କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ରୂପେ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା 11 ଟି କିସ୍ତି କୃଷକମାନଙ୍କୁ ପ୍ରଦାନ କରିଛନ୍ତି । ଆପଣ ସମସ୍ତ କୃଷକ ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ କୃଷକମାନଙ୍କୁ ଏହି ଦ୍ୱାଦଶ କିସ୍ତିର ଲାଭ ମିଳିପାରେ । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ବାର୍ଷିକ 6000 ଟଙ୍କା ଅର୍ଥାତ୍ ପ୍ରତି 4 ମାସ ପରେ 2000 ଟଙ୍କାର କିସ୍ତି ଜାରି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି କୃଷକ ଏହି ଯୋଜନାର ଲାଭ ଉଠାଇଛନ୍ତି ।
ଏହି ଲୋକଙ୍କୁ ମିଳିବ ଦୁଇ ହଜାର ବଦଳରେ 4000 ଟଙ୍କା :-
କେନ୍ଦ୍ର ସରକାରଙ୍କ ତରଫରୁ ମେ 31 ତାରିଖରେ କୃଷକଙ୍କ ଖାତାକୁ 11 ତମ କିସ୍ତିର ପଇସା ଟ୍ରାନ୍ସଫର୍ କରାଯାଇଥିଲା । କିନ୍ତୁ ଏମିତି ଅନେକ କୃଷକ ଅଛନ୍ତି, ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୌଣସି କାରଣରୁ ଏହି ପଇସା ପହଞ୍ଚି ପାରିନାହିଁ । ଏଭଳି ପରିସ୍ଥିତିରେ ଏହି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେପ୍ଟେମ୍ବର ମାସରେ 11 ତମ କିସ୍ତି ଏବଂ 12 ତମ କିସ୍ତି ଆସିବ । ଅର୍ଥାତ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ 4000 ଟଙ୍କା ଆସିବ ।
ଜୁଲାଇ 31 ତାରିଖ ପୂର୍ବରୁ ଏହି କାମ କରନ୍ତୁ :-
ପିଏମ କିସାନ ଯୋଜନାର କିସ୍ତି କ୍ରମାଗତ ଭାବେ ପାଇବାକୁ ହେଲେ ସମସ୍ତ କୃଷକଙ୍କୁ ଜୁଲାଇ 31 ତାରିଖ ପୂର୍ବରୁ ପିଏମ କିସାନ ଯୋଜନା ଅଧୀନରେ ଇ-କେୱାଇସି କରିବାକୁ ପଡିବ । ଯଦି ଆପଣ ଏପରି ନକରନ୍ତି, ତେବେ ଆପଣ 12 ତମ କିସ୍ତିର ଲାଭ ପାଇପାରିବେ ନାହିଁ । ଇ-କେୱାଇସି କରିବା ପାଇଁ ଆପଣ ପିଏମ କିସାନ ଯୋଜନାର ଅନଲାଇନ ପୋର୍ଟାଲ କିମ୍ବା ନିକଟତମ CSC ସେଣ୍ଟର୍ ଯାଇ ଏହାକୁ କରିପାରିବେ ।