ଶିକ୍ଷକ ୧୬ବର୍ଷର ଛାତ୍ରୀଙ୍କ ସହିତ ରଖିଲେ ସମ୍ବନ୍ଧ, ଧରାପଡିବା ଡରରେ କରିଥିଲେ ଏହି କାମ!

0

Get real time updates directly on you device, subscribe now.

ଜଣେ ୩୨ବର୍ଷୀୟ ଶିକ୍ଷକ ଉପରେ ଛାତ୍ରୀ ସହିତ ସେକ୍ସୁଆଲ ରିଲେସନ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶିକ୍ଷକ ପ୍ରଥମ ଥର ଛାତ୍ରୀଙ୍କ ସହିତ ସେତେବେଳେ ସମ୍ବନ୍ଧ ରଖିଥିଲେ, ଯେତେବେଳେ ସେ ୧୬ ବର୍ଷର ଥିଲେ। ପୋଲିସ ଉକ୍ତ ଆରୋପୀ ଶିକ୍ଷକଙ୍କୁ ଗିରଫ କରି ପଚରାଉଚରା କରୁଛି। ଉକ୍ତ ଶିକ୍ଷକଙ୍କୁ କୌଣସି ସ୍କୁଲରେ ପଢ଼ାଇବା ପାଇଁ ବ୍ୟାନ କରିଦିଆଯାଇଛି।

ଡେଲି ଷ୍ଟାର ଅନୁସାରେ, ଏହି ମାମଲା ବ୍ରିଟେନର ଅଟେ। ଯେଉଁଠି ଏଡ଼ମ ଜେମ୍ସ ବମ ଶିକ୍ଷକ ନିଜର ଛାତ୍ରୀଙ୍କ ସହିତ ରିଲେସନ କରିବା ଉପରେ ଏକ୍ସନ ନିଆଯାଇଛି। ଏଡ଼ମଙ୍କ ଉପରେ ଆରୋପ ହେଉଛିକି ସେ ନିଜର ସୋସିଆଲ ମିଡିଆ ଓ ଇମେଲ ଜରିଆରେ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଉଥିଲେ। ସେ ଛାତ୍ରୀଙ୍କୁ ନିଜର ନ୍ୟୁଡ ଫୋଟ ମଧ୍ୟ ପଠାଉଥିଲେ।

ଛାତ୍ରୀଙ୍କୁ ନିଜ ଘରକୁ ନେଇଯାଇଥିଲେ ଶିକ୍ଷକ:-

ଟିଚିଂ ରେଗୁଲେଶନ ଏଜେନ୍ସୀ ନିଜର ଶୁଣାଣୀ ସମୟରେ ଜଣାପଡ଼ିଲାକି ଏଡମ ଲୁଚି ଲୁଚି ନିଜର ଛାତ୍ରୀଙ୍କୁ ପାର୍କ ଓ ରେଷ୍ଟୁରାଣ୍ଟ ନେଇଯାଉଥିଲେ। କେବଳ ଏତିକି ନୁହେଁ ଥରେ ଛାତ୍ରୀଙ୍କୁ ନିଜ ଘରକୁ ନେଇ ଯାଇଥିଲେ।

କିନ୍ତୁ ସେତେବେଳେ ଏଡମଙ୍କ ଭାଇ ଆସିଗଲେ। ଯାହା ଫଳରେ ସେ ଛାତ୍ରୀଙ୍କୁ ଆଲମାରୀରେ ଲୁଚାଇ ଦେଲେ। ଏଡମ ଛାତ୍ରୀଙ୍କୁ ସ୍କୁଲ ଛାଡିବା ପରେ ତାଙ୍କ ସହିତ ସମ୍ବନ୍ଧ ରଖିଥିଲେ। ସ୍କୁଲ ସମୟରେ ମେସେଜ ମଧ୍ୟ ପଠାଉଥିଲେ। ଏଡମ ସ୍କୁଲରେ ଅନ୍ୟ ଛାତ୍ର-ଛାତ୍ରୀଙ୍କ ଅପେକ୍ଷା ଉକ୍ତ ଛାତ୍ରୀଙ୍କ ନିକଟତର ହେବାକୁ ଅଧିକ ଚେଷ୍ଟା କରୁଥିଲେ।

ଏଡମଙ୍କୁ ପଚରାଉଚରା କରି ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଅଛିକି ସେ ଅନ୍ୟ ସ୍କୁଲରେ ଏହି କାରନାମା କରୁନଥିଲେ ତୋ। ଟିଚିଂ ରେଗୁଲେସନ ଏଜେନ୍ସି ନାବାଳିକାଙ୍କ ସହିତ ସମ୍ପର୍କ ରଖିବା ପରେ ତାଙ୍କୁ ସ୍କୁଲରେ ପଢ଼ାଇବା ବ୍ୟାନ କରିଦେଇଛି।

Leave A Reply

Your email address will not be published.