ଭାରତରେ ମିଳିଲା ଓମିକ୍ରନର ନୂଆ ସବ-ଭେରିଏଣ୍ଟ BA.2.75, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଲାକି – ଆମେ ନଜର ରଖିଛୁ

0

Get real time updates directly on you device, subscribe now.

ଭାରତ ପରି ଦେଶରେ କରୋନା ଭାଇରସର ଓମିକ୍ରନ ଭେରିଏଣ୍ଟର ଏକ ନୂଆ ସବ-ଭେରିଏଣ୍ଟ BA.2.75 ବିଷୟରେ ଜଣାପଡ଼ିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହା ଉପରେ ନଜର ରଖିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଏଡନନ ଗେବ୍ରେୟେସେସ କହିଲେ। ସେ ବୁଧୁବାର ଦିନ ଏକ ପ୍ରେସ କନଫେରେନ୍ସରେ କହିଲେକି,ଗତ ୨ ସପ୍ତାହରେ କୋଭିଡ-୧୯ ମାମଲାରେ ଗ୍ଲୋବାଲ ସ୍ତର ଉପରେ ପାଖାପାଖି ୩୦ପ୍ରତିଶତ ବୃଦ୍ଧି ହୋଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଛଅ ଉପ କ୍ଷେତ୍ରରୁ ଚାରୋଟିରୁ ଗତ ସପ୍ତାହ ମାମଲାରେ ବୃଦ୍ଧି ଦେଖାଯାଇଥିଲା। ୟୁରୋପ ଓ ଆମେରିକାରେ BA.4 ଓ BA.5ର ମାମଲା ଅଛି। ଭାରତ ପରି ଦେଶରେ BA.2.75 ଏକ ନୂଆ ସବ ଭେରିଏଣ୍ଟ ବିଷୟରେ ଜଣାପଡିଛି। ତା ଉପରେ ଆମେ ନଜର ରଖିଛୁ।

ଓମିକ୍ରନର ସମ୍ଭାବିତ ସବ-ଭେରିଏଣ୍ଟ BA.2.75 ବିଷୟରେ ଜଣାପଡିବା ପରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ଵାମୀନାଥନ ଟୁଇଟରରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କହିଲେକି ଏକ ସବ-ଭେରିଏଣ୍ଟ ସାମ୍ନାକୁ ଆସିଛି। ଯାହାର ନାମ BA.2.75 ଦିଆଯାଇଛି। ଏହା ପ୍ରଥମ ଥର ଭାରତରେ ସାମ୍ନାକୁ ଆସିଛି। ଏହାପରେ ଅନ୍ୟ ୧୦ଟି ଦେଶରେ ସାମ୍ନାକୁ ଆସିଛି।

ଏହା ସହିତ ସେ ଏହି ସବ-ଭେରିଏଣ୍ଟ ପାଇଁ ଏନାଲିସିସ ବିଷୟରେ କହିଲେକି ବର୍ତ୍ତମାନ ଏହାର ଆମକୁ ଅପେକ୍ଷା କରିବାକୁ ହେବ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହାକୁ ଟ୍ରାକ କରୁଅଛି ଓ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ କୌଶଳ ପରାମର୍ଶ ସମୂହ SARS-CoV-2 ଭାଇରସ ଇଭୋଲ୍ୟୁସନ(TAG-VE) ଲଗାତାର ଦୁନିଆର ସମସ୍ତ ଡାଟାକୁ ଦେଖୁଅଛି।

Leave A Reply

Your email address will not be published.