ସ୍ତ୍ରୀର ଚାକିରି ହେବାପାଇଁ ଖର୍ଚ୍ଚ କଲେ 15 ଲକ୍ଷ ଟଙ୍କା, ଚାକିରି ହେବା ମାତ୍ରେ ସ୍ୱାମୀର ମୁହଁ ମଧ୍ୟ ଚିହ୍ନି ପାରୁନି ସ୍ତ୍ରୀ

0

Get real time updates directly on you device, subscribe now.

ସ୍ବାମୀ ଓ ସ୍ତ୍ରୀର ସମ୍ପର୍କ ସାତ ଜନ୍ମର ସମ୍ପର୍କ ହୋଇଥାଏ । ସେମାନେ ସବୁ ସୁଖଦୁଃଖରେ ପରସ୍ପର ସହ ଥାଆନ୍ତି । କିନ୍ତୁ ବିହାରର ସହରସାରେ ଜଣେ ସ୍ତ୍ରୀ ପୋଲିସ ଚାକିରି କରିବାପରେ ନିଜ ସ୍ୱାମୀକୁ ହିଁ ଛାଡିଦେଲା । ସ୍ବାମୀ ନିଜ ସ୍ତ୍ରୀର ପରୀକ୍ଷା ଏବଂ ଟ୍ରେନିଙ୍ଗର ସବୁ ଖର୍ଚ୍ଚ ଉଠାଇଥିଲା । କିନ୍ତୁ ସ୍ତ୍ରୀର ଚାକିରି ହୋଇଯିବା ପରେ ସେ ସ୍ୱାମୀକୁ ଛାଡି ଅନ୍ୟ କୌଣସି ବ୍ୟକ୍ତି ସହ ସମ୍ପର୍କ ରଖିଲା । ବର୍ତ୍ତମାନ ପିଡୀତ ସ୍ବାମୀ ନ୍ୟାୟ ପାଇବାପାଇଁ ଥାନାରେ ଗୁହାରି କରୁଛି ।

ଜବ ପାଇବା ପରେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛାଡି ଚାଲିଗଲା :-

ସହରସା ନିବାସୀ ମିଥୁନ କୁମାର କହିଛନ୍ତି ଯେ ସେ ଆର୍ମି ପାଇଁ ପ୍ରସ୍ତୁତ ହେଉଥିଲା । ଏଥି ସହ ମଧେପୁରା ଜିଲ୍ଲାର ହରପ୍ରୀତ ପୋଲିସ ପାଇଁ ପ୍ରସ୍ତୁତି ଚଳାଇଥିଲା । ଏକାଠି ପ୍ରସ୍ତୁତି ବେଳେ ଦୁହେଁ ପ୍ରେମରେ ପଡ଼ିଗଲେ । ତା’ପରେ ପରିବାରର ସହମତିରେ ଦୁହେଁ ମେ ମାସ 5 ତାରିଖ 2021 ରେ ବିବାହ କରିଥିଲେ । ଏହା ପରେ ସ୍ତ୍ରୀ ବିହାର ପୋଲିସରେ ଚାକିରି ପାଇଲେ ।

ଜଏନିଙ୍ଗ ଲେଟର ଆସିବା ମାତ୍ରେ ସ୍ତ୍ରୀ ଟଙ୍କା ମାଗିବା ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ସେ 14 ରୁ 15 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଯେତେବେଳେ ସ୍ତ୍ରୀ ପୋଲିସ୍ ଟ୍ରେନିଂ କରିବାକୁ ଯାଇଥିଲେ, ଦିନେ ମିଥୁନ ତାଙ୍କୁ ଭେଟିବା ପାଇଁ ସାମସ୍ତିପୁରରେ ପହଞ୍ଚିଥିଲେ । ସେତେବେଳେ ସ୍ତ୍ରୀ ତାଙ୍କୁ ଦେଖିବା ପରେ ତାଙ୍କୁ ଚିହ୍ନିବାକୁ ମନା କରିଦେଇଥିଲେ । ଓଲଟା ଜଣେ କନେଷ୍ଟବଳଙ୍କୁ କହି ତାଙ୍କୁ ଗାଳିଗୁଲଜ କରି ବାହାର କରି ଦେଇଥିଲେ ।

ସ୍ୱାମୀ ଏ ସମ୍ପର୍କରେ କରିଛନ୍ତି ଅଭିଯୋଗ :-

ମିଥୁନ କହିଛନ୍ତି ଯେ ଟ୍ରେନିଙ୍ଗ ଶେଷ ହେବା ପରେ ତାଙ୍କ ସ୍ତ୍ରୀ ଫେରି ଆସିବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଟ୍ରେନିଙ୍ଗ ସରିବା ପରେ ସେ ଗାଁକୁ ଆସି ପଞ୍ଚାୟତକୁ ଡାକି ଏକାଠି ନ ରହିବା କଥା କହିବା ଆରମ୍ଭ କରିଥିଲେ । ମିଥୁନ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖିଥିଲେ । ସେ ପୂର୍ବରୁ ବିବାହିତା ମଧ୍ୟ ଥିଲେ । ବର୍ତ୍ତମାନ ସେ ଏହି ବିବାହକୁ ଗ୍ରହଣ କରିବାକୁ ମନା କରୁଛନ୍ତି ।

ଏହି ପୁରା ମାମଲାରେ ମିଥୁନ ପୋଲିସ ଏସପିଙ୍କୁ ଲିଖିତ ଆବେଦନ ଦେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ସେ ଅନେକ ଦିନ ଧରି ନ୍ୟାୟ ପାଇବାପାଇଁ ଏଠିକି ସେଠିକି ଧାଉଁଛନ୍ତି । କିନ୍ତୁ କୌଣସି ସ୍ଥାନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ସ୍ତ୍ରୀ କହିଲା ଏମିତି କିଛି :-

ଅନ୍ୟ ପଟେ ମିଥୁନଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଉପରେ ବହୁତ୍ ସନ୍ଦେହ କରେ । ଚାକିରି ହେବାରୁ 25 ଲକ୍ଷ ଟଙ୍କା ଡିମାଣ୍ଡ କରିବାକୁ ଲାଗିଲା । ପଇସା ନ ଦେବାରୁ ଜୀବନରୁ ମାରିବାକୁ ଧମକ ମଧ୍ୟ ଦେଲା । ତେଣୁ ସେ ତାଙ୍କ ସହ ରହିବାକୁ ଚାହୁଁନାହାଁନ୍ତି ।

ଏହାବ୍ୟତୀତ ସ୍ତ୍ରୀ ମଧ୍ୟ ମିଥୁନ ଉପରେ କୌଣସି ଅନ୍ୟ ଝିଅ ସହ ସମ୍ପର୍କ ରଖିବାର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ଜୁଲାଇ 6 ତାରିଖରେ ଦୁଇ ପରିବାରର ସହମତିରେ ଆମେ ସ୍ବାମୀ ସ୍ତ୍ରୀର ସମ୍ପର୍କ ଶେଷ କରି ଦେଇଥିଲୁ ।

Leave A Reply

Your email address will not be published.