Post Office: ବିବାହିତ ଲୋକଙ୍କୁ ପ୍ରତିମାସରେ ମିଳିବ 5000 ଟଙ୍କା, ଜାଣନ୍ତୁ କଣ ରହିଛି ଏହି ବିଶେଷ ସ୍କିମ

0

Get real time updates directly on you device, subscribe now.

Post Office Scheme: ଯଦି ଆପଣ ବିବାହିତ ଅଟନ୍ତି, ତେବେ ଆପଣଙ୍କ ପାଇଁ ଗୋଟିଏ ଚମତ୍କାର ସ୍କିମ ରହିଛି । ଏହି ସ୍କିମ ପୋଷ୍ଟ ଅଫିସ ଅଧୀନରେ ଅଛି । ପୋଷ୍ଟ ଅଫିସର୍ ଏହି ସ୍କିମରେ ସୁରକ୍ଷିତ ଏବଂ ଭଲ ରିଟର୍ନ ମିଳିଥାଏ । ଏହି ସ୍କିମରେ ଆପଣଙ୍କୁ ପ୍ରତିମାସରେ ପ୍ରାୟ 5000 ଟଙ୍କା ମିଳିବାକୁ ଲାଗିବ । ବିବାହିତ ଲୋକଙ୍କୁ ଏହି ସ୍କିମରେ ବହୁତ୍ ଛୋଟ ଛୋଟ ନିବେଶ କରିବାକୁ ପଡ଼ିବ । ଏହାପରେ ଗୋଟିଏ ସମୟରେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଇସା ପାଇଁ ଟେନସନ୍ ନେବାକୁ ପଡିବ ନାହିଁ । ହଜାର ହଜାର ଲୋକ ଏହି ସ୍କିମର ଫାଇଦା ଉଠାଉଛନ୍ତି ।

ଏହା ମନ୍ଥଲୀ ଇନକମ୍ ସ୍କିମ ଅଟେ । ଏଥିରେ ବିବାହିତ ଲୋକମାନେ ବିନା ରିସ୍କରେ ଭଲ ଲାଭ ଏବଂ ସଞ୍ଚୟ ପାଇପାରିବେ । ଏହା ଅଧୀନରେ ବିବାହିତ ଲୋକଙ୍କୁ ଘରେ ନିବେଶ କରିବାକୁ ପଡ଼ିବ ଏବଂ ପରୀପକ୍ଵତା ସମୟ ଆସିଲେ ଆପଣଙ୍କୁ ପ୍ରତିମାସରେ ଗୋଟିଏ ସ୍ଥିର ରାଶି ଇନକମ୍ ରୂପରେ ମିଳିବ ।

ଆପଣଙ୍କୁ କହିରଖୁଛୁ ଯେ ଏଥିରେ ପଇସା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ । ଏଥିରେ ବଜାରର ଉତ୍ଥାନ-ପତନ ନିବେଶ କିମ୍ବା ରିଟର୍ଣ୍ଣ ଉପରେ ପ୍ରଭାବ ପକାଇବ ନାହିଁ । MIS ଆକାଉଣ୍ଟରେ ପରିପକ୍ୱତା ଅବଧି 5 ବର୍ଷ ରହିଥାଏ । ଯେକୌଣସି ଭାରତୀୟ ନାଗରିକ ପୋଷ୍ଟଅଫିସ ମନ୍ଥଲୀ ଇନକମ୍ ସ୍କିମରେ ବିନିଯୋଗ କରିପାରିବେ ।

ସ୍ୱାମୀ ଏବଂ ସ୍ତ୍ରୀ ମନ୍ଥଲୀ ଇନକମ୍ ସ୍କିମରେ 1000 ଟଙ୍କା ବିନିଯୋଗ ସହିତ ଆକାଉଣ୍ଟ ଖୋଲିପାରିବେ । ସ୍ବାମୀ ସ୍ତ୍ରୀ ଉଭୟ ମିଶି ଏହି ଯୋଜନାରେ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ ।

ପୋଷ୍ଟ ଅଫିସର ମନ୍ଥଲୀ ଇନକମ୍ ସ୍କିମରେ ସିଙ୍ଗଲ ଆକାଉଣ୍ଟରେ ସର୍ବାଧିକ 4.5 ଲକ୍ଷ ଟଙ୍କା ନିବେଶ କରିପାରିବେ, ଯଦି ସ୍ୱାମୀ-ସ୍ତ୍ରୀ ମିଶି ଜଏଣ୍ଟ ଆକାଉଣ୍ଟ ଖୋଲନ୍ତି, ତେବେ ସର୍ବାଧିକ 9 ଲକ୍ଷ ଟଙ୍କା ନିବେଶ କରିପାରିବେ । MIS ରେ ସୁଧ ପ୍ରତି ମାସରେ ପ୍ରଦାନ କରାଯାଏ । ଏହି ଯୋଜନାରେ ସୁଧ ହାର ବର୍ତ୍ତମାନ ବାର୍ଷିକ 6.6% ରହିଛି ।

ଯଦିଓ ପରିପକ୍ଵତାର ଅବଧି 5 ବର୍ଷ ହୋଇଥାଏ, କିନ୍ତୁ ଏଥିରେ ପ୍ରିମେଚ୍ୟୋର କ୍ଲୋଜରର ଅପ୍ସନ୍ ମଧ୍ୟ ଥାଏ । ଯୋଜନା ଆରମ୍ଭ ତାରିଖ ଠାରୁ ଆପଣ ଏକ ବର୍ଷ ପୂରଣ ହେବା ପରେ ହିଁ ଟଙ୍କା ଉଠାଇ ପାରିବେ ।

ଏହିପରି ହେବ 5000 ଟଙ୍କା ରୋଜଗାର :-

ଏହି ଯୋଜନାରେ ସିଙ୍ଗଲ ଆକାଉଣ୍ଟରେ ସର୍ବାଧିକ 4.5 ଲକ୍ଷ ଟଙ୍କା ବିନିଯୋଗ ହୋଇଥିବାବେଳେ ଜଏଣ୍ଟ ଆକାଉଣ୍ଟରେ ସର୍ବାଧିକ 9 ଲକ୍ଷ ଟଙ୍କା ବିନିଯୋଗ କରାଯାଇପାରିବ । ଯଦି ସ୍ୱାମୀ-ସ୍ତ୍ରୀ ଜଏଣ୍ଟ ଆକାଉଣ୍ଟରେ 9 ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ସେମାନେ ବାର୍ଷିକ 59,400 ଟଙ୍କା ସୁଧ ପାଇବେ । ଏହାର ଅର୍ଥ ହେଉଛି ପ୍ରତି ମାସରେ ସୁଧ 4950 ଟଙ୍କା ହେବ ପାଇବେ । ଏହି ଉପାୟରେ ଆପଣ ପ୍ରତି ମାସରେ 4950 ଟଙ୍କା ରୋଜଗାର କରିପାରିବେ । ଅର୍ଥାତ୍ ଆପଣ ପ୍ରାୟ 5000 ଟଙ୍କା ପାଇବେ ।

Leave A Reply

Your email address will not be published.