୟାନସର ବଂଶଗତ ହୋଇପାରେ । ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଯାଇପାରେ । କିନ୍ତୁ ଶତପ୍ରତିଶତ ତାହା ହେବ ବୋଲି କହିହେବ ନାହିଁ । ବଂଶଗତ ନ ହୋଇ ମଧ୍ୟ ଯେକୌଣସି ବ୍ୟକ୍ତିକୁ ଏବଂ ଯେକୌଣସି ବୟସରେ ମଧ୍ୟ କ୍ୟାନସର ହୋଇପାରେ ।

ତେବେ ଏଭଳି ପରିସ୍ଥିତିରେ ରାଜେଶ୍ୱରୀଙ୍କୁ ହୁଏତ ବଂଶଗତ ନଚେତ୍ ଅଚାନକ କ୍ୟାନସର ହୋଇଥିଲା, ଯାହାକି ରାଜେଶ୍ୱରୀ ନିଜେ କହିଥିଲେ । କ୍ୟାନସର ସେଲ ସମସ୍ତଙ୍କ ଶରୀରରେ ରହିଥାଏ, କିନ୍ତୁ ଯେତେବେଳେ ଆକ୍ଟିଭ ହୋଇଯାନ୍ତି, ସେତେବେଳେ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି । ତେବେ ରାଜେଶ୍ୱରୀ ଚତୁର୍ଥ ଷ୍ଟେଜରେ ଜୀବନ ହାରି ଚାଲି ଯାଇଛନ୍ତି । ଆଉ ଏବେ ସାରା ରାଜ୍ୟରେ ତାଙ୍କର ଅଗଣିତ ଫ୍ୟାନମାନେ କାନ୍ଦୁଛନ୍ତି ।

Leave A Reply

Your email address will not be published.